ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍.ସି.ଡି ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ “ସ୍ୱନକ୍ଷତ୍ର ଦିବସ” ପାଳିତ: କୃତୀ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ 

ଆର୍.ସି.ଡି ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ “ସ୍ୱନକ୍ଷତ୍ର ଦିବସ” ପାଳିତ: କୃତୀ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ 

ନବରଙ୍ଗପୁର:(ତା: ୦୭/୦୭/୨୦୨୬)(ରବି ନାରାୟଣ ମହାନ୍ତି) ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନର ସହଯୋଗ ରେ ସ୍ଥାନୀୟ ଆର୍.ସି.ଡି ଉଚ୍ଚ ବିଦ୍ୟାଳୟ ପରିସରରେ “ସ୍ୱନକ୍ଷତ୍ର ଦିବସ ୨୦୨୬” ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି ଉପଲକ୍ଷେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ:

ନିବନ୍ଧ ଲେଖନ: ବିଷୟ – “ସ୍ୱର୍ଣ୍ଣକ୍ଷେତ୍ର ଓ ଓଡ଼ିଆ ସାହିତ୍ୟ”

ବକ୍ତୃତା ପ୍ରତିଯୋଗିତା: ବିଷୟ – “ଓଡ଼ିଆ ଭାଷାର ଗୌରବ”

କବିତା ଆବୃତ୍ତି: ପ୍ରସିଦ୍ଧ ଓଡ଼ିଆ କବିମାନଙ୍କ ରଚନା ଉପରେ ସାଧାରଣ ଜ୍ଞାନ (କୁଇଜ୍): ଓଡ଼ିଆ ସାହିତ୍ୟ ଓ ଓଡ଼ିଶା ଇତିହାସ ଆଧାରିତଏହି ସାରସ୍ୱତ ସମାରୋହକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେ ନିଜ ଅଭିଭାଷଣରେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଐତିହ୍ୟ ଉପରେ ଆଲୋକପାତ କରିବା ସହ ସାମ୍ପ୍ରତିକ ସମାଜରେ ଏହାର ମହତ୍ତ୍ୱ ଏବଂ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଜେମାମଣି ବିଶୋଇ, ଶ୍ରୀ ଜଗଦୀଶ ତ୍ରିପାଠୀ ଏବଂ ଶ୍ରୀ ବିଜୟ ଚୌଧୁରୀ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ।ପ୍ରତିଯୋଗିତାର ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର କର୍ତ୍ତୃପକ୍ଷ ତଥା ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ସୂଚନାଯୋଗ୍ୟ ଯେ, ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଯେଉଁ କୃତୀ ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ସେମାନେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ lକାର୍ଯ୍ୟକ୍ରମର ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟନାରାୟଣ ପ୍ରଧାନ ସମସ୍ତ ଅତିଥି, ଶିକ୍ଷକ ମଣ୍ଡଳୀ, ସାମ୍ବାଦିକ ଏବଂ ପ୍ରତିଯୋଗୀମାନଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଉଦ୍ୟାନ ବିଭାଗ କାହାପାଇଁ ? ଉଦ୍ୟୋଗୀ ଚାଷୀଙ୍କୁ ମିଳୁଥିବା ସହାୟତା ଓ ସଚେତନତା ପାଇଁ ଅସୁବିଧା ଅର୍ଥ କାହା ସ୍ୱାର୍ଥରେ?

Sunil Chandra Nayak

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ

masiha

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!