ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ହସ୍ପିଟାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଅଭାସି ମାଧ୍ୟମରେ କଲେ ଉଦ୍ଘାଟନ…

ଆମ ହସ୍ପିଟାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଅଭାସି ମାଧ୍ୟମରେ କଲେ ଉଦ୍ଘାଟନ…

ନୂତନ ଭାବେ ନିର୍ମିତ ଏମସିଏଚ ଗୃହ ପ୍ରାୟ ୬କୋଟି ବ୍ୟୟ ଅଟକଳରେ ଏଵଂ ୪କୋଟିରୁ ଊର୍ଦ୍ଧ୍ବ ବ୍ୟୟରେ ଧର୍ମଗଡ ହସ୍ପିଟାଲର ରୂପାନ୍ତରଣ….

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଉପକ୍ରମରେ ଆମ ହସ୍ପିଟାଲ ଯୋଜନା ଅଧୀନରେ ୧୫ ଜିଲ୍ଲାର ୭୩ ଟି ସରକାରୀ ଡାକ୍ତରଖାନାର ରୂପାନ୍ତରଣ ଅଭାସୀ ଜରିଆରେ ଲୋକାର୍ପିତ କରିଛନ୍ତି। ଏହି ପରୀପ୍ରେକ୍ଷୀରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟର ମଧ୍ୟ ରୂପାନ୍ତରଣ କରାଯାଇଛି। ପ୍ରାୟ ୬କୋଟି ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମିତ ଏମସିଏଚ ଗୃହ ଏଵଂ ୪କୋଟିରୁ ଊର୍ଦ୍ଧ୍ବ ବ୍ୟୟରେ ହସ୍ପିଟାଲ ରୂପାନ୍ତରଣ କରାଯାଇଛି। ଆଜି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ଙ୍କ ଉପସ୍ଥିତି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସୀ ଜରିଆରେ ଲୋକାର୍ପିତ କରିଛନ୍ତି। 

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୌସଧି ବାଗ,ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଉପାଧ୍ୟକ୍ଷା ଜୁଳି ମହେର, ଏନ ଏ ସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା, ବିଡିଓ ଡ଼, ହିମାଞ୍ଚଳ ମାଝୀ, ତହସିଲଦାର ସଂଜୟ କୁମାର ସାମନ୍ତରାୟ ଓ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ଏନ୍ ଏ ସି ନିର୍ବାହୀ ଅଧିକାରୀ ଜୟସେନ୍ ଧାରୁଆ, ସହ ଜିଲ୍ଲାପାଳ ଧରଣୀ ଧର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଡାକ୍ତରଖାନା ମ୍ୟାନେଜର ସୁମେଶ୍ଵର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାଇଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ପିପି ମୋଡ ରେ କାର୍ଯ୍ୟକ୍ଷମ ହୋଇ ଥିବା ଏହି ଡ଼ାଇଲିସିସ ସେଣ୍ଟର ରେ ରୋଗୀ ସେବା ପାଇଁ ୪ଟି ବେଡ ଉପଲବ୍ଧ ରହିଛି । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଇସ୍ପାତ ମନ୍ତ୍ରୀଙ୍କ ସହ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିଙ୍କ ଆଲୋଚନା ଏବଂ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

41st ‘Surtarang’ Audition Concludes Successfully in Rourkela

Sunil Chandra Nayak

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

Sunil Chandra Nayak

Leave a Comment

error: Content is protected !!