ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଦୁର୍ଘଟଣା ୧ ମୃତ, ୨ ଆହତ 

ମୋଟରସାଇକେଲ ଦୁର୍ଘଟଣା ୧ ମୃତ, ୨ ଆହତ 

ଡାବୁଗାଁ,୧୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଲାଞ୍ଜିଆଗୁଡା ଛକ ନିକଟରେ ବୁଧବାର ରାତିରେ ମୋଟରସାଇକେଲ ଦୁର୍ଘଟଣା ଘଟି ୧ ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲା କୋଡିଗାଁ ଥାନା ଅଧୀନ ବାଦପୁର ଗ୍ରାମର କମଳସିଂ ଜାନୀ, ଉପେନ୍ଦ୍ର ଜାନୀ ଓ ଲାଲବାହାଦୁର ଜାନୀ ବୁଧବାର ଦିନ ନିଜ ଘରୁ ମୋଟର ସାଇକେଲ ଯୋଗେ ଝରିଗାଁ ବ୍ଲକ ଅଧୀନ ଇଚ୍ଛାପୁର ଗ୍ରାମକୁ କୌଣସି କାମରେ ଯାଇଥିଲେ | ନିଜର କାମ ସାରି ସନ୍ଧ୍ୟାରେ ସେଠାରୁ ବାହାରି ନିଜ ଘରକୁ ଫେରୁଥିବା ବେଳେ ଡାବୁଗାଁ ଥାନା ଅଧୀନ ଲାଞ୍ଜିଆଗୁଡା ଗ୍ରାମ ଛକ ନିକଟରେ ଏକ ବୁଲାଣିରେ ମୋଟର ସାଇକେଲ ଭାରସାମ୍ୟ ହରାଇ ରାସ୍ତାର ମାଇଲ ଖୁଣ୍ଟରେ ପିଟି ହୋଇଥିଲେ | ଯାହା ଦ୍ଵାରା ୩ ଜଣ ରାସ୍ତା କଡକୁ ଛତିକି ପଡି ଆହତ ହୋଇଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ କମଳସିଂ ଜାନୀ (୨୫) ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ଗୁରୁବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର୍ବଦା ଭାଇ ଶ୍ୟାମ ଜାନୀ ଆଜି ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ଉକ୍ତ ଏତଳକୁ ଭିତ୍ତି କରି ଥାନା କେସ ନଂ ୨୦୭/୨୫ ରେ ଏକ ମାମଲା ରୁଜୁ କରାଯାଇଛି | ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାର ତଦନ୍ତ କରୁଛନ୍ତି | ଆସନ୍ତାକାଲୀ ଶୁକ୍ରବାର ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିଖିଳ ଓଡିଶା କୈବର୍ତ୍ତ ସମାଜର ଚଇତି ପର୍ବ ମହା ଆଡମ୍ବରରେ ପାଳିତ 

Sunil Chandra Nayak

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃ , ସଭାପତି ପଦବୀ ପାଇଁ ଜଣେ ମାତ୍ର ମହିଳା ପ୍ରାଥିନିଙ୍କ ନାମାଙ୍କନ ପତ୍ର ଦାଖଲ

masiha

Leave a Comment

error: Content is protected !!