ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାନ୍ଦି ବାଉଁଶମୂଳ ପଂଚାୟତ ରେ ମାଆ ନିମ ନାହାକାଣୀଙ୍କ ନୂତନ ଗାଦି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଚାନ୍ଦି ବାଉଁଶମୂଳ ପଂଚାୟତ ରେ ମାଆ ନିମ ନାହାକାଣୀଙ୍କ ନୂତନ ଗାଦି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦି ବାଉଁଶମୂଳ ପଞ୍ଚାୟତ ଅନ୍ତର୍ଗତ ଯଦୁଚନ୍ଦ୍ରପୁର, ର ପଡା ଗ୍ରାମ ରାମଚନ୍ଦ୍ରପୁର ଗ୍ରାମର ଗ୍ରାମଦେବତୀ ମାଆ ନିମନାହାକାଣୀଙ୍କ ନୂତନ ଗାଦି ପ୍ରତିଷ୍ଠା ଉତ୍ସବ ରବିବାର ଦିନ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି I ରୀତିନୀତି ଅନୁଯାଇ ମା’ଙ୍କ ପୀଠରେ ବ୍ରାହ୍ମଣଙ୍କ ବେଦ ମନ୍ତ୍ରରେ ଚଣ୍ଡୀପାଠ ସହ ଠାକୁରାଣୀଙ୍କୁ ନଗର ଭ୍ରମଣ କରାଯିବା ପରେ ସ୍ନାନ ମଣ୍ଡପରେ ସ୍ନାନ କରାଯାଇ ଥିଲା। ପରେ ବେଦଶାସ୍ତ୍ର ଧ୍ୱନି ଉଚ୍ଚାରଣରେ ମାଆ ନିମ ନାହାକାଣୀ ଠାକୁରାଣୀଙ୍କୁ ନୂତନ ଗାଦିରେ ସ୍ଥାପନ କରାଯାଇଥୁଲା I ଏହି ଅବସରେ ତିନି ଦିନ ବ୍ୟାପି ଅଷ୍ଟମ ପ୍ରହରୀ ନାମସଂକୀର୍ତନ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମକୁ ଗ୍ରାମର ମୁରବୀ କେଶବ ଚନ୍ଦ୍ର ରାଉଳ ଓ ସମସ୍ତ ଗ୍ରାମ ବାସୀ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ । ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା ବେଳେ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ପହଂଚି ଥିଲେ ତାଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥୁଲା, ଶ୍ରଦ୍ଧାଳୁ ମାନେ କାର୍ଯ୍ୟକ୍ରମଟିକୁ ଉପଭୋଗ କରିବା ସହ ଆନନ୍ଦ ବଜାରରେ ପ୍ରସାଦ ସେବନ କରି ଖୁବ୍ ଆନନ୍ଦିତ ହୋଇଥିଲେ । ଏହି ମାଙ୍ଗଳିକ କାର୍ଯ୍ୟକ୍ରମକୁ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗ୍ରାମର ସମସ୍ତ ମା ଓ ଭଉଣୀ ମାନେ ଚିତା ଝୋଟି ଆଙ୍କି ଗାଁରେ ଧାର୍ମିକ ପରିବେଶ ବାତାବରଣ ସୃଷ୍ଟି କରି ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳରେ ସମର କବି ବ୍ରଜନାଥ ବଡ଼ଜେନା ଓ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୫ ପାଳିତ

masiha

ଜୁନାଗଡ଼ରେ ମହମ୍ମଦ ଜୟନ୍ତୀ ପାଳିତ

masiha

ଗ୍ରାମୀଣ ଡାକ ସେବକଙ୍କ ପକ୍ଷରୁ ୫ ଦଫା ଦାବିରେ ଧର୍ମଘଟ ଡାକରା, ଡାକ ସେବା ବ୍ୟାହତ

masiha

Leave a Comment

error: Content is protected !!