ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ଠାରେ ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ 135ତମ ଜୟନ୍ତୀ ପାଳିତ 

ରୁପ୍ରା ଠାରେ ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ 135ତମ ଜୟନ୍ତୀ ପାଳିତ 

ରୁପ୍ରା, 14/4 (ମନିସ ) : ନର୍ଲା ବ୍ଲକ ରୁପ୍ରା ଗ୍ରାମ ପଂଚାୟତ ଅନ୍ତର୍ଗତ ରୁପ୍ରା ଡ଼ମ୍ବସମାଜ ଆୟୋଜନ ଓ ଡ଼ଃ. ବି. ଆର. ଆମ୍ବେଦକର ଜନ୍ମ ଜୟନ୍ତୀ ପାଳନ କମିଟି ରୁପ୍ରାଙ୍କ ଆହ୍ୱାନ କ୍ରମେ ସମ୍ବିଧାନ ପ୍ରଣେତା ବିଶ୍ୱରତ୍ନ, ଜ୍ଞାନର ପ୍ରତୀକ ବୌଦ୍ଧି ସତ୍ତୗ ମହାମାନବ ଡ଼ଃ. ବି. ଆର. ଆମ୍ବେଦକରଙ୍କ 135ତମ ଜନ୍ମ ଜୟନ୍ତୀ ମହାସମାରୋହରେ ମଙ୍ଗଳବାର ଦିନ ରୁପ୍ରା ଠାରେ ପାଳନ କରାଯାଇଛି l ରୁପ୍ରା ଡ଼ମ୍ବ ସମାଜର ସଭାପତି ଟଙ୍କଧର ସୁନା ଓ ସମ୍ପାଦକ ପଦ୍ମଲୋଚନ ସେନାପତିଙ୍କ ନେତୃତ୍ୱରେ ପ୍ରଥମେ ଏକ ବିରାଟ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିବା ବେଳେ ପରିକ୍ରମା ସମୟରେ ଜୟ ଭୀମ ସ୍ଲୋଗାନରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l ଗ୍ରାମ ପରିକ୍ରମା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ଭବାନୀପାଟଣା ତହସିଲଦାର କ୍ଷୀରୋଦ ନାଗ, ଭବାନୀପାଟଣା ରାଜସ୍ବ ପର୍ଯ୍ୟବେକ୍ଷକ କାର୍ତ୍ତିକ ସୁନା, ଚାଂଚେର ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଜୁ କୁମାର, ଆଇନଜୀବୀ ସୂର୍ଯ୍ୟ କୁମାର, ରୁପ୍ରା ଡ଼ମ୍ବ ସମାଜର ପୂର୍ବତନ ସଭାପତି ଗୋପାଳକୃଷ୍ଣ ବିହାରୀ, ଅବସରପ୍ରାପ୍ତ ବରିଷ୍ଠ କୃଷି ଅଧିକାରୀ ଉଚ୍ଚବ ବିହାରୀ, ରୁପ୍ରା ପେସ୍କ କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ, ଶ୍ରୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ମହାନନ୍ଦ, ଟୁଟିଙ୍ଗ ଡ଼ମ୍ବ ସମାଜର ସଭାପତି କିଶନ ଦୁର୍ଗା, ତିତକେଲା ର ସଭାପତି ଖୁସିରାମ ଦୀପ, ପୂର୍ବ ସରପଞ୍ଚ ଅକ୍ରୁର ସାହୁ, ରୁପ୍ରା ୟୁପି ସ୍କୁଲର ବରିଷ୍ଠ ଶିକ୍ଷକ ହରପ୍ରସାଦ ସାହୁ, ସାମ୍ବାଦିକ ଅଜୟ ସେନାପତି ପ୍ରମୁଖ ଯୋଗଦେଇ ମଞ୍ଚାସିନ ହୋଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ଓ ଅତିଥି ପରିଚୟ ଶ୍ରୀପୁର CRCC ରଘୁପତି ନାଏକ କରିଥିଲେ l ସ୍ୱାଗତ ସଂଗୀତ ଭୀମକେଲା CRCC ବିଜୟ ସୁନା ପରିବେଷଣ କରିଥିଲେ l ରୁପ୍ରା ଡ଼ମ୍ବ ସମାଜର ସଭାପତି ଟଙ୍କଧର ସୁନା ବିବରଣୀ ପ୍ରଦାନ କରିଥିଲେ l ସେହିପରି ଅତିଥି ମାନେ ବାବା ସାହେବଙ୍କ ଉକ୍ତି ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କରିବା ଉପରେ ଆଲୋକପାତ କରିଥିଲେ l

ସେହିପରି ଆମ୍ବେଦକରଙ୍କ ବିଚାର ଓ ପ୍ରେରଣା ତଥା ତାଙ୍କ ମାର୍ଗରେ ଚାଲିବା ପାଇଁ ସମସ୍ତେ ସଂକଳ୍ପ ନେବାର ସମୟ ଆସିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଶେଷରେ ଭୀମକେଲା CRCC ବିଜୟ ସୁନା ଧନ୍ୟବାଦ ଦେଇ ଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ଶତାଧିକ ସାମାଜିକ କର୍ମୀ ଉପସ୍ଥିତଥିଲେ, ରୁପ୍ରା ଡ଼ମ୍ବ ସମାଜର ସମସ୍ତ ସ୍ବେଛାସେବୀ ସହଯୋଗ କରିଥିଲେ l

ରିପୋର୍ଟ : ଅଜୟ ସେନାପତି

Related posts

ଧର୍ମଗଡ ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚିତ

masiha

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା

masiha

ବିକାଶ ମେଳା’ରେ ମହିଳା ଓ ଶିଶୁ ବିକାଶ ବିଭାଗ  ସୂଚନା, ଶିକ୍ଷା ଓ ସଂଚାର ମାଧ୍ୟମରେ ହେଉଛି ଜନସଚେତନତା

masiha

Leave a Comment

error: Content is protected !!