ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ଶୁଭାରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି 

ମଣ୍ଡେଇ ଶୁଭାରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି 

ନବରଙ୍ଗପୁର (୧୯/୧୧/୨୪)(ରବି ନାରାୟଣ ମହାନ୍ତି)ଧଣ୍ଡରା ଝାଡେଶ୍ୱର ଶୈବ ପୀଠ ତଥା ମା ଡଙ୍ଗର ଦେଇ ଶକ୍ତି ପୀଠରୁ ବୁଧବାର ଦିନ ଜିଲ୍ଲା ସ୍ତରୀୟ ମଣ୍ଡେଇ ଶୁଭାରମ୍ଭ ହେବ । ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ନବରଙ୍ଗପୁର ବ୍ଲକର ମିଳିତ ଭାବରେ ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ହେବ । ଏହି ବ୍ୟାପକ କାର୍ଯ୍ୟକ୍ରମ ପାଇଁ ଦୀର୍ଘ ଚାରି ଦିନ ହେବ ସମସ୍ତ ଲୋକ ପ୍ରତିନିଧି ଓ ତିନି ବ୍ଲକର ଅଧିକାରୀମାନେ ବାରମ୍ବାର କାର୍ଯ୍ୟସ୍ଥଳରେ ଗସ୍ତ କରୁଥିବା ବେଳେ ଶେଷ ଦିନ ମଙ୍ଗଳବାର ଅହୋରାତ୍ର ସମସ୍ତେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟରେ ଲିପ୍ତ ରହିଥିଲେ । ପର୍ଯ୍ୟବେକ୍ଷଣ ପାଇଁ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ସକାଳ ଓ ସନ୍ଧ୍ୟା ତଥା ରାତି ଅଧ ଯାଏଁ ମଧ୍ୟ ରହିଥିଲେ । ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ, ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ, ନବରଙ୍ଗପୁର ବିଡ଼ିଓ ସୁନିଲ କୁମାର ଖରା, ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ତଥା ବିଜେପି ନେତା କାହ୍ନୁ ଦାସ ସମେତ ସ୍ଥାନୀୟ ବ୍ଲକର ସମସ୍ତ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ସମେତ ପୁଲିସ ବିଭାଗର କର୍ମଚାରୀ ମଧ୍ୟ ଉପସ୍ଥିତ ରହି ଥିଲେ ।

( ମ ନି ସ ) 

Related posts

ଜୀବାତ୍ମା ର ପୂଣ୍ୟ କର୍ମ – ରକ୍ତ ଦାନ ମହତ୍ ଦାନ

masiha

ପ୍ରେରଣା ତାଲିମ ଶିବିର ଉଦଯାପିତ

masiha

କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ

masiha

Leave a Comment

error: Content is protected !!