ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ସହରରେ ରେ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା ସ୍ଥାପନ ନିମନ୍ତେ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୩୨.୫୪ ଲକ୍ଷ ଟଙ୍କା ମଞ୍ଜୁର

ପର୍ଯ୍ୟଟନ ସ୍ଥଳୀ ଡୋକରି ଚଞ୍ଚରା,ଆମପାଣି ବୁଢାରାଜାଙ୍କ ମନ୍ଦିର, ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ମଞ୍ଜୁର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରରେ ରେ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା ସ୍ଥାପନ ନିମନ୍ତେ ଯାଇଥିବା ପ୍ରସ୍ତାବକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୩୨.୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ବାରା ସହରରେ ଦୈନନ୍ଦିନ ଘଟୁଥିବା ଆଇନ ଶୃଙ୍ଖଳା ଓ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇ ପାରିବ। ୫ଟି ସଚୀବ ଭି କେ ପାଣ୍ଡିୟାନ ଙ୍କ ଧର୍ମଗଡ ଗ୍ରସ୍ତ ସମୟରେ ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷରୁ ସହରର ଅପରାଧ ନିୟନ୍ତ୍ରଣ ପାଇଁ ମୁଖ୍ୟ ଛକ ଓ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ସ୍ଥାପନ ଓ ସହରର ଅନ୍ୟାନ୍ୟ ସମସ୍ୟା ନେଇ ଏକ ଦାବୀ ପତ୍ର ପ୍ରଦାନ କରଯାଇଥିଲା। ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ତାହା ସାକାର ହେବାକୁ ଯାଉଥିବାରୁ ଚେମ୍ବର ଅଫ କମର୍ସ ଓ ଧର୍ମଗଡ ସହର ବାସୀଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦିଆଯାଇଛି। 

ପୁନଶ୍ଚ ,କଳାହାଣ୍ଡିର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଡୋକରି ଚଞ୍ଚରା ତଥା ଐତିହ ସମ୍ପନ୍ନ ଗୁଡହାଣ୍ଡି ର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୧ କୋଟି ୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଧର୍ମଗଡ ରେଡକ୍ରସ ଟାଉନ ହଲର ପୁନରୁଦ୍ଧାର ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨ କୋଟି ୭୭ଲକ୍ଷ ୪୪ହଜାର ଓ କୋକସରା ବ୍ଲକ ଆମପାଣି ବୁଢାରାଜାଙ୍କ ମନ୍ଦିର, ସୌନ୍ଦର୍ଯ୍ୟକରଣ ପାଇଁ ୭୫ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିବାରୁ ଧର୍ମଗଡ ବିଧାୟକ ମୌଷଧି ବାଗ,ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଟଙ୍କାରେ ଆମପାଣି ବୁଢ଼ାରଜା ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସାଙ୍ଗକୁ ବଗିଚା, ଭୋଗମଣ୍ଡପ, ବିଶ୍ରାମ ଗୃହ ନିର୍ମାଣ ହେବ।

୫ଟି ସଚୀବ ଙ୍କ ଧର୍ମଗଡ ଗ୍ରସ୍ତ ପରେ ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ମନ୍ଦିର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି।

ନିକଟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀଙ୍କ ଧର୍ମଗଡ ଗସ୍ତ ସମୟରେ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ନୂତନ ପ୍ରକଳ୍ପ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ହାତକୁ ନେବ ବୋଲି ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଅଜିତ ମିଶ୍ର ତଥା 

କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ସକାରାତ୍ମକ ଓ ସମୋୟଚିତ ପଦକ୍ଷେପ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବିକାଶ କାର୍ଯ୍ୟ ଆହୁରି ତ୍ଵରାନିତ ହେବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଶ୍ରୀ ଅବିନାଶ ଠାକୁର ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ 

Sunil Chandra Nayak

ହିଞ୍ଜିଳିବାହାଲି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

ସଂକଳ୍ପ ସପ୍ତାହ ର କାର୍ଯ୍ୟକ୍ରମରେ ମନ କିଣିଲା ମାଣ୍ଡିଆ ଖାଦ୍ୟ

masiha

Leave a Comment

error: Content is protected !!