ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଅଞ୍ଚଳରେ ବଢୁଛି ଥଣ୍ଡା ପ୍ରକୋପ , ବୃଦ୍ଧ, ବୃଦ୍ଧା ମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା 

ଗୋଲାମୁଣ୍ଡା ଅଞ୍ଚଳରେ ବଢୁଛି ଥଣ୍ଡା ପ୍ରକୋପ ,

ବୃଦ୍ଧ, ବୃଦ୍ଧା ମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା 

ଜୁନାଗଡ଼ (ମ ନି ସ): ମୌସୁମୀ ର ପ୍ରତ୍ୟାବର୍ତ୍ତନ ପରେ ପରେ ଲଘୁଚାପ ଜନିତ ବର୍ଷା ମଧ୍ୟ ଦୂରୀଭୂତ ହେବା ମାତ୍ରେ ପାରଦ ଖସିଛି । ତାପମାତ୍ରା କମିବା ହେତୁ ଧରା ପୃଷ୍ଠରେ ଶୀତର ଆଗମନ ଦେଖାଦେଇଛି। ସେହିପରି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରେ ମଧ୍ୟ ପ୍ରବଳ ମାତ୍ରାରେ ଥଣ୍ଡା ଅନୁଭୂତ ହେଉଛି । ସନ୍ଧ୍ୟା ହେବା ମାତ୍ରେ ଲୋକେ ଘର ଅଗଣା, ରାସ୍ତା କଡ଼ରେ ନିଆଁ ଜାଳି ତାପିବା ଦେଖିବାକୁ ମିଳିଛି। ସକାଳ ୯ ଟା ପର୍ଯ୍ୟନ୍ତ ଥଣ୍ଡା ହେଉଥିବାରୁ ଗୃହିଣୀ ମାଁ ମାନଙ୍କୁ ଘରକାମ କରିବା ପାଇଁ ବହୁତ କଷ୍ଟ ହେଉଥିବାର ଦେଖାଦେଇଛି । ପ୍ରବଳ ଥଣ୍ଡା ହେତୁ ଛାତ୍ରଛାତ୍ରୀଙ୍କ ସଜବାଜ ହୋଇ ସ୍କୁଲ ଯିବା ପାଇଁ ଡେରି ହେଉଛି । ସେହି ପରି ସବୁଠାରୁ ବେଶୀ କଷ୍ଟ ଦାୟକ ହେଉଛି ବୃଦ୍ଧ ବୃଦ୍ଧା ମାନଙ୍କ ଜୀବନରେ । ଏପରିକି ଶୀତ ଦାଉରୁ ରକ୍ଷାପାଇବା ପାଇଁ ସରକାରୀ କର୍ମଚାରୀ ମାନେ ମଧ୍ୟ ଗରମ ପୋଷାକ ପରିଧାନ କରି ଅଫିସ ରେ କାମ କରୁଥିବା ଦେଖାଦେଇଛି । ଗରମ ଦିନରେ ଯେମିତି ଜଳ ର ଆବଶ୍ୟକତା ହୋଇଥାଏ ସେହିପରି ଶୀତ ଋତୁରେ ଗରମ ପାଇଁ ନିଆଁ ର ଅତ୍ୟାବଶ୍ୟକ ହୋଇଥାଏ । ଯେପରି କଥା ରେ ଅଛି । ଅନଳ ହୋଇଲା ସଲିଳ ପାୟକେ ସଲିଳ ହୋଇଲା ଅନଲ । ବେଶୀ କରି ପାହାଡ ତଳିଆ ଗ୍ରାମ ଗୁଡିକରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି। 

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

masiha

ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  “ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ

masiha

ଜୁନାଗଡ଼ରେ ପଞ୍ଚାୟତିରାଜ ଦିବସ ପାଳିତ

masiha

Leave a Comment

error: Content is protected !!