ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା,୨- ଅବସର ପାପ୍ତ ଥାନା ଅଧିକାରୀ ଙ୍କ ପରଲୋକ 

ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା 

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଗୋପିନାଥ ଜିୟୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ନିଜ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଶ୍ରେଣୀ ଗୃହରେ ରବିବାର ଦିନ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ସୁରେଶ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଣେଶ୍ୱର ସାହୁ ସଭାପତିତ୍ୱ କରିଥିଲେ । ସଭାରେ ବ୍ଲକ ଅତିରିକ୍ତ ବିଇଓ ସଂଯୁକ୍ତା ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଞ୍ଚାୟତ ଯୁବ ସରପଞ୍ଚ ବିଜେନ୍ଦ୍ର କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ବେହେରା , ଭୁବନାନନ୍ଦ ବିଶ୍ଵାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଶ୍ରୀ ସାହୁ ୧୯୮୭ ମସିହା ଜୁଲାଇ ମାସ ୧ ତାରିଖରେ ନିଜ କର୍ମମୟ ଜୀବନ ଆରମ୍ଭ କରି ୨୦୨୬ ମସିହା ଜୁଲାଇ ମାସ ୩୧ ତାରିଖରେ ନିଜ ଚାକିରୀ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୯ ବର୍ଷ ଧରି ଚାକିରୀ କାଳ ମଧ୍ୟରେ ଶ୍ରୀ ସାହୁଙ୍କ ଅନୁଭୂତି ଓ ଗୁଣଗାନକୁ ମଞ୍ଚାସୀନ ଅତିଥି , ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ,ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର , ଛାତ୍ରୀ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଭାବବିହ୍ୱଳ ହୋଇ ଗୁଣଗାନ କରି ବକ୍ତବ୍ୟ ରଖିଥିଲେ । ଅବସର ପରେ ଅବଶିଷ୍ଟ ଜୀବନ ସୁଖଶାନ୍ତିରେ ଅତିବାହିତ କରିବା ପାଇଁ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପରିଶେଷରେ ଅବସର ନେଇଥିବା ଶ୍ରୀ ସାହୁଙ୍କୁ ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଅବସର ପାପ୍ତ ଥାନା ଅଧିକାରୀ ଙ୍କ ପରଲୋକ 

କାମାକ୍ଷାନଗର – ପରଜଙ୍ଗ ବ୍ଲକ କୁଆଳୋ ଗ୍ରାମ ପଞ୍ଚାୟତ ର ପୂର୍ବତନ ଅବସର ପ୍ରାପ୍ତ ପୋଲିସ ଥାନା ଅଧିକାରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ସାହୁ ଙ୍କ ବଡ ଭାଇ ନରୋତ୍ତମ ସାହୁ ଙ୍କ ବୁଧବାର ଦିନ ପରଲୋକ ଘଟିଛି । କିଛି ଦିନ ପୂର୍ବ ରୁ ରୋଗରେ ପୀଡିତ ଥିଲେ । ସେ ପୋଲିସ୍ ଥାନା ଅଧିକାରୀ ଭାବେ ଅନୁଗୋଳ, ଦେଓଘର, ରାଉରକେଲା ଥାନା ରେ କାର୍ଯ୍ଯ କରିଥିଲେ ପରେ ସେ ଚାକିରୀ ରୁ ଅବସର ନେଇ ଗାଁର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ସ୍ତ୍ରୀ ,ପୁତ୍ର, ପୁତ୍ର ବଧୁ,ଝିଅ,ଜ୍ୱାଇଁ,ନାତି,ନାତୁଣୀ,ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଏବଂ ଆଖପାଖ ଅଞ୍ଚଳର ମାନଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ସମବେଦନା ଜଣାଇଥିଲେ।ରୀତିନୀତି ଅନୁସାରେ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ଶ୍ରୀ ସାହୁ ଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳ ଜିଲ୍ଲା ସଭାପତି ରାସବିହାରୀ ବେହେରା,ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ବ୍ଲକ ଉପାଧ୍ୟକ୍ଷା ଯଶସ୍ୱୀନୀ ରାଉତ, ସରପଞ୍ଚ ଅଜିତ ସାହୁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ସମ ବେଦନା ଜଣାଇଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବାଇକକୁ ପଛ ଆଡୁ ଧକ୍କା ଦେଲା ବାଇକ

Sunil Chandra Nayak

କେନ୍ଦୁଝରର ସୁକେଶୀ ଓରାମଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ

Sunil Chandra Nayak

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!