ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହା ଆଡମ୍ବରରେ ପାଳିତ ହେଲା ହର ଘର ତିରଙ୍ଗା ଯାତ୍ରା

ମହା ଆଡମ୍ବରରେ ପାଳିତ ହେଲା ହର ଘର ତିରଙ୍ଗା ଯାତ୍ରା

  ରାୟଗଡ:- ତା. ୧୩/୮/୨୪ :- ଘରେ ଘରେ ତିରଂଗା କାର୍ଯ୍ୟକ୍ରମ ରାୟଗଡରେ ଶୋଭାଯାତ୍ରା ସମସ୍ତ ଭାରତୀୟଙ୍କ ସ୍ୱାଭିମାନ ଏବଂ ସମ୍ମାନର ପ୍ରତୀକ ତ୍ରିରଙ୍ଗା ପତାକା କୁ ଗର୍ବ ଓ ସମ୍ମାନର ସହ ଆମେ ସମସ୍ତେ ନିଜ ଘରେ 15 ଅଗଷ୍ଟ ପର୍ଯ୍ୟନ୍ତ ଉଡାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଘରେ ଘରେ ତିରଂଗା କାର୍ଯ୍ୟକ୍ରମ ଅବସରରେ ସର୍ବ ଭାରତୀୟ ସ୍ତରରେ ଗାଆଁ ରୁ ସହର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି।

ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆଜି ରାୟଗଡ଼ ଜିଲ୍ଲା ସହର ମହକୁମା ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ସ୍ଥାନୀୟ ରେଲୱାଇ ଛକରୁ ସକାଳ ୯.୦୦ ଘଟିକା ସମୟରେ ତିରଙ୍ଗା ପଦଯାତ୍ରା ବାହାରି ରେଲୱାଇ ଓଭର ବ୍ରିଜରୁ, ନୂଆ ବସ ଷ୍ଟାଣ୍ଡ ଦେଇ ସ୍ଥାନୀୟ ଗାନ୍ଧୀ ପାର୍କରେ ସମାବେଶ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ନୂତନ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସୁଶ୍ରୀ ସରସ୍ଵତୀ ମାଝୀ, ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲା ପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ କଲ୍ଯାଣୀ ସଙ୍ଘମିତ୍ରା, ଉପନିର୍ଦ୍ଦେଶକ ତଥା ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,ବସନ୍ତ କୁମାର ପ୍ରଧାନ, ଜିଲ୍ଳା ଶିକ୍ଷା ଅଧିକାରୀ ଡଃ. ବସନ୍ତ ନାୟକ, ଜିଲ୍ଳା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ସ୍ଥାପନା ଅଧିକାରୀ ଲଳିତ ମଣ୍ଡଲ, ଓରମାସ ସିଇଓ ମନୋଜ ପାତ୍ର, ଓଡିଶା ଜୀବିକା ମିଶନର ଡିପିଏମ ହେମନ୍ତ ବାଗ,ଲକ୍ଷ୍ମଣ ଘଣ୍ଟା,ଏପିଡି ଅଡମିନ ବିଜୟ କୁମାର ନାୟକ, ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁ, ପୌର ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ବ୍ଲକ ଅଧକ୍ଷ୍ୟା ଟୁନି ହୁଇକା, ଏପିଡି ରଶ୍ମି ପରିଡା, ଅଜାତଶତ୍ରୁ ରାଉତ, ପ୍ରଭାତ ଲେଙ୍କା, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ପୋଲିସ, କେନ୍ଦ୍ରୀୟ ପୋଲିସ ବଳ, ପ୍ରେମ ପାହାଡ ୱାକର୍ସ କ୍ଲବର ଡଃ ଦୁଷ୍ମନ୍ତ ମହାନ୍ତି, ଜଲନ୍ଦର ପୁଷିକା,ବରିଷ୍ଠ ନାଗରିକ ଡ଼ଃ.ବାଦଲ ତାହା,ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, କlଳିରାମ ମାଝୀ, ବସନ୍ତ ଉଲ୍ଲlକା, ହଳଧର ମିଶ୍ର ଓ ଅନ୍ୟ ସଦସ୍ୟ ମାନେ, ଗଣ ମାଧ୍ୟମ ପ୍ରତିନିଧି, ମୋଟର କର୍ମଚାରୀ ସଂଘ ରାୟଗଡା ଶାଖାର ସଦସ୍ୟ,ପୈର କର୍ମଚାରୀ,ବିଭିନ୍ନ ସଂଗଠନର କର୍ମକର୍ତ୍ତା ଆଦି ଯୋଗଦାନ କରି ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରମାନଙ୍କ ଦ୍ଵାରା ବ୍ୟାଣ୍ଡ ବାଜା ଦ୍ଵାରା ରେଲୱାଇ ଛକରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଜାତୀୟ ପତାକା ଧରି ପଦ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଲୋକସମ୍ପର୍କ କାର୍ଯ୍ୟାଳୟର ଗ୍ରନ୍ଥlଗlରିକ ଡମ୍ବରୁଧର ପଣ୍ଡା, ସୁଭାଷ କେରକେଟା,ଭାବନୀ ଶବର,କୁମୁଦିନୀ ମିଶାଳ,ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା ସହଯୋଗ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକର ସମସ୍ର ପ୍ରକାର ଶ୍ରମିକ ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକଙ୍କ ସୁବିଧା ସୁଯୋଗ ପାଇବାରୁ ବହୁ ପଛରେ

ଓବିସି ଜନଜାଗରଣ ରଥ କୁ ଜୁନାଗଡ଼ ଠାରେ ବିପୁଳ ସ୍ୱାଗତ

masiha

ଲଡୁଗାଁ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ବବି ଦାସଙ୍କ ଜନ୍ମ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!