ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମଞ୍ଚାଗାଁ ଗ୍ରାମରେ ଅଷ୍ଠପ୍ରହରି ନାମ ଯଂଜ୍ଞ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି , ୨୩/୦୪/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ମଞ୍ଚାଗାଁ ଗ୍ରାମଠାରେ ଅଷ୍ଠପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅପରାହ୍ନରେ ଗ୍ରାମର ସଂକୀର୍ତନ ମଣ୍ଡଳୀ ଓ ଗ୍ରାମବାସୀଙ୍କ ଦ୍ୱାରା ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଇନ୍ଦ୍ରାବତୀ ନଦୀ ଘାଟରେ ପହଞ୍ଚି ପୂଜକଙ୍କ ଦ୍ୱାରା ପୂଜାର୍ଚନା କରାଯିବା ପରେ ନଦୀ ଘାଟରୁ ୧୦୮ କଳସୀରେ ଜଳ ଭାରନେଇ ମଣ୍ଡପ ଅଭିମୁଖେ ବାହାରିଥିଲେ ।ଏହି କଳସୀ ସଭାଯାତ୍ରାରେ ସମସ୍ତ ମହିଳାମାନେ ସମାନ ବସ୍ତ୍ର ପରିଧାନ କରିବା ସହିତ କୁନି କୁନି ପୁଅ ଝିଅ ମାନଙ୍କୁ ରାଧା କୃଷ୍ଣ ବେଶରେ ସୁସଜିତ କରିଥିବା ଦେଖିବାକୁ ମିଳିଥିଲା ।ଏହି କଳସଯାତ୍ରା ପୂଜା ମଣ୍ଡପରେ ପହଞ୍ଚିବା ପରେ ୧୦୮ କଳସୀକୁ ମଣ୍ଡପରେ ସ୍ଥାପନ କରାଯିବା ପରେ ଅଧିବାସ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ସକାଳ ୦୭:୦୦ ଘଣ୍ଟା ସମୟରେ ମହାଡ଼ମ୍ବରରେ ଅଖଣ୍ଡ ନାମ ଯଂଜ୍ଞ ଆରମ୍ଭ ହୋଇଯାଇଥିଲା । ଏହି ନାମ ଯଂଜ୍ଞରେ ମଞ୍ଚାଗାଁ, ବଙ୍ଗଳାଗୁଡା, ଅଲଚିଆଗୁଡା, ଯାନିଗୁଡା ଏହିଭଳି ୧୧ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରି ଅଖଣ୍ଡ ନାମ ଯଂଜ୍ଞରେ ରାମନାମ ଜପ କରିବା ଫଳରେ ପୁରା ଗ୍ରାମରେ ହରେ କୃଷ୍ଣ ଓ ହରେ ରାମ ଧ୍ୱନିରେ ଗଗନପବନ ଗୁଞ୍ଜିରିତ ହେଇଥିଲା ।ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଗ୍ରାମବାସୀ ତରଫରୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦବଜାରରେ ଅନ୍ନ ଭୋଗର ବ୍ୟବସ୍ତା କରାଯାଇଛି । ସୋମବାର ଦଧି ହାଣ୍ଡି ଭଗ୍ନ ସହିତ ନଗର ସଂକୀର୍ତ୍ତନ ହେବାର କାର୍ଯ୍ୟକ୍ରମ ରହିଛି ।ଏହି କାର୍ଯ୍ୟକ୍ରମ ରେ ଗ୍ରାମ କମିଟି ଅଭିମନ୍ୟୁ ଦାସ,ପ୍ରଫୁଲ ନାୟକ,ଲାଇବନ ଭତ୍ରା, ଦିବାକର ଗୌଡ଼, ଟଙ୍କଧର ଗୌଡ଼, ସୁନାଧାର ଦାସ, ପବିତ୍ର ମୋହନ ଦାସ,ଗଙ୍ଗାଧର ଗୌଡ଼, ପଦ୍ମନ ହରିଜନ ସମେତ ଅନ୍ୟାନ୍ୟ ଯୁବବର୍ଗ ସହଯୋଗ କରିଥିଲେ l

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଙ୍କା ବାବା ସେନ୍ଦ୍ରା ଗିରା ପୂଜାପର୍ବ ସମ୍ପନ୍ନ

ଗୋପାଳପୁର(ଗୁମୁଡା) ଠାରେ ନୂତନ ଆଶ୍ରମ ପ୍ରତିଷ୍ଠା ଉତ୍ସବ

masiha

ରାଇରଙ୍ଗପୁରରେ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ପୂର୍ଣ୍ଣାହୁତି ଉଦଯାପିତ

Sunil Chandra Nayak

Leave a Comment

error: Content is protected !!