ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଇବ୍ରାଣ୍ଟ ର ପ୍ରତିଷ୍ଠା ଦିବସ 

ଭାଇବ୍ରାଣ୍ଟ ର ପ୍ରତିଷ୍ଠା ଦିବସ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ପ୍ରତିଷ୍ଠା ଦିବସ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ରୋଟାରିଆନ ଗଣେଶ୍ୱର ପଟ୍ଟନାୟକ ଓ ରୋଟାରିଆନ ସୋମା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଆଲାମ ସିଂ ରୂପ୍ରା ମୁଖ୍ୟ ଅତିଥି, ଫାଷ୍ଟ ଲେଡି ରୋଟାରିଆନ ହରପାଲ ରୂପ୍ରା ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ମନିଷ କୁମାର ସାହା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଭାଇବ୍ରାଣ୍ଟର ବିଦାୟୀ ସଭାପତି ରୋଟାରିଆନ ଡ ମୀନତି ପଣ୍ଡା ନୂତନ ସଭାପତି ରୋଟାରିଆନ ଡ ସଞ୍ଜୁକ୍ତା ପତିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିବାବେଳେ ବିଦାୟୀ ସମ୍ପାଦକ ରୋଟାରିଆନ ଡ କ୍ରିଷ୍ଣା ପ୍ରମାଣିକ ନୂତନ ସମ୍ପାଦକ ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ମୁଖ୍ୟଅତିଥି ରୋଟାରୀଆନ ଋପ୍ରା ନୂତନ ସଭାପତିଙ୍କୁ ଓ ସମ୍ପାଦକଙ୍କୁ ଶପଥ ପାଠ କରାଇବା ସହ ଅନୁଷ୍ଠାନର ବିଗତ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟକ୍ରମ କୁ ସଫଳ ତଥା ପ୍ରଭାବଶାଳୀ ଭାବରେ କରିବା ସହ ସଦସ୍ୟ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ପ୍ରାକ୍ତନ ସଭାପତି ରୋଟାରିଆନ ଡ ପଣ୍ଡା ସ୍ବାଗତ ଅଭିଭାଷଣ ଓ ସମ୍ପାଦକ ଡ ପ୍ରମାଣିକ ବିଗତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ନୂତନ ସଭାପତି ରୋଟାରିଆନ ଡ ପତି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଏକ ସ୍ମରଣିକା ଉନ୍ମୋଚନ ସହ ବିଶିଷ୍ଟ ଚିତ୍ର ଶିଳ୍ପୀ ଦେବେନ୍ଦ୍ର ମହାରଣା ଓ ସମାଜସେବୀ ଚନ୍ଦ୍ରଦୀପ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ନୂତନ ରୋଟାରିଆନ ଭାବେ ଅନିତା ଜୈନ କୁ ଗ୍ରହଣ କରାଯାଇଥିଲା। ସଭାପତି ଡ ପତି ନୂତନ କମିଟିର ସଦସ୍ୟମାନଙ୍କ ନାମ ଘୋଷଣା କରିଥିଲା ବେଳେ ଶେଷରେ ସମ୍ପାଦକ ରୋଟାରିଆନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ରୋଟାରିଆନ ନିରୁପମା ପତି ମନ୍ତ୍ରୋଚ୍ଚାରଣ ଓ ଶେଷରେ ଶାନ୍ତି ପାଠ କରି ସଭାଭଙ୍ଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ପତି, ରୋଟାରିଆନ ସର୍ବଶ୍ରୀ ଅଜିତ ପୁଜାରୀ, ବସନ୍ତ କୁମାର ତନ୍ତୀ, ଡ଼ଃ ମୀନତି ପଣ୍ଡା, ବିଜୟଲକ୍ଷ୍ମୀ ତ୍ରିପାଠୀ, ନିରୁପମା ପତି, ସବିତା ମହାନ୍ତି,ସୋମା ମହାପାତ୍ର, ଅଞ୍ଜଳି ହୋତା, ଗଣେଶ୍ୱର ପଟ୍ଟନାୟକ, ପ୍ରଶାନ୍ତ ରଞ୍ଜନ ପାତ୍ର, ସାଗର ମହାନ୍ତି, ଶ୍ରୀଧର ମଲ୍ଲିକ, ଅନିତା ନାୟକ,ଡ ପ୍ରଦ୍ୟୁମ୍ନ ବିଶ୍ବାଳ ଙ୍କ ସମେତ ବିଭିନ୍ନ ରୋଟାରୀ କ୍ଲବର ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରଥ ଯାତ୍ରା ପାଇଁ ସମନ୍ୱୟ ବୈଠକ

Sunil Chandra Nayak

ଆଇଏଏସ ପରୀକ୍ଷାରେ ୮୦୦ ରେଙ୍କ ରଖି କୋକସରା ବ୍ଲକ ପାଇଁ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

masiha

ଟ୍ରାକଟର ଓଲଟି ଚାଳକ ର ମୃତ୍ୟୁ

masiha

Leave a Comment

error: Content is protected !!