ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

କନ୍ଧମାଳ, ତା, ୧୪/୧୦: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ କାର୍ତ୍ତିକ ମାସ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ଘଣ୍ଟ ରେ ଆୟୋଜିତ କରାଯିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଏଥିରେ ଓଡ଼ିଶାର ବିଶିଷ୍ଟ ବୈଦିକ ବିଦ୍ୱାନ, ଖୋର୍ଦ୍ଧା ଜିଲ୍ଲା ପରିଚ୍ଛଳ ଗ୍ରାମ ସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳର ପ୍ରତିଷ୍ଠାତା ତଥା ଓଟିଭି ଚ୍ୟାନେଲରେ “ସର୍ବେ ଭବନ୍ତୁ ସୁଖୁନଃ” କାର୍ଯ୍ୟକ୍ରମର ନିୟମିତ ପ୍ରବଚକ ଓ ପ୍ରାର୍ଥନା ଚ୍ୟାନେଲର ପ୍ରସାରିତ “ବାଳକେ ମୋର ବୋଲକର ” ଉପନିଷଦର ଉପକଥା, ଜ୍ଞାନଗୁରୁ ଭଳି ଆଦି ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ବିଷିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି l ଏଣୁ ଅଞ୍ଚଳ ର ସମସ୍ତ ଆଧ୍ୟାତ୍ମିକ ପ୍ରେମୀ ବନ୍ଧୁ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଆଧ୍ୟାତ୍ମିକ କୃପା ଲାଭ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଵାମନଘାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ବିଶ୍ବ ପଖାଳ ଦିବସ ପାଳିତ

Sunil Chandra Nayak

ମୁଷାନାଳରେ ବିଏସଏନଏଲ୍ ଟାୱାର ଅଚଳ କର୍ମଚାରୀଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଲୋକେ

masiha

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ତମାଖୁ ମୁକ୍ତ ଅଭିଯାନ

Sunil Chandra Nayak

Leave a Comment

error: Content is protected !!