ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ହାତୀ ନଦୀ ରେ କୁମ୍ଭୀର ଆଶଙ୍କା

ଜୁନାଗଡ ହାତୀ ନଦୀ ରେ କୁମ୍ଭୀର ଆଶଙ୍କା 

ଜୁନାଗଡ଼ ,୧/୭-(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଲାସ ସ୍ଥିତ ହାତୀନଦୀ ଘାଟରେ ଏକ କୁମ୍ଭୀର ଦେଖିଥିବା ସ୍ଥାନୀୟ ଲୋକେ ଦାବୀ କରିଛନ୍ତି l ଆଜି ସକାଳେ ଗ୍ରାମର କିଛି ଲୋକ ହାତୀନଦୀ କୁ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କ ଜାଲ ରେ କୁମ୍ଭୀର ପଡିଥିଲା । ପରେ ଜାଲ କୁ ଛିଣ୍ଡେଇ ଦେଇ କୁମ୍ଭୀର ଚାଲି ଯାଇଥିଲା । ନଦୀର ପାଣି କମି ଯିବା ହେତୁ କୁମ୍ଭୀର ଯାଇ ପାରୁନାହିଁ । ବର୍ତ୍ତମାନ ଲୋକ ଭୟଭୀତ ହୋଇ ଯାଇଛନ୍ତି । ଯେହେତୁ ଗ୍ରାମବାସୀ ନଦୀ ଉପରେ ଭରସା କରୁଛନ୍ତି,ତେଣୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତୁରନ୍ତ କୁମ୍ଭୀର କୁ ଉଦ୍ଧାର କରିବାକୁ ଦାବୀ ହୋଇଛି ।ଏ ବିଷୟରେ ସ୍ଥାନୀୟ ପଲାଶ ସରପଞ୍ଚ ପ୍ରଭାକର ସେଠି ବନ ବିଭାଗ କୁ ଖବର ଦେବାରୁ ରେଞ୍ଜର ସିମାଞ୍ଚଳ ମିଶ୍ର ସ ଦଳବଳ ପହୁଁଚି କୁମ୍ଭୀର କୁ ଖୋଜି ଠାବ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଏହା ଏକ ମଗର ପ୍ରଜାତିର କୁମ୍ଭୀର ହୋଇଥାଇପାରେ କିମ୍ବା ପାଣି ଗୋଧି ବୋଲି ସନ୍ଧେହ କରାଯାଉଛି l ରାତି ୭ ଟା ପର୍ଯନ୍ତ ଖୋଜା ଖୋଜି ପରେ ମଧ୍ୟ ତାର ସ୍ଥିତି ଓ ଆକାର ସମ୍ପର୍କ ରେ କୌଣସି ତଥ୍ୟ ମିଳି ନ ଥିବା ଶ୍ରୀ ମିଶ୍ର ଜଣାଇଛନ୍ତି l ତେଣୁ ହାତୀ ନଦୀ କୁଳ କୁ କେହି ନ ଯିବା ପାଇଁ ଶ୍ରୀ ମିଶ୍ର ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ  

Sunil Chandra Nayak

କୁକୁଡ଼ାବାଇ ଠାରେ ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜର ଭ୍ରାମ୍ୟମାଣ ବୈଠକ 

masiha

ଜାନୁମଘୁଟୁ ରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!