ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃତ୍ୟ ସଂଗମ-୨୦୨୪ “ଯୁବ ପ୍ରତିଭା” ପାଇଁ ନାମ ଘୋଷଣା

ନୃତ୍ୟ ସଂଗମ-୨୦୨୪ “ଯୁବ ପ୍ରତିଭା” ପାଇଁ  ନାମ ଘୋଷଣା

ଭବାନୀପାଟଣା– କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ପ୍ରତିଭା ଦ୍ୱାରା ଆୟୋଜିତ ଲୋକ କଳାର ମହାକୁମ୍ଭ ନୃତ୍ୟ ସଙ୍ଗମ-୨୦୨୪ ରେ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ “ଯୁବ ପ୍ରତିଭା” ମାନଙ୍କ ନାମ ଘୋଷଣା ହୋଇଯାଇଛି। ପଶ୍ଚିମ ଓଡିଶାର ଲୋକକଳା ଓ ଲୋକ ସଂସ୍କୃତିର ଗବେଷଣା ପାଇଁ ବିଶିଷ୍ଟ ନୂଆପଡା ଜିଲ୍ଲା କୋମ୍‌ନାର ଗବେଷକ ରଜତ୍ ରାଜ ପାଣିଗ୍ରାହୀଙ୍କୁ ଯୁବ ଗବେଷକ ସମ୍ମାନ, ବରଗଡ ଜିଲ୍ଲାର ବିଶିଷ୍ଟ ଢୋଲ ବାଦକ ତଥା ଯୁବ ନୃତ୍ୟଗୁରୁ ଦୀଲିପ୍ ସାହୁଙ୍କୁ ଲୋକନୃତ୍ୟ ପାଇଁ ଯୁବ ପ୍ରତିଭା ସମ୍ମାନ, କଳାହାଣ୍ଡି ଜିଲ୍ଲାର କାଣ୍ଡେଲ ଗ୍ରାମର ବିଶିଷ୍ଟ ନିଶାନ୍ ବାଦକ କମ୍ବୁପାଣି ବାଗଙ୍କୁ ଯୁବ ପ୍ରତିଭା ସମ୍ମାନ, ଭବାନୀପାଟଣାର ରାମେଶ୍ୱର ତ୍ରିପାଠୀଙ୍କୁ ଭାନୁପ୍ରକାଶ ରଥ ଯୁବ ନାଟ୍ୟ ସମ୍ମାନ, ଭବାନୀପାଟନାର ସୁଦାମ ବିଶିଙ୍କୁ ଘୁମୁରା ଓ ବଜାଶାଲ ନୃତ୍ୟ ପାଇଁ ଯୁବ ପ୍ରତିଭା ସମ୍ମାନ, ଭବାନୀପାଟଣାର ବିଶିଷ୍ଟ ନୃତ୍ୟାଙ୍ଗନା କୁନି ସାହୁଙ୍କୁ ନୃତ୍ୟାଙ୍ଗନା ସମ୍ମାନ ପ୍ରଦାନ କରିବା ପାଇଁ ଅନୁଷ୍ଠାନ ଦ୍ୱାରା ନାମ ଘୋଷିତ ହୋଇଯାଇଛି। ଏହି ବିଶିଷ୍ଟ ଯୁବ ପ୍ରତିଭା ମାନଙ୍କୁ ଆସନ୍ତା ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟେଡିୟମ୍ ଠାରେ ସମ୍ବର୍ଦ୍ଧିତ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଛି।

ଭବାନୀପାଟଣା ରୁ ବିଷ୍ନୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଡାଇରିଆ ଆତଙ୍କ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲ ଟିମର ଚିକିତ୍ସା ଜାରି

masiha

ଜିଲ୍ଲାପାଳ ପାରୁଲ ପଟୱାରୀ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଯାଞ୍ଚ କଲେ

Sunil Chandra Nayak

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!