ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଡାଚାକିଡି ଗ୍ରାମବାସୀଙ୍କୁ ମୟୂରଭଞ୍ଜ ଜିଲାପାଳଙ୍କ ପ୍ରତିଶ୍ରୁତି : ସରକାରୀ ଜମିରେ ନିର୍ମାଣ ହେବ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ

ପୋଡାଚାକିଡି ଗ୍ରାମବାସୀଙ୍କୁ ମୟୂରଭଞ୍ଜ ଜିଲାପାଳଙ୍କ ପ୍ରତିଶ୍ରୁତି : ସରକାରୀ ଜମିରେ ନିର୍ମାଣ ହେବ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ

ରାଇରଙ୍ଗପୁର -, ୭।୭   ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅନ୍ତର୍ଗତ ସାନଭୁଣ୍ଡୁ ଗ୍ରାମପଞ୍ଚାୟତର ପୋଡାଚାକିଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ବ୍ୟକ୍ତିଗତ ଜମିରେ ରହିଥିବା ଫଳରେ ବିଦ୍ୟାଳୟର କୌଣସି ଉନ୍ନତ୍ତି ମୂଳକ କାର୍ଯ୍ୟ ହୋଇପାରୁ ନଥିବାରୁ ବିଦ୍ୟାଳୟଟିକୁ ସରକାରୀ ଜମିକୁ ସ୍ଥାନାନ୍ତର କରାଯିବାକୁ ଗ୍ରାମବାସୀ ମାନେ ତିରି°ର ଜିଲାରିଷଦ ସଭ୍ୟ ପରେଶ ଚନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଦୀର୍ଘ ବର୍ଷ ଧରି ଦାବିରେ କରି ଆସୁଥିଲା ବେଳେ ସରକାର କିମ୍ବା ପ୍ରଶାସନ ଏଦିଗରେ ଆଦୈ କର୍ଣ୍ଣପାତ କଲେ ନାହିଁ । ତେବେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇ ବିଫଳ ହେବା ପରେ ଏନେଇ ପୋଡାଚାକଡି ଗ୍ରାମବାସୀମାନେ ଆଜି ମୟୂରଭଞ୍ଜ ଜିଲାପାଳ ହେମକାନ୍ତ ସୋଏଙ୍କୁ ଭେଟି ଏନେଇ ଏକ ଦାବିପତ୍ର ଦେବା ସହ ବର୍ତ୍ତମାନ ବ୍ୟକ୍ତିଗତ ମାଲିକାନାରେ ଥିବା ଜମି ଉପରେ ନିର୍ମିତ ପୁରୁଣା ସ୍କୁଲ ନିକଟରେ ଖୋଲା ପଡିଥିବା ସରକାରୀ ଜମିରେ ସ୍କୁଲ କୋଠା ନିର୍ମାଣ ପାଇଁ ଦାବି କରିଛନ୍ତି । ଜିଲାପାଳ ଶ୍ରୀ ସୋଏ ଜନମତ ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ସରକାରୀ ଜମିରେ ସ୍କୁଲର ନୂତନ ଗୃହ ନିର୍ମାଣ ପାଇଁ ତିରି° ଭିଡିଓ ଓ ତହସିଲଦାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବେ ବୋଲି ଗ୍ରାମବାସୀ ଙ୍କୁ ଆଶ୍ଵାସନା ଦେଇଛନ୍ତି ବୋଲି ତିରି° ଜିଲ୍ଲାପରିଷଦ ସଭ୍ୟ ପରେଶ ଚନ୍ଦ୍ର ମୁଣ୍ଡା ଓ ଗ୍ରାମଵାସୀଙ୍କ ସୂତ୍ରରୁ ସୂଚନା ମିଳିଛି । ଜିଲାପାଳଙ୍କୁ ଆଜି ବାରିପଦାରେ ଭେଟିଥିବା ଏହି ଦଳରେ ତିରି° ଜିଲ୍ଲାପରିଷଦ ସଭ୍ୟ ପରେଶ ମୁଣ୍ଡାଙ୍କ ସହ ୩୦ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ନରେନ୍ଦ୍ର ହାଁସଦା ଏବଂ ପୋଡାଚାକଡି ଗ୍ରାମର ଶ୍ୟାମ ରଞ୍ଜନ ବେଶ୍ରା, ଚିତ୍ତରଞ୍ଜନ ଟୁଡୁ, ସୁରେଶ କୁମାର ମୁର୍ମୁ, ରବୀନ୍ଦ୍ର ସୋରେନ, ଶଙ୍କର ମାର୍ଣ୍ଡି,ଅଜେନ ମୁର୍ମୁ,ପଦ୍ମନ କୁମାର ମାର୍ଣ୍ଡି,ମେଘରାୟ ମୁର୍ମୁ,ଫାତୁ ଟୁଡୁ,ଲାଗୁ ସୋରେନ ପ୍ରମୁଖ ସାମିଲ ଥିଲେ । ସୂଚନା ଥାଉକି ବିଦ୍ୟାଳୟଟି ୧୨ ଫେବୁୟାରୀ ୧୯୫୩ ମସିହାରେ ସ୍ଥାପିତ । ଏଠାରେ ଶିଶୁ ବାଟିକା ଠାରୁ ଆରମ୍ଭ ହୋଇ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ଏହି ସରକାରୀ ଉ.ପ୍ରା ବିଦ୍ୟାଳୟରେ ମୋଟ ୧୧୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ନିକଟସ୍ଥ ସିଡାଡିହି, ପୋଖରିଆ ଏବଂ ବାରୁଡିହି ଗ୍ରାମର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ପାଠ ପଢୁଛନ୍ତି ତେବେ ବିଦ୍ୟାଳୟଟି ଉକଣତ ଗ୍ରାମର ଜନୈକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିରେ ପ୍ରତିଷ୍ଠିତ । ସେଥିପାଇଁ ବିଦ୍ୟାଳୟର ପାଚେରୀ ନିର୍ମାଣ, ମରାମତି କାର୍ଯ୍ୟ ଏବଂ ନୂତନ ଶ୍ରେଣୀ ଗୃହ ନିର୍ମାଣ ପରି କାର୍ଯ୍ୟ ହୋଇପାରୁନାହିଁ l ଯାହା ଫଳରେ ବିଦ୍ୟାଳୟର ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇପଡିଲାଣି। ବିଦ୍ୟାଳୟ ପରିସର ଓ ବିଦ୍ୟାଳୟର କୋଠରୀ ଗୁଡିକର ମରାମତି ହୋଇ ନପାରିବା ଫଳରେ ଛାତ୍ରଛାତ୍ରୀମାନେ ବର୍ଷା ଊତୁରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବିଶିଷ୍ଟ ସମାଜସେବୀ ପ୍ରସନ୍ନଙ୍କୁ ସମ୍ବଦ୍ଧନା 

masiha

ତୃତୀୟ ପର୍ଯ୍ୟାୟ ୧୧ ତମ କୃଷି ଜନଗଣନା ସମ୍ଭନ୍ଧିୟ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ

ରହେନମାଲ ଗାଁରେ ମାଣ୍ଡିଆ କ୍ରୟ କେନ୍ଦ୍ର ଉଦଘାଟନ

masiha

Leave a Comment

error: Content is protected !!