ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା: ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା: ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ନବରଙ୍ଗପୁର:(୨୪ ସେପ୍ଟେମ୍ବର ୨୦୨୬)(ରବି ନାରାୟଣ ମହାନ୍ତି)ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ଓ ଘଡ଼ଘଡ଼ି ହେବାର ପୂର୍ବାନୁମାନ ଦିଆଯାଇଛି। ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ଏହି ପରିପ୍ରେକ୍ଷୀରେ ୨୫ ସେପ୍ଟେମ୍ବର ୨୦୨୬ (ଶୁକ୍ରବାର) ଦିନ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ସରକାରୀ ବିଦ୍ୟାଳୟ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟ ବନ୍ଦ ରହିବ କିନ୍ତୁ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନୱାଡ଼ି କର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ନିଜ ନିଜ ଅନୁଷ୍ଠାନରେ ସାଧାରଣ ଭାବେ ଉପସ୍ଥିତ ରହିବେ।ବର୍ତ୍ତମାନର ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

ଅଗ୍ନିରେ ଦଗ୍ଧ ହୋଇଗଲା ଗୁହାଳ ସହ ବାଛୁରୀ, ଦୁଇଟି ଗାଈ ଅର୍ଦ୍ଧଦଗ୍ଧ

Sunil Chandra Nayak

ଆଜି ଦିବସର ଅନୁଚିନ୍ତା : ୨୬ ଫେବୃଆରୀ: ଐତିହାସିକ ସ୍ମୃତି ଓ ଚିନ୍ତନର ଦିନ

Sunil Chandra Nayak

Leave a Comment

error: Content is protected !!