ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାସ୍ଥ୍ୟ, ପ୍ରକୃତି ଏବଂ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ମନୋଜ ହେଲଥ୍ କ୍ଲବ୍ ପକ୍ଷରୁ ସଚେତନତା ବାର୍ତ୍ତା

ସ୍ବାସ୍ଥ୍ୟ, ପ୍ରକୃତି ଏବଂ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ମନୋଜ ହେଲଥ୍ କ୍ଲବ୍ ପକ୍ଷରୁ ସଚେତନତା ବାର୍ତ୍ତା

ରାଉରକେଲା : ଆଜିର ଦ୍ରୁତ ଗତିଶୀଳ ଏବଂ ଅତ୍ୟଧିକ ବ୍ୟସ୍ତବହୁଳ ଜୀବନଶୈଳୀରେ, ଲୋକମାନେ ଛୋଟ ଛୋଟ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ମଧ୍ୟ ଔଷଧ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଯେତେବେଳେ ଏଥିରେ କୌଣସି ସମାଧାନ ମିଳେ ନାହିଁ, ସେତେବେଳେ ଏହା ନିରାଶାର କାରଣ ହୋଇଥାଏ। ଏହି ବିଷୟକୁ ଦୃଷ୍ଟିରେ ରଖି, ମନୋଜ ହେଲଥ୍ କ୍ଲବ୍ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ଯରେ ରାଉରକେଲା ଜଗଦା ସ୍ଥିତ ବାଟ ମଙ୍ଗଳା ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ, ପ୍ରକୃତି ଏବଂ ସୁସ୍ଥ ଜୀବନଶୈଳୀକୁ ନେଇ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ଯରେ ଇଂ ମନୋଜ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜଗଦା ବାଟ ମଙ୍ଗଳା ଠାରେ ମନୋଜ ହେଲଥ୍ କ୍ଲବ୍ ନାମରେ ଏକ ସ୍ବାସ୍ଥ୍ୟ କ୍ଲବ୍ ଗଠନ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ସ୍ବାସ୍ଥ୍ୟ, ପ୍ରକୃତି ଏବଂ ସୁସ୍ଥ ଜୀବନଶୈଳୀ ବିଷୟରେ ଜନସଚେତନତା ସୃଷ୍ଟି କରିବା। ମନୋଜ ହେଲଥ୍ କ୍ଲବ ର ପରିଚାଳନା ନିର୍ଦ୍ଦେଶକ ଇଂ ମଲ୍ଲିକ ଆଜିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, ପ୍ରକୃତି ଆମକୁ ଅମୂଲ୍ୟ ସମ୍ପଦ ପ୍ରଦାନ କରିଛି। ଆମର ଲକ୍ଷ୍ୟ ହେଉଛି ଏହି ସମ୍ପଦ ଗୁଡ଼ିକର ଉଚିତ ବ୍ୟବହାର ବୁଝିବା ଏବଂ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦୈନନ୍ଦିନ ଜୀବନରେ ଏଗୁଡ଼ିକୁ ପ୍ରୟୋଗ କରିବା। ସେ ଆହୁରି କହିଥିଲେ ଯେ ସେ ଦୃଢ଼ ଭାବରେ ବିଶ୍ବାସ କରନ୍ତି ଯେ ଆମର ସମସ୍ତ ପ୍ରୟାସ ବୈଜ୍ଞାନିକ ଏବଂ ପ୍ରମାଣ-ଆଧାରିତ ହେବା ଆବଶ୍ୟକ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିକିତ୍ସା ପରାମର୍ଶ ସହିତ ମାନବ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରକୃତିର ଅବଦାନ ବିଷୟରେ ସଚେତନତା ବୃଦ୍ଧି କରିବା।

           ମନୋଜ ହେଲଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶକ ଇଂ. ମଲ୍ଲିକ ତାଙ୍କ ବକ୍ତବ୍ୟରେ ହୃଦ ରୋଗକୁ ନେଇ ବିଶେଷ ଆଲୋଚନା କରିବା ସହିତ ସୁସ୍ଥ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଷ୍ଟ୍ରୋକ୍ ବିଷୟରେ ବିଶେଷ ଉପସ୍ଥାପନା କରିବା ସହ ଆମର ସ୍ବାସ୍ଥ୍ୟ ନେଇ ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ଖାଲି ପାଦରେ ମାଟିରେ ଚାଲିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଥିଲେ। ସେହିପରି ପନିପରିବାରୁ ବିଷକ୍ରିୟା ଦୂର ପାଇଁ ପରିବାକୁ ୨୦ ମିନିଟ୍ ଲୁଣ ପାଣିରେ ବୁଡାଇ ତାପରେ ବାହାର କରି ଭାଜିବା ଆବଶ୍ୟକ ବୋଲି ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିଲେ। ଏହା ସହ ପ୍ରାତଃ ଭୋରରୁ ଶଯ୍ୟା ତ୍ୟାଗ, ରାତିରେ କମ୍ ଖାଦ୍ୟ ଓ ୯ ଟା ମଧ୍ୟରେ ଖାଦ୍ୟ ଗ୍ରହଣ,ଜଙ୍କ ଫୁଡ୍ ଓ ମଇଦା ଜାତୀୟ ଖାଦ୍ୟ ରୁ ଦୂରେଇ ରହିବା, ଦୈନିକ ଅଦା ଓ ରସୁଣ ପାଖୁଡ଼ାଏ ଚୋବେଇବା, ସୁନ୍ଦର ଶ୍ରୁତି ମଧୁର ସଂଗୀତ ଶୁଣିବା,ଆମିଷ ଖାଦ୍ୟରେ ଆବଶ୍ୟକ ହେଉଥିବା ପ୍ରୋଟିନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲାବେଳେ ଶେଷରେ ପୀତାମ୍ବର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଦ୍ବାରା ସମସ୍ତଙ୍କୁ ଆପ୍ଯାୟିତ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗାନ୍ଧୀଙ୍କ ଆଦର୍ଶରୁ ଆଧୁନିକ ସମାଜ ପର୍ଯ୍ୟନ୍ତ, କଳିଙ୍ଗାୟନ ତୌର୍ୟତ୍ରିକମ ବିଶେଷ କାର୍ଯ୍ୟକ୍ରମ

Sunil Chandra Nayak

କଳାହାଣ୍ଡି ‘ସୁରଭି’ରେ ସର୍ବାଗ୍ରେ ନର୍ଲା ବ୍ଲକ୍ : ରାଜ୍ୟ ସ୍ତରକୁ ଯିବେ ୧୩ ଛାତ୍ରଛାତ୍ରୀ

masiha

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋଟର ସାଇକେଲ

masiha

Leave a Comment

error: Content is protected !!