ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ନୂତନ ଫ୍ୟୁଚର ଓଡ଼ିଶା ପଵ୍ଳିକ ସ୍କୁଲ ସାଂସଦଙ୍କ କରକମଳରେ ଶୁଭ ଉଦଘାଟିତ

ରାଇରଙ୍ଗପୁର ରେ ନୂତନ ଫ୍ୟୁଚର ଓଡ଼ିଶା ପଵ୍ଳିକ ସ୍କୁଲ ସାଂସଦଙ୍କ କରକମଳରେ ଶୁଭ ଉଦଘାଟିତ

ରାଇରଙ୍ଗପୁର – ୧୪/୦୪ —  ଆଜି ଉତ୍କଳୀୟ ମାନଙ୍କର ମହାନ ପର୍ବ ପବିତ୍ର ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଦିବସ ।ଏହି ପବିତ୍ର ଦିବସରେ ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ଯୁବ ସମାଜସେବୀ ହରପ୍ରସାଦ ସର୍ଦାର ଙ୍କ ଦ୍ଵାରା ରାଇରଙ୍ଗପୁର ଲିଙ୍କ୍ ରୋଡରେ ନୂତନ ଘରୋଇ ସିଵିଏସଇ ଇଂଲିଶ ମିଡିୟମ ସ୍କୁଲ( ଫ୍ୟୁଚର ଓଡ଼ିଶା ପବ୍ଲିକ ସ୍କୁଲ ) ଖୋଲିଛନ୍ତି ।ଆଜି ର ଏହି ପବିତ୍ର ଦିବସରେ ଏହି ନୂତନ ବିଦ୍ୟାଳୟକୁ ମୁଖ୍ୟ ଅତିଥି ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ପ୍ରାକ୍ତନ ବିଜେପି ରାଜ୍ୟ ସଂପାଦକ ନବିନ ରାମ, ସାଂସଦ ପ୍ରତିନିଧି ମନୋଜ ଦାସ( ବାପି),ଗୌରବ ଅଗ୍ରଓ୍ବାଲ, ମଳୟ ଦାସ,ମୁଖ୍ୟ ପରିଚାଳକ ସଂଜୟ ନାୟକ,ଅଧ୍ୟକ୍ଷା ବନିଜା ରାମ ପ୍ରମୁଖ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।ରାଇରଙ୍ଗପୁର ସହରର ଜନସଂଖ୍ୟା ହୁ ହୁ ବୃଦ୍ଧି ସହ ରାଇରଙ୍ଗପୁର ପୋଲିସ ଜିଲ୍ଲା କାର୍ଯ୍ୟକାରିଣୀ, ‌ଆଗକୁ ନବୋଦୟ ବିଦ୍ୟାଳୟ, କୃଷି ବିଦ୍ୟାଳୟ, ସ୍ପୋର୍ଟସ ସ୍କୁଲ, ଟ୍ରାଇବାଲ ରିସର୍ଚ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି ।ତଦସହ ରାଇରଙ୍ଗପୁର ଭଳି ଆଦିବାସୀ ପଛୁଆ ଅଂଚଳରେ ଆଦିବାସୀ ପିଲାମାନଙ୍କୁ ଯୁଗ ସହ ତାଳ ସହ ପ୍ରତିଯୋଗିତାମୂଳକ ଦୁନିଆଁରେ ସମକକ୍ଷ ଦେବାପାଇଁ ସିବିଏସଇ ପାର୍ଟନର ଇଂଲିଶ ମିଡିୟମର ଆବଶ୍ୟକତା ଦେଖି ଏଠାରେ ଏହି ବିଦ୍ୟାଳୟ ଖୋଲିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରତିଷ୍ଠାତା ହରପ୍ରସାଦ ସର୍ଦାର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି ବିଦ୍ୟାଳୟରେ ଶୀତତାପ ନିୟନ୍ତ୍ରିତ ଶ୍ରେଣୀ ଗୃହ, ସ୍ମାର୍ଟ କଂପ୍ୟୁଟର ରୁମ, କୁନି କୁନି ପିଲାମାନଙ୍କୁ ଖେଳନା, ନୃତ୍ୟ, ଧ୍ୟାନ, କଳା, ଡ୍ରଇଂ ,ଇତ୍ୟାଦି ଅଭିଜ୍ଞ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଦ୍ଵାରା ଶିକ୍ଷା ଦିଆଯିବ କହିଥିଲେ । ପିଲାମାନଙ୍କ ପାଇଁ ତଦସହ ଆବାସିକ ଗୃହ ବ୍ୟବସ୍ଥା କରାଯାଇଛି । ପ୍ରଥମରୁ ଅଷ୍ଟମ ପର୍ଯ୍ଯନ୍ତ ନିଃଶୁଳ୍କ ଏଡିମିସନ ବ୍ୟବସ୍ଥା କରାଯାଇଛି ।ପଛୁଆ ଅଂଚଳରେ ଏକ ମଣିଷ ତିଆରି କାରଖାନା ପ୍ରତିଷ୍ଠା ପାଇଁ ଫ୍ୟୁଚର ଓଡ଼ିଶା ପବ୍ଳିକ ସ୍କୁଲର ପ୍ରତିଷ୍ଠାତା ଯୁବ ସମାଜସେବୀ ହରପ୍ରସାଦ ଶଵର , ସଂଞ୍ଜୟ ନାୟକଙ୍କ ଉଦ୍ୟମକୁ ସାଂସଦ ନବ ଚରଣ ମାଝୀ ଭୁରି ଭୁରି ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷକ,ଶିକ୍ଷୟତ୍ରୀ,ଅଭିଭାବକ ମାନେ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

କାଶୀପୁର ବନ ବିଭାଗ ଦ୍ୱରା ଜଙ୍ଗଲ ପୋଡି ଏବଂ ବନ୍ୟଜନ୍ତୁ ସୁରକ୍ଷା କୁ ନେଇ ସଚେତନତା ରାଲି

masiha

ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ଇନ୍ଦ୍ରଶିଷ, ସମ୍ପାଦକ ଅମିତ ଓ ଉପସଭାପତି ଭାବେ ଅଞ୍ଜଳି ବିଜୟୀ

Sunil Chandra Nayak

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

masiha

Leave a Comment

error: Content is protected !!