ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ( ଏସଏସଡି ) ର ୬୯ ତମ ବାର୍ଷିକୋତ୍ସବ ଧୂମଧାମରେ ଅନୁଷ୍ଠିତ

ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ( ଏସଏସଡି ) ର ୬୯ ତମ ବାର୍ଷିକୋତ୍ସବ ଧୂମଧାମରେ ଅନୁଷ୍ଠିତ

 ମୟୂରଭଞ୍ଜ -୩୧/୦୧ ( ମସିହା) ଓଡ଼ିଶାର ୧୯୫୫ ମସିହାରେ ପ୍ରଥମ କରି ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଅନୁସୂଚିତ ଜାତିଉନ୍ନୟନ ବିଭାଗ ଦ୍ବାରା ରାଇରଙ୍ଗପୁର ମହୁଲଡିହାରେ ସ୍ଥାପିତ ହୋଇଥିବା ସରକାରୀ ବାଳିକା ଉଚ୍ଚ ମହାବିଦ୍ୟାଳୟ (ଏସଏସଡି ) ର ୬୯ ତମ ବାର୍ଷିକୋତ୍ସବ ଆଜି ବୁଧବାର ଦିନ ଆନନ୍ଦ ଓ ଉଲ୍ଲାସର ସହ ଏସଏସଡି ଯୁକ୍ତ ୨ ବିଜ୍ଞାନର ଅଧ୍ୟକ୍ଷ ଦିଲିପ ସାହୁଙ୍କ ପ୍ରତ୍ମକ୍ଷତତ୍ଵାଵଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ, ମୁଖ୍ୟବକ୍ତା ସ୍ତମ୍ଭକାର ଲଳିତ ମହାନ୍ତ, ସମ୍ମାନିତ ଅତିଥି ପିଏ ଆଇଟିଡିଏଙ୍କ ପ୍ରତିନିଧି ଏବିଇଓ କାର୍ତ୍ତିକ କାରୁଆ, ଅନ୍ୟତମ ଅତିଥି ବିଇଓ ଭାଗ୍ଯରଥୀ ମହାନ୍ତି,ବିଦ୍ୟାଳୟ କମିଟି ସଭାପତି ଚିରଞ୍ଜିବୀ ଵୀରୁଆ, ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଶୁଭ ଉଦ୍ଘାଟନ କରିଥିଲେ ।ଅତିଥିଗଣ ନାରୀ ଶିକ୍ଷାର ଉନ୍ନତି ହେଲେ ପରିବାର,ସମାଜର ଏବଂ ଦେଶର ଉନ୍ନତି ହୋଇ ପାରିବ । ଶିକ୍ଷା ହିଁ ବିକାଶର ଚାବିକାଠି ।ବିଦ୍ୟାର୍ଥୀ ମାନଙ୍କୁ ସ୍ବପ୍ନ ସାକାର କରିବା ପାଇଁ କଠିନ ପରିଶ୍ରମ, ଅଧ୍ୟବସାୟ, ଗୁରୁ ଭକ୍ତି ,ମାତୃପିତୃ ଭକ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ ।ପାଠ ସହିତ ଏକାଗ୍ରତା ଓ ଶାରିରୀକ ସୁସ୍ଥ ପାଇଁ ଯୋଗ ଅଭ୍ୟାସ ପାଇଁ ପରାମର୍ଶ ଦେଇଥିଲେ । ପ୍ରତିଯୋଗିତାମୂଳକ ଦୁନିଆରେ ପ୍ରତିଯୋଗୀତା ମନୋଭାବ ରଖି ଆଗକୁ ବଢ଼ିବାକୁ ପଡ଼ିବ ।ପରିଶ୍ରମର ଫଳ ହିଁ ମିଠା ଅଟେ । ଶିକ୍ଷକ ଓ ଶିକ୍ଷୟିତ୍ରୀ ହେଉଛନ୍ତି ପିଲାମାନଙ୍କର ଦିତୀୟ ବାପ ମାଆ । ତେଣୁ ପିଲାମାନଙ୍କୁ ସବୁବେଳେ ପ୍ରେରଣା ଦେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ବାର୍ଷିକ ବିବରଣୀ ପାଠ କରିଥିଲେ ‌। ବାର୍ଷିକୋତ୍ସବ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ରଚନା, ପ୍ରବନ୍ଧ, ବକ୍ତୃତା, ନୃତ୍ୟ, ବିଭିନ୍ନ କ୍ରୀଡାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ପୁରସ୍କୃତ କରିଥିଲେ ।ପରେ ଛାତ୍ରୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟ ପରିଚାଳନା ରେ ଶିକ୍ଷୟତ୍ରୀ ସରସ୍ଵତୀ ମହଲା, ଗୁରୁ ପ୍ରସାଦ ମହାକୁଡ,ସାଗରିକା ମହାପାତ୍ର,ସୁଭାଷିନୀ ସେଠୀ, ହରପ୍ରସାଦ ମହାନ୍ତ,ହେମଲତା ମହାନ୍ତ,ଲଳିତ ବାରିକ ଏବଂ ଅନ୍ୟମାନେ ସହଯୋଗ କରିଥିଲେ । ଶିକ୍ଷକ ରାଜକିଶୋର ସୋରେନ ୬୯ ତମ ବାର୍ଷିକୋତ୍ସବ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଏନ୍ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୦ରେ …. 

masiha

ଜ୍ଞାନ ବିକାଶ କେନ୍ଦ୍ର ଦ୍ବାରା ରାଉରକେଲା କବିମାନେ ସମ୍ବର୍ଦ୍ଧିତ

Sunil Chandra Nayak

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବନୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!