ସ୍ପନ୍ଦନ ଆୟୋଜିତ ୧୯ତମ ଶିଶୁ ମହୋତ୍ସବ ସମ୍ପନ୍ନ
ରାଉରକେଲା: ଆରଏସ୍ପି ଆନୁକୂଲ୍ୟରେ ରାଉରକେଲା କଳା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସ୍ପନ୍ଦନ ଓ ଗୃହସ୍ଥୀ ଉଦ୍ୟୋଗର ମିଳିତ ସହଯୋଗରେ ସିଭିକ୍ ସେଣ୍ଟରରେ ୧୯ତମ ଶିଶୁ ମହୋତ୍ସବ ଉଦଯାପିତ ହୋଇ ଯାଇଛି l ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ କହିଲେ ଯେ ନାଟକ ପିଲାର ବ୍ୟକିତ୍ୱ ବିକାଶ କରିବା ସହ ଉତ୍ତମ ଚରିତ୍ର ଗଠନ କରିଥାଏ l ସମ୍ମାନିତ ଅତିଥି ଗୃହସ୍ଥୀ ଉଦ୍ୟୋଗ
ପ୍ରାଇଭେଟର ଲିମିଟେଡ଼ର ନିର୍ଦ୍ଦେଶକ ମଞ୍ଜୁ ବାଗାଡିଆ ସ୍ପନ୍ଦନ ଏକ ଶୃଙ୍ଖଳିତ ଅନୁଷ୍ଠାନ ହୋଇଥିବା ବେଳେ ପିଲା ମାନଙ୍କୁ ନେଇ ଏପରି କାର୍ଯ୍ୟକ୍ରମକ ସହର ପାଇଁ ଗର୍ବ ଆଉ ଗୌରବ କଥା ବୋଲି କହିଥିଲେ l ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ଜୟଶ୍ରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ l ସ୍ପନ୍ଦନ ଅନୁଷ୍ଠାନର ସାଧାରଣ ସମ୍ପାଦକ ସମର ମୁଦାଲିଙ୍କ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ କରିଥିଲେ l ଶେଷରେ ସମ୍ପାଦକ ଡ଼ ସତ୍ୟ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କ୍ଷୀରୋଦ ବାଡ଼ତ୍ୟା, ଶିଶିର ମୁଦାଲୀ, ରମେଶ ଗୌଡ଼, ଅମୁଲ୍ୟ ବେହେରା, ବିଧାନ ଚନ୍ଦ୍ର କୁମାର, ସୁଦୀଶ ମିଶ୍ର, ନରୋତ୍ତମ ସାମଲ, ମିହିର ପରିଜା , କ୍ରିଷ୍ଣା ସିଂ, ରମେଶ ଗୌଡ଼, ଅମୁଲ୍ୟ ବେହେରା,ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ନିତ୍ୟାନନ୍ଦ ଜେନା, ବନ୍ଦନା ଦାସ, ଚିନ୍ମୟୀ ନାୟକ ପ୍ରମୁଖ ସହଯୋଗ କରିଥିଲେ l ପ୍ରଥମ ଦିନ ସେକ୍ଟର ୧୭ ମଧୁସୂଦନ ଶିକ୍ଷା ନିବାସ ନାଟକ ପ୍ରେତାତ୍ମା, ସେକ୍ଟର ୩ ର ବାଜି ରାଉତ ଶିକ୍ଷା ନିକେତନ ର ନାଟକ ମା, ହମିରପୁର ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲର ଖୋଲା ଆକାଶ, ସେକ୍ଟର ୫ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସମାଜ ସୁଧାର ସଂଘ, ସେକ୍ଟର ୧ ବିବେକାନନ୍ଦ ଶିକ୍ଷା ସଦନର ନାଟକ ବୁଢୀ ମା’ର କାହାଣୀ ପେଡି, ବାସନ୍ତୀ କଲୋନୀ ଡିଏଭି ପବ୍ଲିକ ସ୍କୁଲ ର ଆମକୋ ସିମକୋ, ହମିରପୁର ଇଣ୍ଡୋ ଇଂଲିଶ ସ୍କୁଲର ଅଦ୍ଭୁତ ନଗରୀ ଅଣବୁଝା ରାଜା, ସେକ୍ଟର ୬ କବିବର ରାଧାନାଥ ରାୟ ବିଦ୍ୟାପୀଠ ର ଚଳନ୍ତି ଠାକୁର ଆଦି ନାଟକ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସହର ସେବା ପ୍ରଶାସନର ସିଜିଏମ ପ୍ରତାପ ସ୍ବାଇଁ ଓ ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଦ୍ଵିତୀୟ ସନ୍ଧ୍ୟାରେ ଚିନ୍ମୟ ବିଦ୍ୟାଳୟ ସେକ୍ସର ୭ ର ନାଟକ ଜନନୀ ଜନ୍ମ ଭୂଇଁ ଏଇ ଆମ ଗାଁ, ଶ୍ରୀ ଅରବିନ୍ଦ ସ୍କୁଲ ସେକ୍ଟର -୫ ର ନାଟକ ବନ୍ଧନ, ସେଣ୍ଟପଲ ସ୍କୁଲ ହମିରପୁର ର ସମ୍ପର୍କର ସେତୁ , ଦିଲ୍ଲୀ ପ୍ଲବିକ ସ୍କୁଲ ପକ୍ଷରୁ ପ୍ରସ୍ତୁତ ଏକ ନୂଆ ସକାଳର ଅପେକ୍ଷାରେ ନାଟକ ମଞ୍ଚସ୍ଥ କରାଯାଇଥିଲା l ଏହା ପରେ ବିଭିନ୍ନ ବିଦ୍ୟାଳୟରେ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା l ପରେ ୨ଦିନ ଧରି ଚାଲିଥିବା ନାଟକ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା। ଶ୍ରେଷ୍ଠ ଅଭିନେତା ଭାବେ ଦିଲ୍ଲୀ ପବ୍ଲିକ ସ୍କୁଲର ସାଇ ସିର୍ଦ୍ଧାଥ ଦାଶ, ଦ୍ୱିତୀୟରେ ବିବେକାନନ୍ଦ ଶିକ୍ଷା ସଦନ ରଶ୍ମି ରଞ୍ଜନ ମଲ୍ଲିକ, ତୃତୀୟରେ ଇଣ୍ଡୋ ଇଂରାଜୀ ବିଦ୍ୟାଳୟର ଅୟାନ ଶେଖର ଦାଶ, ଜୁରୀ ପୁରସ୍କାର ରୌନକ ପାତ୍ର , ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବିବେକାନନ୍ଦ ଶିକ୍ଷା ସଦନ ଅନୁଷ୍କା ବରିହା, ଦ୍ୱିତୀୟରେ ଚିନ୍ମୟ ବିଦ୍ୟାଳୟ ସେକ୍ଟର-୭ ଦିପ୍ତିମୟୀ ପାଢୀ,ତୃତୀୟରେ ରାଜଶ୍ରୀ ମହାପାତ୍ର, ଜୁରୀ ପୁରସ୍କାର ଭାବେ ଡ଼ିଏଭି ପବ୍ଲିକ ସ୍କୁଲ ବାସନ୍ତୀ କଲୋନୀର ପଲ୍ଲବୀ ମଲ୍ଲିକ, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ବିବେକାନନ୍ଦ ଶିକ୍ଷା ସଦନର ନାଟକ ବୁଢୀ ମାର କାହାଣୀ ପେଡ଼ି,ଦ୍ୱିତୀୟରେ ଦିଲ୍ଲୀ ପବ୍ଲିକ ସ୍କୁଲ ସେକ୍ଟର-୧୪ ନୂତନ ସକାଳର ଅପେକ୍ଷାରେ, ତୃତୀୟ ଇଣ୍ଡୋ ଇଂରାଜୀ ସ୍କୁଲ ବିଶ୍ରା ଡ଼ାହାର ଅଦଭୂତ ନଗରୀ ଅନଭୁଜ ରାଜା, ଶ୍ରେଷ୍ଠ ପ୍ରଯୋଜନା ଶ୍ରେଷ୍ଠ ଦିଲ୍ଳୀ ପବ୍ଲିକ ସ୍କୁଲ ସେକ୍ଟର-୧୪ ଏକ ନୂତନ ସକାଳର ଅପେକ୍ଷାରେ,ଦ୍ୱିତୀୟରେ ବିବୋକନନ୍ଦ ଶିକ୍ଷା ସଦନ ବୁଢୀ ମାର କାହାଣୀ ପେଡ଼ି , ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ଦିଲ୍ଳୀ ପବ୍ଲିକ ସ୍କୁଲର ପ୍ରୀତମ କୁମାର ରଣା, ଦ୍ୱିତୀୟ ଶ୍ରୀ ଅରବିନ୍ଦ ରାଉରକେଲା ସେକ୍ଟର-୫ ଅମନ ବେହେରା, ତୃତୀୟରେ ସେଣ୍ଟ ପ୍ଲସ ସ୍କୁଲ ହମିରପୁର ସୌମ୍ୟରଞ୍ଜନ ସ୍ୱାଇଁ, ଜୁରୀ ଦୀପିକା ଇଂରାଜୀ ମିଡ଼ିଅମ ସେକ୍ଟର-୫ ଦିପ୍ତେସ ତନ୍ତୀଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ପାଶ୍ୱଅଭିନେତ୍ରୀ ସେଣ୍ଟ କନଭେଣ୍ଟ ସ୍କୂୁଲ ବିପାସା ଚାଟ୍ଟାର୍ଜୀ, ଦ୍ୱିତୀୟରେ ଶୁଭସ୍ମିତା ମଲ୍ଲିକ କବିବର ରାଧାନାଥ ରାୟ ବିଦ୍ୟାଳୟ,ତୃତୀୟରେ ଦିବ୍ୟଶ୍ରୀ ମଧୁସୂଦନ ଶିକ୍ଷା ନିବାସ, ଜୁରୀ ଶ୍ରୀ ଅରବିନ୍ଦ ସ୍କୁଲ ସେକ୍ଟର-୫ ଶୃତି ରେଖା ମୁଦୁଲି । ଶ୍ରେଷ୍ଠସଙ୍ଗୀତ ଦିଲ୍ଲୀ ପବ୍ଲିକ ସ୍କୁଲ ସେକ୍ଟର-୧୪ର ନାଟକ ନୂତନ ସକାଳର ଅପେକ୍ଷାରେ,ଦ୍ୱିତୀୟ ଶ୍ରୀ ଅରବିନ୍ଦ ସ୍କୁଲ ସେକ୍ଟର-୫ ନାଟକ ବନ୍ଧନ, ତୃତୀୟରେ ଚିନ୍ମୟ ବିଦ୍ୟାଳୟରର ନାଟକ ଜନନୀ ଜନ୍ମଭୁମି ଏଇ ଆମ ଗାଁ, ଜୁରୀ ପୁରସ୍କାର ମାଁ ବାଜି ରାଉତ ଶିକ୍ଷା ନିକେତନ । ଶ୍ରେଷ୍ଠ ସଜସଜ୍ଜା ମା ବାଜି ରାଉତ ଶିକ୍ଷା ନିକେତନ, ଦ୍ୱିତୀୟରେ ବିବେକାନନ୍ଦ ଶିକ୍ଷା ସଦନ ବୁଢି ମାନର କାହାଣୀ ପେଡ଼ି, ତୃତୀୟରେ ଇଣ୍ଡୋ ଇଂରାଜୀ ସ୍କୁଲ କୁ ପୁରସ୍କୃତ କରାଯାଇଥିଲା।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

