ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ ଗଣଧାରଣା

ନୂଆପଡା // ,ଆମର କୋସଲି ଆମର ଅଧିକାର, ଆମର ଭାଷା କୁ ସମ୍ବିଧାନିକ ମାନ୍ୟତା ଦିଅ ଏଭଳି ନାରା ଦେଇ ପ୍ଲାକାର୍ଡ ଧରି ଗଣ ଧାରଣା ଦେଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ। କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ, ସୁନ୍ଦର ଅର୍ଜୁନ କୋସଲି ସାହିତ୍ୟ ସଂସଦ, କୋସଲ କୋସଲି ଭାଷା ଗବେଷଣା ପ୍ରତିଷ୍ଠାନ ନୂଆପଡା, କୋସଲି ଭାଷା ସଂସ୍କୃତି ପରିଷଦ ଖଡ଼ିଆଳ, ସଙ୍ଗମ ସାହିତ୍ୟ ସଂସଦ କଳାହାଣ୍ଡି ଆଦି ଅନୁଷ୍ଠାନ ସବୁ ମିଳିତ ଭାବରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅଫିସ ଆଗରେ କୋସଲି ଭାଷାକୁ ସାମ୍ବାଧାନିକ ମାନ୍ୟତା ଦାବୀ ନେଇ ଗଣ ଧାରଣା ଦେଇଥିଲେ।ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର କୋସଲି ସମର୍ଥକ ମାନେ ଯୋଗ ଦାନ ଦେଇଥିଲେ।ଆନ୍ଦୋଳନକାରୀମାନେ ଥାନା ଛକ ଠାରୁ ରେଲି କରି ବ୍ଲକ କାର୍ଯ୍ୟାଳୟ ପାଖରେ ପହଞ୍ଚିଥିଲେ ଓ ଗଣଧାରଣା ଦେଇଥିଲେ। କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ, କୋସଲି ଭାଷାରେ ପ୍ରାଥମିକ ଶିକ୍ଷା ଦାନ, କୋସଲି ଭାଷାକୁ ଓଡ଼ିଶାର ସରକାରୀ ଭାଷା ମାନ୍ୟତା ଏବଂ କୋସଲ ବିଶ୍ୱ ବିଦ୍ୟାଳୟ ସ୍ଥାପନ ଦାବୀ ରଖିଛନ୍ତି ଗଣଧାରଣା କାରୀ।ପରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ କାର୍ଯ୍ୟାଳୟ ରେ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋରାପୁଟ ଜିଲ୍ଲାରେ ୮୦ ବର୍ଷ ଓ ତଦୁର୍ଦ୍ଧ ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

masiha

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପାନୀୟ ଜଳର ସମସ୍ୟା ନେଇ ପହଞ୍ଚିଲେ ବିଧାୟକ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଏଚ ଡି ଏଫ ସି ବ୍ୟାଙ୍କ ସମେତ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ନିର୍ମିତ ୬ ଟି କଠା ଗୃହ ଗୁଡ଼ିକ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଙ୍କ ଦ୍ଵାରା ଉଦଘାଟିତ     

Leave a Comment

error: Content is protected !!