ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ରାୟଗଡ଼ ଜିଲ୍ଲା ର ତିନୋଟି ଆମ ହସପିଟାଲ ଲୋକାର୍ପିତ 

ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ରାୟଗଡ଼ ଜିଲ୍ଲା ର ତିନୋଟି ଆମ ହସପିଟାଲ ଲୋକାର୍ପିତ 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ-ରାୟଗଡ଼ , ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମୁନିଗୁଡାର ଆମ ହସ୍ପିଟାଲ ପ୍ରକଳ୍ପ ଜରିଆରେ ରୁପାନ୍ତରିତ 

ରାୟଗଡ଼ 17.02.2024- 5T ଉପକ୍ରମରେ “ଆମ ହସ୍ପିଟାଲ” ଯୋଜନାରେ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ କରକମଳରେ 15 ଜିଲ୍ଲା ର 73 ଟି “ଆମ ହସ୍ପିଟାଲ” ଅଭାସି ମାଧ୍ୟମ ରେ ଲୋକାର୍ପିତ ହୋଇଯାଇଛି | ଏହି ଯୋଜନାରେ ଆମ ଜିଲ୍ଲା ସଦରର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମୁନିଗୁଡାର ଆମ ହସ୍ପିଟାଲ ପ୍ରକଳ୍ପ ଜରିଆରେ ରୁପାନ୍ତରିତ ହୋଇଥିବା ସରକାରୀ ଡାକ୍ତରଖାନା କୁ ଲୋକାର୍ପଣ କରାଯାଇଛି | ଆଜି ଲୋକାର୍ପଣ ଉତ୍ସବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମୁନିଗୁଡା ଠାରେ ଆୟୋଜନ କରାଯାଇଥିଲା | ଏହି ଅବସରରେ ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଆମ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ଙ୍କୁ ସ୍ୱାଗତ କରିଥିଲେ | ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ଉପ ଜିଲ୍ଲାପାଳ ଗୁଣୁପୁର କିରଣଦୀପ କୌର ସହୋଟା ଏବଂ ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର ର ସୁପରିଟେଣ୍ଡେଣ୍ଟ ଡା ରମେଶ ଚନ୍ଦ୍ର ସାହୁ, ପ୍ରକଳ୍ପ ପ୍ରଶାସକ ଶାନ୍ତି ପ୍ରଭା ପ୍ରଧାନ ପ୍ରମୁଖ ଗୁଣୁପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ | 

ସେହିପରି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ରାୟଗଡ଼ ଶ୍ରୀ ମକରନ୍ଦ ମୁଦୁଲି, ସୁଶ୍ରୀ ସରସ୍ବତୀ ମାଝି ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜିଲ୍ଲା ଚିକିତ୍ସାଧିକାରୀ ତଥା ସୁପରିଟେଣ୍ଡେଣ୍ଟ ଡା ବରଦା କାନ୍ତ ମିଶ୍ର ଉପସ୍ଥିତ ଥିଲେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମୁନିଗୁଡାରେ ଆୟୋଜିତ ଆମ ହସ୍ପିଟାଲ ଲୋକାର୍ପଣ କାର୍ଯ୍ୟକ୍ରମ ରେ ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ ଉପସ୍ଥିତ ଥିଲେ | 

ରାୟଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଆଣିବା ନିମନ୍ତେ ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ 490.01 ଲକ୍ଷ ବ୍ୟୟ , ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର 373.46 ବ୍ୟୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମୁନିଗୁଡା 164.35 ଲକ୍ଷ ବ୍ୟୟ ରେ ଏକ ରାଷ୍ଟ୍ରାୟତ ସଂସ୍ଥା ଆମ ହସ୍ପିଟାଲ ପ୍ରକଳ୍ପ ର ରୁପାନ୍ତରିତ କାର୍ଯ୍ୟଭାର ନେଇଥିଲା | ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ‘ପ୍ରତିଟି ଜୀବନ ମୂଲ୍ୟବାନ’ କୁ ସାର୍ଥକ କରିବ, ଅତ୍ୟାଧୁନିକ ଭିତ୍ତିଭୂମୀ, ଗୁଣାତ୍ମକ ସ୍ବାସ୍ଥ୍ୟସେବା ସହ ରୋଗୀମାନଙ୍କୁ ସମସ୍ତ ମୌଳିକ ସ୍ବାସ୍ଥ୍ୟ ସେବା ଯୁକ୍ତ ଏହି ‘ଆମ ହସ୍ପିଟାଲ’ ।  

୫ଟି ଜରିଆରେ ଏହି ଚିକିତ୍ସାଳୟ ଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ମାନବ ସମ୍ବଳ ର ବୃଦ୍ଧି କରାଯାଇଛି ଓ ରୋଗୀଙ୍କ ସୁବିଧା ନିମନ୍ତେ ଏକାଧିକ ପଞ୍ଜିକରଣ କାଉଣ୍ଟର ସହିତ electronic que management system କରାଯାଇଛି । ନିକଟରେ ଆମ ହସ୍ପିଟାଲ ପ୍ରକଳ୍ପ ଅନ୍ତର୍ଗତ ଉପଖଣ୍ଡ ଚିକିତ୍ସାଳୟ ରେ ୭ ଜଣ ଡାକ୍ତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୫ ଜଣ ଡାକ୍ତର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁନିଗୁଡା ନିମନ୍ତେ ୨ ଜଣ ଡାକ୍ତର ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ତଦସହିତ ଗତମାସରେ ଉପଖଣ୍ଡ ଚିକିତ୍ସାଳୟରେ ନୂତନ ଭାବେ ଏକ ସ୍ୱତନ୍ତ୍ର ଡାଇଆଲିସିସ ୟୁନିଟ୍ ର ଆରମ୍ଭ କରାଯାଇଛି , ଯାହାଦ୍ୱାରା ଆମ ଜିଲ୍ଲାବାସୀ ବିଶେଷ ଭାବେ ଉପକୃତ ହେବା ସହ ଜିଲ୍ଲାର ସ୍ୱାସ୍ଥ୍ୟସେବା ପ୍ରଦାନକ୍ଷେତ୍ରରେ ଏକ ସକରାତ୍ମକ ପରିବର୍ତ୍ତନ ଘଟିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ନିଜ ବକ୍ତବ୍ୟ ରେ ଉକ୍ତ କାର୍ଯ୍ୟକ୍ରମ ରେ କହିଥିଲେ | 

ଆହୁରିମଧ୍ୟ ରୋଗୀ ଏବଂ ସେମାନଙ୍କ ସଂପର୍କୀୟଙ୍କ ସକରାତ୍ମକ ଅଭିଜ୍ଞତା ନିମନ୍ତେ ଡାକ୍ତରଖାନା ପରିସରରେ ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛ ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା ଓ ସୁରକ୍ଷା ଉପରେ ଦୃଷ୍ଟି ଦିଆଯାଇ ଡାକ୍ତରଖାନା ପରିସରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ପୋଲିସ ଆଉଟ୍ ପୋଷ୍ଟ , ଉଚ୍ଚକୋଟୀର ବର୍ଜ୍ୟବସ୍ତୁ ପରିଚାଳନା, ସୌରଚାଳିତ ଆଲୋକିକରଣ, ଏକାଧିକ ପ୍ରତୀକ୍ଷାଳୟ, ସ୍ୱତନ୍ତ୍ର ପାର୍କିଂ ସୁବିଧା ସହ ହେଲ୍ପ ଡେସ୍କ ରହିଛି ଏବଂ ରୋଗୀ ସହାୟକ ମାନଙ୍କ ରହିବା ନିମନ୍ତେ ଶୀତତାପ ନିୟନ୍ତ୍ରିତ ବିଶ୍ରାମ ଗୃହ ଏବଂ LED ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ଦିଆଯିବା ସହିତ ଆକର୍ଷଣୀୟ ପ୍ରବେଶପଥ ସହ ଆମ ଡାକ୍ତରଖାନା ର ରୂପରେଖ ରେ ଏକ ପରିବର୍ତ୍ତନ ଅଣାଯାଇପାରିଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାଗର ସାହିତ୍ୟ ସଂସଦ ର ମୁଖପତ୍ର ‘ ଇନ୍ଦୁପ୍ରଭା ‘ ଉନ୍ମୋଚନ ଉତ୍ସବ 

Sunil Chandra Nayak

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

masiha

ପଞ୍ଚାୟତ ସ୍ତରୀୟ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort