ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ଡାବୁଗାଁ, ୧୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ୨୦୨୨-୨୩ ଆର୍ଥିକ ବର୍ଷର ୧ ଏପ୍ରିଲ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ଉପରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଏମଜିଏନଆରଇଜିଏସ ଯୋଜନା ସମ୍ପର୍କିତ ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା ହୋଇଥିଲା | ଏହି ଯୋଜନାରେ ଜବକାର୍ଡ ଧାରି ଶ୍ରମିକ ମାନେ କେତେଦିନ କାର୍ଯ୍ୟ କରିଛନ୍ତି , ମଜୁରି ପାଇଛନ୍ତି କି ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସଂପୂର୍ଣ୍ଣ ହୋଇଛି କି ନାହିଁ ଓ ହିତାଧିକାରୀ ସଂପୂର୍ଣ୍ଣ ଅର୍ଥ ପାଇଛି କି ନାହିଁ ତାହାର ସମୀକ୍ଷା କରାଯାଇଥିଲା | ଏଥିରେ ଗତ ୨୦୨୨-୨୩ ଆର୍ଥିକ ବର୍ଷ ରେ ଏହି ଯୋଜନାରେ ୧ ଏପ୍ରିଲ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ସୁଧା ୧୯ କୋଟି ୬୬ ଲକ୍ଷ ୫୫ ହଜାର ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଏଥିରୁ ସଂମ୍ପୂର୍ଣ୍ଣ ଅର୍ଥ ବ୍ୟୟ କରାଯାଇଛି | ସେପ୍ଟେମ୍ବର ୨୦୨୨ ସୁଧା ୬ ଲକ୍ଷ ୪୫ ହଜାର ଟି କାର୍ଯ୍ୟ ୭ ଲକ୍ଷ ୮୫ ହଜାର ୫୮୮ ଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିଲା | ଏଥିରେ ୧୦ ହଜାର ୪୨୧ ଟି ପରିବାର କୁ ପଞ୍ଜୀକୃତ ହୋଇଥିବା ବେଳେ ୮ ହଜାର ୫୩୦ ଟି ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଛି | ୧ ଏପ୍ରିଲ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ମୋଟ ୨୭୦୯ ପରିବାର କୁ ୧୦୦ ଦିନ ର କାର୍ଯ୍ୟ ପୂରଣ କରିଛନ୍ତି | ଏଥିରେ ମୋଟ ୩୭୭୩ ଟି ପ୍ରକଳ୍ପ ରୁ ୧୨୫୬ ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇ ଥିବା ଏହି ଜନଶୁଣାଣି ରେ ଉପସ୍ଥାପିତ କରାଯାଇଥିଲା | ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଗୃହର କବାଟ, ଝରକା ଲାଗିନଥିବା, ଘର ମେଜିଆ ଓ ପ୍ଲାଷ୍ଟର ହୋଇନଥିବା ଆଦି ଦେଖିବାକୁ ମିଳିଥିଲା | କେତୋଟି ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ବେଳେ ସାଇନ ବୋର୍ଡ ନଥିବା ଆଦି ତ୍ରୁଟି ଦେଖାଦେଇଥିବା ଉପସ୍ଥାପନ ହୋଇଥିଲା | ଏଣୁ ଏହି ତୃଟିର ସମାଧାନ ପାଇଁ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ର କୌଣସି ଅଧିକାରୀ ଆସି ନଥିଲେ | ଏଥିରେ ନବରଙ୍ଗପୁର ଜିଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଦେବିପ୍ରସାଦ ଟାଲି ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ସାମାଜିକ ସମୀକ୍ଷାରେ ଦେଖାଯାଇଥିବା ତ୍ରୁଟି ଗୁଡିକ ଯେପରି ଭବିଷ୍ୟତରେ ପୁନରାବୃତ୍ତି ନହୁଏ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଏଥିରେ ବିଡିଓ ଶରତ ମାଝି, ନବରଙ୍ଗପୁର ଜିଲା ସାମାଜିକ ସମୀକ୍ଷକ ବୈବସୂତ ଚାଲାଣ, ଜିଲା ପ୍ରକୃତିକ ସମ୍ବଳ ପରିଚାଳନା ସଂଯୋଜକ ରାମ ଖିଲ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଜୋନ-୧ ଧନସିଂ ଭତ୍ରା, ଜନ ଶୁଣାଣୀ କମିଟି ସଭ୍ୟ ସୁରେନ୍ଦ୍ର କୁମାର ମିଶ୍ର ଓ ପ୍ରଜ୍ଞାରଞ୍ଜନ ପରିଡା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣବାସ ନାୟକ, ବନପାଳ ମଧୁସୂଦନ ପାତ୍ର, ବ୍ଲକ ସାମାଜିକ ସମୀକ୍ଷକ ଶାରଦା ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ବନପାଳ ମଧୁସୂଦନ ପାତ୍ର, ଉଦ୍ୟାନ କର୍ମଚାରୀ ଜଳେନ୍ଦ୍ର ଅମାନାତ୍ୟ, ବିପିସି ଯୋଗେନ୍ଦ୍ର ମାଝି, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତମ ସେଠୀ, ସମସ୍ତ ସରପଞ୍ଚ , ସମିତି ସଭ୍ୟା ସଭ୍ୟ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବିକା ସେବକ ଓ ଜବ କାର୍ଡ ଧାରୀ ଶ୍ରମିକ ମାନେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଏମଜିଏନଆରଇଜିଏସ ସହାୟକ ବିଦ୍ୟାଧର ବିଶୋଇ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଇପିଏ ୱିକ୍ଲି ସମ୍ପାଦକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଶୋକ  

masiha

ଛତ୍ତିଶଗଡ଼ ର ହାତୀପଲ ଓଡ଼ିଶା ରେ ପଶି ମକା ଫସଲ କଲା ନଷ୍ଟ 

masiha

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!