ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ର ୬ଟି ଗୀର୍ଜା କୁ ମୁଖ୍ୟ ମନ୍ତ୍ରୀ ଙ୍କ ଅନୁଦାନ, ମୁଖ୍ୟମନ୍ତ୍ରୀ ଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କଲେ ଖ୍ରୀଷ୍ଟ ବିଶ୍ୱାସୀ

ନବରଙ୍ଗପୁର,୨୩/୪ (ମସିହା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଥିବା ୬ ଟି ଗୀର୍ଜା କୁ ମୁଖ୍ୟ ମନ୍ତ୍ରୀ ଙ୍କ ତରଫରୁ ୫ ଟି ସଚିବ ଭିକେ ପାଣ୍ଡିଆନ ଅନୁଦାନ ଯୋଗାଇ ଦେଇଛନ୍ତି । ଯାହାକୁ ନେଇ ଅନୁଦାନ ପାଇଥିବା ସମସ୍ତ ଗୀର୍ଜା ର ପାଳକ ମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନା ଥାଉକି ମାର୍ଚ୍ଚ ମାସ ତା ୧୭ .୨୦୨୩ ରେ ମୋ ସରକାର ୫ଟି ସଚିବ ଭି କାର୍ତିକେୟ ପାଣ୍ଡିଆନ୍ ୨ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସିଥିଲେ। ମାର୍ଚ୍ଚ ୧୮ତାରିଖ ରେ ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ର କର୍ମକର୍ତ୍ତା ମାନେ ୧୪ଦାବି ପୁରୁଣ କରିବାକୁ ଦାବି ପତ୍ର ପ୍ରଦାନ କରିଥିଲେ। ସେ ଗୁଡ଼ିକ ହେଲା, ପ୍ରତ୍ୟେକ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ବସବାସ କରୁଥିବା ଗ୍ରାମ ରେ ଶ୍ମଶାନ ପାଇଁ ଜାଗା ଚିହ୍ନଟ। ୧୦ବ୍ଲକ୍ ଓ ୨ଟିପୌର ପାଳିକା ରେ ଗୋଟିଏ ଗୋଟିଏ କମ୍ୟୁନିଟି ସେଣ୍ଟର ନିର୍ମାଣ। ଜିଲ୍ଲାର ପୁରାତନ ଗୀର୍ଜା ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇ ଦେବା। ସେଥିରୁ ମାତ୍ର ୩ଦାବି ତୁରନ୍ତ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ।ଏକ ସପ୍ତାହ ମଧ୍ୟରେ ନବରଙ୍ଗପୁର ଯେଇ ଏଲ ସି ପ୍ରଧାନ ମଣ୍ଡଳୀ ପାଇଁ ୧୦ଲକ୍ଷ ଅନୁଦାନ ଯୋଗାଇ ଦେଉଥିବା ବେଳେ, କମ୍ୟୁନିଟି ସେଣ୍ଟର ପାଇଁ ୧୦ଲକ୍ଷ ଅନୁଦାନ ଯୋଗାଇ ଦେଉଥିଲେ। ବର୍ତ୍ତମାନ ତେନ୍ତୁଳିଖୁଣ୍ଟି ବ୍ଲକ୍ ର କେବଳ ଗୀର୍ଜା ପାଇଁ ଅନୁଦାନ ଯୋଗାଇ ଦେଉଥିବା ଜଣା ପଡିଛି।ଏ ନେଇ ଗତ କାଲି ତେନ୍ତୁଳିଖୁଣ୍ଟି ବିଜେଡି ବ୍ଲକ ସଭାପତି ପ୍ରଫୁଲ ନାଗ ଙ୍କ ସଭାପତିତ୍ଵ ରେ ପଟାଗୁଡ଼ା ବେରଶିବା ଗୀର୍ଜା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଲକ୍ ର ଖ୍ରୀଷ୍ଟୀୟ ସମ୍ପ୍ରଦାୟ ର ଶତାଧିକ ଲୋକେ ଏକତ୍ରିତ ହୋଇଥିଲେ । ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଙ୍କ ଠାରେ ସଙ୍ଗୀତ ଗାନ କରିବା ପରେ ପାଳକ ମାନଙ୍କ ଦ୍ଵାରା ପ୍ରଭୁ ଯୀଶୁ ଙ୍କ ଠାରେ ପ୍ରାର୍ଥନା କରିବା ପରେ ମୁଖ୍ୟମନ୍ତ୍ରୀ ଅନୁଦାନ ଯୋଗାଇ ଦେଇଥିବା ବିଷୟରେ ଆଲୋଚନା କରାଯାଇଥିଲା। କାମତା ଜେଇଏଲସି ଗୀର୍ଜା କୁ ୧୦ଲକ୍ଷ ,କଙ୍ଗ୍ରା ଜେଇଏଲସି ଗୀର୍ଜା କୁ ୧୦ ଲକ୍ଷ ,ତେନ୍ତୁଳିଖୁଣ୍ଟି ଜେଇଏଲସି , ଗୀର୍ଜା କୁ ୧୦ ଲକ୍ଷ ,ଖାତିଗୁଡା ଜେଇଏଲସି ଗୀର୍ଜା କୁ ୧୦ ଲକ୍ଷ , ଚିତ୍ରକୋଟ ଗୀର୍ଜା କୁ ୫ଲକ୍ଷ ଏବଂ ଫଟାଗୁଡା ବେରେଶିବା ଗୀର୍ଜା କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଯୋଗାଇ ଦେଇଥିବା ରୁ ମୁଖ୍ୟମନ୍ତ୍ରୀ ଓ , ୫ଟି ସଚିବ ଙ୍କୁ ଧନ୍ୟବାଦ ଅର୍ପଣ ସଭା ଆୟୋଜନ କରାଯାଇଥିଲା । ଏହି ସମୟରେ ପ୍ରଥମ ପର୍ଯ୍ୟାୟ ରେ ବ୍ଲକ୍ ରେ ମିଳିଥିବା ଏହି ଅନୁଦାନ କୁ ନେଇ ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ଓ ବ୍ଲକ୍ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ତରଫରୁ ଖୁସି ପ୍ରକଟ କରିବା ସହ ୫ ଟି ସଚିବ ଏବଂ ମୁଖ୍ୟ ମନ୍ତ୍ରୀ ଙ୍କ ସମେତ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ସଦାଶିବ ପ୍ରଧାନୀ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଖ୍ରୀଷ୍ଟୀୟ ସମ୍ପ୍ରଦାୟ ତରଫରୁ ପାଳକ ରେଭ୍ ରାଜୀବ ମାଣ୍ଡୀ , ରେଭ୍ କିଶୋର ଛତ୍ରିଆ , ରେଭ୍ ପ୍ରେମଦାନ ନମ୍ରଶୀଳ ,ରେଭ୍ ବିପିନ ବିହାରୀ ଧାନଫୁଲ ,ରେଭ୍ ଅନନ୍ତ ନାଗ ପ୍ରମୁଖ ଏହି ଧନ୍ୟବାଦ ଅର୍ପଣ କରିଥିଲେ । ବିଜେଡ଼ି ବ୍ଲକ ସଭାପତି ପ୍ରଫୁଲ୍ଲ ନାଗ,ଉଦୟନାଥ ଶଗରିଆ,ସୁଧୀର ଖୁରା , ,ତୀର ନାଗ,ଟୁନା ନାଗ ,ଅଶୋକ ଟାକ୍ରୀ ଙ୍କ ସମେତ ଶତାଧିକ ଖ୍ରୀଷ୍ଟ ବିଶ୍ବାସୀ ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ,ସଂଗୀତ ଜୀବନକୁ ପ୍ରାଣବନ୍ତ କରେ…..

Sunil Chandra Nayak

ଏକବିଂଶ ଶତାବ୍ଦୀରେ କବିତା: ବ୍ୟକ୍ତି, ଦେଶ ଓ ବିଶ୍ୱ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ

Sunil Chandra Nayak

ଦିବ୍ୟ ହୃଦୟ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ମିଳୁନି ଆହାର

masiha

Leave a Comment

error: Content is protected !!