ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ ସହ ବୁଲିଲା ଶିକ୍ଷା ସଚେତନତା ରଥ

ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ ସହ ବୁଲିଲା ଶିକ୍ଷା ସଚେତନତା ରଥ

ଆସିକା,୪/୪/୨୬ (ଶିବ ଶଙ୍କର ମିଶ୍ର ) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ଘୋଷଣା ଅନୁଯାୟୀ ଆଜି ଧରାକୋଟ ବ୍ଲକ ଶିକ୍ଷା ବିଭାଗ ତରଫରୁ ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁ ବାଟିକା ରେ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ଶିଶୁ ମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ଓ ଅଭିଭାବକ ମାନଙ୍କୁ ଶିକ୍ଷା ସମ୍ପର୍କରେ ସଚେତନ କରାଇବା ପାଇଁ ଶିକ୍ଷା ସଚେତନ ରଥ ଆଜି ଶୁଭାରମ୍ଭ କରାଯାଇଛି । ବି ଆର ସି ସି ସୌରୀ ଶଙ୍କର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଇ ଓ ରମେଶ ଚନ୍ଦ୍ର ସାହୁ,ସାଂସଦ ପ୍ରତିନିଧି ମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ବାଟିକା ରେ ଆଜି ଦୀପା ଦାସ, ଅର୍ମାନ ବେହେରା, ଅନନ୍ୟା ନାଇକ,ଏମ ପଲ୍ଲବୀ,ରିତିକା ଦାସ, ଶୁଭମ ଗୌଡ଼,ସୁଦେଷ୍ଣା ଗୌଡ଼,ରୋହନ ନାଇକ ଙ୍କୁ ଅତିଥି ମାନେ ଖଡ଼ି ଛୁଆଁଇ ଥିଲେ । ସି ଆର ସି ସି ଗୌରୀ ଶଙ୍କର ଶତପଥୀ ବେଦ ପାଠ କରିଥିଲେ। ପ୍ରଥମ ଦିନରେ ଶିକ୍ଷା ସଚେତନତା ରଥ ବ୍ଲକର ଧରାକୋଟ,ମୁଣ୍ଡମରାଇ, ସରଧାପୁର ଓ ଢ଼ଉଗାଁ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ କୁ ଯାଇ ପିଲା ମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ସଚେତନତା କରିଛି । ଏହି କ୍ଲଷ୍ଟର ଗୁଡିକରେ ସି ଆର ସି ସି ଜଗନ୍ନାଥ ପଢ଼ିଆରି,ପ୍ରମୋଦ ସେଠୀ, କିରଣବାଳା ନାୟକ,ଶର୍ମିଷ୍ଠା ପାତ୍ର ଙ୍କ ଉପସ୍ଥିତିରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ରଥକୁ ସ୍ୱାଗତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସମସ୍ତ ସି ଆର ସି ସି ଓ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ ପ୍ରଦାନ କରିଥିଲେ।

Related posts

ଆଦିତ୍ୟ ଆଲୁମିନା ରିଫାଇନେରୀରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

ସରକାର କଲେ ପ୍ରତାରଣା : ନର୍ଲା ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା

masiha

ବିଧାୟକଙ୍କ ମଦ ବିକ୍ରି ଲଢେଇ ବିଫଳ, କର୍ମୀ ହତାଶ , ଭାଟି ଖୋଲିଲା ପ୍ରଶାସନ 

masiha

Leave a Comment

error: Content is protected !!