ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ପଞ୍ଚାୟତ ସମିତିର ସପ୍ତମ ସମିତି ବୈଠକ ଶୃଙ୍ଖଳାର ସହ ଅନୁଷ୍ଠିତ 

ରାୟଗଡ଼ା ତା 23.8.2023 // ରାୟଗଡ଼ା ବ୍ଲକ ସଦଭାବନା ଗୃହ ଠାରେ ବୁଧବାର ସପ୍ତମ ସମିତି ବୈଠକ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଅଛି । ସୁଶ୍ରୀ ଟୁନି ହୂଇକା ଏଥିରେ ଅଧ୍ୟକ୍ଷତା କରିଥିଲେ । ରାୟଗଡ଼ା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ନିର୍ବାଚିତ ପ୍ରତିନିଧିଙ୍କୁ ଅଧିକ କ୍ରିୟାଶୀଳ ହୋଇ ଜନସାଧାରଣଙ୍କ ଆବଶ୍ୟକତାକୁ ଭିତ୍ତିକରି ପ୍ରକଳ୍ପ ଚୟନ ସହ ଯେପରି ସମସ୍ତ ଯୋଜନାର ସୁଫଳ ଲୋକାଭିମୁଖୀ ହେବ ସେଥିପ୍ରତି ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁଲେଶିକା, ପଦ୍ମାବତୀ ମାଣ୍ଡାଙ୍ଗି, ସନ୍ଧ୍ୟା ପୁଲାକା, ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଏବିଡ଼ିଓ କାଳୁ ଚରଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା କୁମାର ପାତ୍ର, ମାନ୍ୟବର ଲୋକସଭା ସାଂସଦ ପ୍ରତିନିଧି ଏସ ଜିଭିତେଶ୍ୱର ରାଓ ପ୍ରମୁଖ ମଞ୍ଚାଷିନ ଥିଲେ । 

ସମିତି ବୈଠକ ବିଳମ୍ବ ଯୋଗୁଁ ନାକିଟି ସମିତି ସଭ୍ୟ ଭୁଷଣ ବିଡ଼ିକାଙ୍କ କ୍ଷୋଭ ପ୍ରକଟ କରିଥିଲେ । ବିଧାନସଭା ଓ ସଂସଦର ଅଧିବେଶନ ଯୋଗୁଁ ସମିତି ବୈଠକ ବିଳମ୍ବ ହୋଇଥିବା ଅଧ୍ୟକ୍ଷା ପ୍ରକାଶ କରିଥିଲେ । ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଜଙ୍ଗଲ, ବିଜୁଳି, ଯୋଗାଣ ଆବାସ ଯୋଜନା, ସାମାଜିକ ସୁରକ୍ଷା, ଜଳଛାୟା, ଶିଳ୍ପ ଆଦି ବିଭାଗ ସମ୍ପର୍କୀୟ ବିଷୟ ବସ୍ତୁ ଆଲୋଚନା ସ୍ଥାନିତ ହୋଇଥିଲା । ଗ୍ରାମ ପଞ୍ଚାୟତ ସ୍ତରରେ ପାନୀୟଜଳ ସମ୍ପର୍କିତ ଅଭିଯୋଗ ରେଜିଷ୍ଟର ପରିଚାଳନା ଦ୍ଵାରା ଅନେକ ସମସ୍ୟା ସମାଧାନ ହୋଇପାରିବ । ସମସ୍ତ ବିଦ୍ୟାଳୟରେ ଛାତ୍ର ଆନୁପାତିକ ଶିକ୍ଷକ ନିଯୁକ୍ତି ପ୍ରଶ୍ନର ଉତ୍ତରରେ ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ ଖୁବ୍ ଶୀଘ୍ର ରାୟଗଡ଼ା ସମେତ ଓଡ଼ିଶାରେ କୋଡ଼ିଏ ହଜାର ଶିକ୍ଷକ ନିଯୁକ୍ତି ସରକାର ଘୋଷଣା କରିଥିବା ଗୃହକୁ ଅବଗତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟ। ବିଭାଗୀୟ କର୍ମକର୍ତ୍ତା ଓ ଅତିଥି ବୃନ୍ଦଙ୍କୁ ସ୍ୱାଗତ କରିଥିଲେ । ଜିପିଇଓ ଗୋପାଳ ପଣ୍ଡା ପୂର୍ବ ବୈଠକ ବିବରଣୀ ପାଠ କରିଥିଲେ ଓ ଏବିଡିଓ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତୃତୀୟ ମଦୁଆକୁ ବାନ୍ଧି ପୋଲିସ ଜିମା ଦେଲେ ଚିତ୍ରକୋଟ ର ମହିଳା

ନିମ୍ନମାନର ଡ୍ରେସ ଯୋଗାଣ ନେଇ ଅଭିଯୋଗ କଲେ କର୍ମୀ

masiha

ଧର୍ମଗଡ ଏନଏସି ପକ୍ଷରୁ ହର ଘର ତିରଙ୍ଗା ଓ ଭତ୍ତା ବଣ୍ଟନ କାର୍ଯକ୍ରମ

masiha

Leave a Comment

error: Content is protected !!