ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟିଲଗ୍ନା ର ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା/ ମାଲକାନଗିରିର ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ରାଇରଂଗପୁର କଲ୍ୟାଣୀ ମଣ୍ଡପ ଠାରେ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରସାନନ୍ଦ ଜେନା ମୁଖ୍ୟଅତିଥି , ସମ୍ମାନିତ ଅତିଥି ଭାବେ ରାଧେଶ୍ଯାମ ପାତ୍ର, ସାମ୍ବାଦିକ ମନୋଜ ଦାସ, ଶିକ୍ଷାବିତ୍ ହିମାଂଶୁ ଶେଖର ପଟ୍ଟନାୟକ, ଶିକ୍ଷାବିତ୍ ଡଃ ପୁଷ୍ପା ପାତ୍ର,ମୀନତି ଦାସ, ଉଷାରାଣୀ ଶତପଥୀ, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପିକା ଡଃ ରୁକ୍ମିଣୀ ସାହୁ ଓ ସମ୍ମାନିତ ବକ୍ତା ଭାବେ ଶିକ୍ଷାବିତ୍ ଡଃ ଶ୍ୟାମସୁନ୍ଦର ଦାସ ପ୍ରମୁଖ ଯୋଗଦେଇ ସାଂପ୍ରତିକ ସ୍ଥିତିରେ ସାହିତ୍ୟ ଓ ଏହାର ପ୍ରଭାବ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ରାଉରକେଲାର ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ପରସ୍ପରକୁ ବାନ୍ଧି ରଖିବାର ସୂତ୍ର ଓ ସମସ୍ତଙ୍କୁ ଏକ କରି ରଖିବାର ପ୍ରୟାସରେ ସାହିତ୍ୟର ଅବଦାନ ଅନେକ। ସାହିତ୍ୟ ଓ ସାମ୍ବାଦିକତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ସାହିତ୍ୟ ହୃଦୟର ସ୍ପନ୍ଦନ । ଏହା ସହ ମାଟିଲଗ୍ନା ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଥିବା ଅନୁଷ୍ଠାନ ଓ ଏହାର କାର୍ଯ୍ୟକ୍ରମ ଦିନେ ଆମେରିକାର ଚିକାଗୋ ସହରରେ ପହଞ୍ଚିବ। ଏହି ଅବସରରେ କବି ରାଖାଲ ଚନ୍ଦ୍ର ସ୍ବାଇଁଙ୍କ କବିତା ପୁସ୍ତକ ‘ କବିତା ରୋଷନ’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ପ୍ରତିମା ମହାରଣା ପ୍ରାରମ୍ଭିକ ସୂଚନା ଓ ଅନୁଷ୍ଠାନର ଉପସଭାପତି ସରସ୍ବତୀ ବାରିକ ସ୍ବାଗତ ସଂଗୀତ ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଏହି ଅବସରରେ କବି କୁଞ୍ଜବିହାରୀ ରାଉତଙ୍କୁ ମାଟିଲଗ୍ନା ପ୍ରଜ୍ଞା ଭାରତୀ ସମ୍ମାନରେ ତଥା ରାଜ୍ୟର ବହୁ ପ୍ରତିଷ୍ଠିତ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଡଃ ଦିଗମ୍ବର ଗିରି ଓ ଅଧ୍ୟାପକ ମିଲନ ରାୟଙ୍କ ସଂଯୋଜନାରେ ବିଜୟ ରାମ, ସୁବାସ ତାରିଣୀ, କୁଞ୍ଜବିହାରୀ ରାଉତ, ପ୍ରତିମା ମହାରଣା, ବିଶ୍ବରୂପା ମହାରଣା, ଯୋଗେନ୍ଦ୍ର କୁମାର ନନ୍ଦୀ, ସୁଧାଂଶୁ ଗିରି,ଭାରତୀ ମିଶ୍ର, ଲାଲମୋହନ ମାଝୀ, ଜଗନ୍ନାଥ ବଳ,ଉର୍ମିଳା ପାଣି, ଦିପ୍ତିରେଖା ମହାନ୍ତି, ଶ୍ୟାମଳେନ୍ଦୁ ପରିଡା, କୌଶିକ ମହାନ୍ତି, ଉର୍ମିଳା ଦାଶ, ହର୍ଷିତା ପାଲ ପ୍ରମୁଖ କବିତା ପାଠ କରିଥିଲେ । ସଭାପତି ଶ୍ରୀ ପ୍ରଧାନ ସଭାପତିତ୍ବ ଅଭିଭାଷଣ ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ଓଝା, ଅମୂଲ୍ୟ କୁମାର ବାରିକ, ତିମିର କୁମାର ପଣ୍ଡା ଙ୍କ ସମେତ ବହୁ କବି ସାହିତ୍ୟକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ରାମେଶ୍ଵରୀ ହିକକାଙ୍କୁ ସମ୍ମାନିତ

Sunil Chandra Nayak

ହୃଦଘାତରେ ଚିକିତ୍ସିତ ସମୟରେ ଚାଲିଗଲା ଜୀବନ

Sunil Chandra Nayak

କେସିଙ୍ଗା ପୁଲିସ ଉପଖଣ୍ଡରେ ନୂତନ ଏସଡ଼ିପିଓ ଭାବେ ଆଇପିଏସ ଅଧିକାରୀ ରୋହିତ ବର୍ମା ଙ୍କ ଦାଇତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!