ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସର ପ୍ରତିଭା ରତ୍ନ ସମ୍ମାନ ସମାରୋହ

 ରାଉରକେଲା/ ରାଉରକେଲାର ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ ଉତ୍କଳ ଦିବସ ପାଳନ ଅବସରରେ ଭୁବନେଶ୍ଵର ଜୟଦେବ ଭବନ ଠାରେ ପ୍ରତିଭା ରତ୍ନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ବ ଓ ସଂଯୋଜନାରେ ତଥା ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡର ସଭ୍ୟ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟଅତିଥି ଓ ଭୁବନେଶ୍ବର ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଂଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣାଦାୟକ ବୋଲି ମତ ରଖିଥିଲେ । ଏହି ଅବସରରେ ସମଗ୍ର ଓଡିଶାକୁ ବିଭିନ୍ନ କ୍ଷେତ୍ରରେ ଗର୍ବିତ କରିଥିବା ପଥର ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା, ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ, ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ସମାଜସେବୀ ଲାୟନ ଅଶୋକ ଜଲାନ,ରାଷ୍ଟ୍ରପତି ପୁରଷ୍କାର ବିଜେତା ଗାୟିକା ସସ୍ମିତା ଦାସ, ଅର୍ଜୁନ ପୁରସ୍କାରପ୍ରାପ୍ତ କ୍ରୀଡାବିତ୍ ଦୁତି ଚାନ୍ଦ, ବରିଷ୍ଠ ଔଷଧ ବିଶେଷଜ୍ଞ ସୁରେନ୍ଦ୍ର ନାଥ ସ୍ବାଇଁ, ଡାକ୍ତର ଲିତା ମହାପାତ୍ର, ସୌନ୍ଦର୍ଯ୍ୟ ଏକ୍ସପର୍ଟ ବବିତା ମହାନ୍ତି, ହାଇଦ୍ରାବାଦର ସମାଜସେବୀ ସର୍ବଶ୍ରୀ ସେନାପତି ଅଜିତ କୁମାର, ଲକ୍ଷ୍ମଣ ଦାସ, ଦେବେନ୍ଦ୍ର ଦାସ,ଜିତେନ୍ଦ୍ର କୁମାର ପଣ୍ଡା, ପ୍ରକାଶ ଚନ୍ଦ୍ର ବିଶ୍ବାଳ, ଦୀପକ କୁମାର ମହାପାତ୍ର, ରଶ୍ମିରଂଜନ ଜେନା, ଓଡିଶୀ ନୃତ୍ୟଶିଳ୍ପୀ ବିପଞ୍ଚି ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକାଶ ଚୌଧୁରୀ,ଏନଆଇଟି ର ପ୍ରଧ୍ଯାପକ ଡଃ ଅଜିତ ବେହେରା, ବାଲୁକା ଶିଳ୍ପୀ ଦଶରଥ ମହନ୍ତ, ନୃତ୍ୟଶିଳ୍ପୀ ରାଜସ୍ମିତା କର, ଯୁବ ଶିଳ୍ପଦ୍ଯୋଗୀ ନିବେଦିତା ଶତପଥୀ, ଓଲିଉଡ କଳାକାର ମଧୁମିତା ମହାନ୍ତି, କ୍ରିକେଟର ନଟରାଜ ବେହେରା, ନୃତ୍ୟଶିଳ୍ପୀ ଡଃ ମିଲନ, ମଡେଲ ପୁଷ୍ପାଞ୍ଜଳୀ ସ୍ବାଇଁ, ବୈଜ୍ଞାନିକ ଦିବ୍ୟାଭାରତୀ ସାହୁ,କ୍ଷିତିଶ କୁମାର ଦାସ, ସାହିତ୍ୟିକ ଓମ୍ ଅଭିଜ୍ଞାନ ସାହୁ, ନୃତ୍ୟଶିଳ୍ପୀ ଶକ୍ତି ସଂପୂର୍ଣ୍ଣା ପରିଡା, ଶରତ କୁମାର ଦାସ, ସାମ୍ବାଦିକ ଅଞ୍ଜନ କୁମାର ଲେଙ୍କା, ଭାରତ ସରକାରଙ୍କ ପ୍ରଧାନ ବୈଜ୍ଞାନିକ ଡଃ ପ୍ରମୋଦ କୁମାର ପଣ୍ଡା ଓ ସମାଜକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଏଏସଇୟୁ କୁ ଅତିଥିମାନେ ମାନପତ୍ର, ପୁଷ୍ପଗୁଛ୍ଛ,ଉପଢୌକନ ଓ ମେମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂପାଦିକା ରଶ୍ମିତା ପଣ୍ଡା ପ୍ରାଥମିକ ସୂଚନା ପ୍ରଦାନ କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ଜେନା , ଦିବାକର ଦାସ, ବିମଳ ଗାହାଣ, ପ୍ରିତୀ ଦଳେଇ, ଆଦାକ୍ଷା ପଣ୍ଡା, ଜୋସ୍ନାରାଣୀ ରାଉତ, ଜୁଲି ସାହୁ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଦେବେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାନ୍ତାଳି ଭାଷା ଅଲଚିକି ପରୀକ୍ଷା ସମାପିତ

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଓଡିଶା ରାଜ୍ୟ ପୋଲିସ୍ ମହାସଂଘ ସହ ସମ୍ପାଦକ ଭାବେ ନବରଙ୍ଗପୁର ଜିଲ୍ଲା ଠାରେ କାର୍ଯ୍ୟରତ ଇନ୍ସପେକ୍ଟର ଖଗେଶ୍ୱର ଖୋସଲା ନିର୍ବାଚିତ 

masiha

Leave a Comment

error: Content is protected !!