ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକକୁ ଦୁର୍ନୀତି ମୁକ୍ତ କରିବାକୁ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବୀ ପତ୍ର ପ୍ରଦାନ 

ନର୍ଲା ବ୍ଲକକୁ ଦୁର୍ନୀତି ମୁକ୍ତ କରିବାକୁ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବୀ ପତ୍ର ପ୍ରଦାନ 

ନର୍ଲା ବ୍ଲକକୁ ଏକଛତ୍ରବାଦ ଶାସନ ଏବଂ ଦୁର୍ନୀତି ରୁ ମୁକ୍ତ କରିବାକୁ ଆଜି ନର୍ଲା ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବିଡ଼ିଓ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପ୍ରଧାନ ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ନର୍ଲା ବ୍ଲକ କୁ ଦୁର୍ନୀତି ମୁକ୍ତ ଏବଂ ଦଶ ବର୍ଷ ଧରି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ବ୍ଲକ ରେ ଚଳାଇ ଥିବା ଏକଛତ୍ରବାଦ ଶାସନ ରୁ ନର୍ଲା କୁ ମୁକ୍ତ କରାଯାଉ ବୋଲି ବିଭିନ୍ନ ନାରା ଦେବା ସହ ନର୍ଲା ଅଂଚଳ ର ଅନ୍ୟାନ୍ୟ ସମସ୍ୟା ଯଥା ରାସ୍ତା ନ ଥିବା ଗାଁ ମାନଙ୍କୁ ଯଥାଶୀଘ୍ର ରାସ୍ତା ବ୍ୟବସ୍ଥା, ପ୍ରତି ବିଦ୍ୟାଳୟ ରେ ପାଣି ବ୍ୟବସ୍ଥା,ନର୍ଲା ଅଞ୍ଚଳ ରେ ବିଦ୍ୟୁତ ସମସ୍ୟା ର ସମାଧାନ, ନର୍ଲା ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ,ନର୍ଲାରୋଡ ରେଳ ଫାଟକ ରେ ଖରା ଦିନ ପାଇଁ ଅସ୍ଥାୟୀ ଟେଣ୍ଟ ନିର୍ମାଣ ପ୍ରଭୁତି ର ଆଶୁ ସମାଧାନ ପାଇଁ ବିଡ଼ିଓ ଙ୍କୁ ବ୍ୟକ୍ତିଗତ ଭାବରେ ଧ୍ୟାନ ଦେବାକୁ ଅନୁରୋଧ କରାଯିବା ସହ ଏକ ଦାବୀ ପତ୍ର ପ୍ରଦାନ କରା ଯାଇଥିଲା । ବିଡ଼ିଓ ବିପିନ ବିହାରୀ ଦୀପ ଦାବୀ ପତ୍ର ଗ୍ରହଣ କରିବା ସହ ଅନ୍ୟାନ୍ୟ ବିଷୟରେ ମଧ୍ୟ ସମସ୍ତ ଙ୍କ ସହିତ ଅଫିସ କାର୍ଯ୍ୟାଳୟ ରେ ଆଲୋଚନା କରିଥିଲେ । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ର ତିନୋଟି ମଣ୍ଡଳର ସଭାପତି ଶିବ ପ୍ରସାଦ ରଣା, ଚିତ୍ରସେନ ଶବର ଏବଂ ଗୁଣନିଧି ସାହୁ ଙ୍କ ସହ ବରିଷ୍ଠ କାର୍ଯ୍ୟକର୍ତା ଙ୍କ ମଧ୍ୟରୁ ମନ୍ମୟ ଚାନ୍ଦ, ଚିରଞ୍ଜିବି ଗୌଡ଼ିଆ, ବିଷ୍ଣୁ ବଡ଼ପଣ୍ଡା,ଦୀପକ ସାହୁ, ସଞ୍ଜୟ ନାଏକ, ଚିତ୍ତରଞ୍ଜନ ରଣା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞ ପାଇଁ ଭୂମିପୂଜନ

masiha

ଖାଦ୍ୟ ଓ ପାନୀୟ ଜଳ ପାଇଁ ବନ୍ୟ ଜନ୍ତୁ ଗାଁ ମୁହାଁ, ସମାଜ ସେବୀ ଙ୍କ ପ୍ରଚେଷ୍ଟା

masiha

କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ 

Leave a Comment

error: Content is protected !!