ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଚୈତ୍ର ପର୍ବ ଓ ଘଟ ଯାତ୍ରା ସମ୍ପନ

ଜୁନାଗଡ଼ରେ ଚୈତ୍ର ପର୍ବ ଓ ଘଟ ଯାତ୍ରା ସମ୍ପନ

ଜୁନାଗଡ଼ ୪/୪ ( ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଚୈତ୍ର ପର୍ବ ସହ ମା ଠାକୁରାଣୀଙ୍କ ଘଟ ଯାତ୍ରା ସମ୍ପନ୍ନ ହୋଇଯାଇଛି । ପୁରାତନ ରାଜଧାନୀ ଜୁନାଗଡ଼ର ଚୈତ୍ର ପର୍ବ ଓ ଘଟ ଯାତ୍ରା ଅନନ୍ୟ । ଏଠାରେ ଯାତ୍ର ଆଠ ଦିନ ଧରି ଚାଲିଥାଏ ପରଦେଶିଆଣି ଠାକୁରାଣୀ ଓ ବୁଢ଼ୀ ଠାକୁରାଣୀ ଦୁଇ ଭଉଣୀ ଗୁଡି ମଧ୍ୟ ସାମ୍ନା ସାମ୍ନି ।ଶୁଣାଯାଏ କଳାହାଣ୍ଡି ମହାରାଜାଙ୍କ ପ୍ରଦତ୍ତ ଘଟ ନିର୍ଦ୍ଧାରିତ କୁମାର ଦ୍ୱାରା ପ୍ରେରିତ ହୋଇଥାଏ ।ପୁଝାରି ଏହି ଘଟକୁ ଆଣି ଗୁଡିରେ ରଖନ୍ତି ।ତାପରେ ଦୁରିଆ ଘରକୁ ଯାଇ ବନ୍ଧ।ପନ। କରାଯାଏ ।ତାପରେ ଘଟ ସହର ପରିକ୍ରମା କରନ୍ତି ।ପୁଝାରି ପ୍ରତି ଘରୁ ଧୂପ ,ଦୀପ ଓ ଭୋଗ ରାଗ ଦେଇ ଗୃହର ମଙ୍ଗଳ ପାଇଁ ବିନତି କରିଥାନ୍ତି ।ଘଟ ପରିକ୍ରମା ରବିବାର ଦିନ ପ୍ରଯ୍ୟନ୍ତ ଚାଲେ ।ସୋମବାର ଦିନ ଘଟ କଳାହାଣ୍ଡିର ସୁଉଚ୍ଚ ପର୍ବତ ଚୁରା ପାହାଡର କମଳା ବାରି ନିକଟସ୍ତ ବୁଢା ରାଜା ମନ୍ଦିରକୁ ଯାଏ ।ସେଠାରେ ବିଧି ମତେ ଅରୁଆ ଚାଉଳର ପୁଞ୍ଜି ପକାଇ ଧୂପ ,ଦୀପ ,ଲିଆ ମୁହଁ। ,ମହୁଲ , ଚାହାର ,କେନ୍ଦୁ ଆଦି ଭୋଗ ଦିଆ ଯାଏ ।ପୂଜା ଶେଷରେ ନିକଟସ୍ତ ବୁଢା ରାଜା କୂଅରୁ ପଙ୍କ ଉଦ୍ଧାର ଜରାଯାଏ ।ଦେବୀଙ୍କ ମହିମାରୁ କୂପ ଭିତରୁ ଚାରି ଦିଗରୁ ନିସ୍କୃତ ହୋଇଥାଏ ଜଳ । ଯେଉଁ ଦିଗରୁ ନିର୍ମଳ ଜଳ ବାହାରେ ସେ ବର୍ଷ ସେ ଦିଗରେ ସୁ ପାଳନ ହେବ ।ଯେଉଁ ଦିଗରୁ ମଇଳା ପାଣି ବାହାରେ ସେ ଦିଗର ଲୋକେ ରୋଗ ପୋକ ଆକ୍ରମଣ ହୋଇ ଫସଲ ନଷ୍ଟ ହେବ ।ଯେଉଁ ଦିଗରେ ମୂଷା ମାଟିଆ ଦୃଶ୍ୟ ହେବ ସେ ଅଞ୍ଚଳ ଶସ୍ୟ ମରୁଡି ହେବ ।ଯେଉଁ ଦିଗରେ କଲା ପାଣି ବାହାରେ ସେ ଦିଗରେ ହଇଜା ଦେଖା ଦେବ । ଏଭଳି ସୂଚନା ପାଇବା କଳାହାଣ୍ଡି ପାରମ୍ପରିକ ବିଶ୍ୱାସ ରହିଛି । ମଙ୍ଗଳବାର ଦିନ ଯାତ୍ରାରେ ମା ଠାକୁରାଣୀଙ୍କ ପୀଠରେ ମାନସିକ କରିଥିବା ସହରର ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି କୁକୁଡ଼ା ,ବୋଦ। ,ଗଡର। ,ପାର। ଆଦି ବଳି ଦେଇଥାନ୍ତି ଏବଂ ମାଙ୍କ ଆଶୀର୍ବାଦ ଗ୍ରହଣ କରିଥାନ୍ତି ।ପରଦେଶିଆଣି ଠାକୁରାଣୀ ପୀଠରେ ଜୟନ୍ତ ପୁଝାରି ଦାୟିତ୍ୱ ନେଇଥିବା ବେଲେ ବୁଢ଼ୀ ଠାକୁରାଣୀ ପୀଠରେ କୁନୁ ବାଣୁଆ ପୁଝାରି ଦାୟିତ୍ୱ ନିର୍ବାହ କରିଥାନ୍ତି ।ଏହି ବିଧି ସମ୍ପନ୍ନ ହେବାପରେ ପ୍ରତେକ ଘରେ ଚୈତ୍ର ନୂଆ ଖିଆଯାଏ।ଏହି ପର୍ବ ପ୍ରବଳ ଉତ୍ସାହ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥାଏ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନୀତିଆୟୋଗ ତରଫରୁ ଲକ୍ଷ୍ମୀପୁର ବ୍ଲକ ରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ

masiha

ଅଞ୍ଜୁମନ ବାଲୁବିଶିର ସମାଜସେବୀ ପାଳନ କଲେ 74 ତମ ଗଣତନ୍ତ୍ର ଦିବସ

Sunil Chandra Nayak

ଅବ୍ୟବସ୍ଥା ଘେରରେ ବାଙ୍କିଲି ଉଚ୍ଚ ବିଦ୍ୟାଳୟ 

masiha

Leave a Comment

error: Content is protected !!