ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ନୂତନ ଫ୍ୟୁଚର ଓଡ଼ିଶା ପଵ୍ଳିକ ସ୍କୁଲ ସାଂସଦଙ୍କ କରକମଳରେ ଶୁଭ ଉଦଘାଟିତ

ରାଇରଙ୍ଗପୁର ରେ ନୂତନ ଫ୍ୟୁଚର ଓଡ଼ିଶା ପଵ୍ଳିକ ସ୍କୁଲ ସାଂସଦଙ୍କ କରକମଳରେ ଶୁଭ ଉଦଘାଟିତ

ରାଇରଙ୍ଗପୁର – ୧୪/୦୪ —  ଆଜି ଉତ୍କଳୀୟ ମାନଙ୍କର ମହାନ ପର୍ବ ପବିତ୍ର ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଦିବସ ।ଏହି ପବିତ୍ର ଦିବସରେ ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ଯୁବ ସମାଜସେବୀ ହରପ୍ରସାଦ ସର୍ଦାର ଙ୍କ ଦ୍ଵାରା ରାଇରଙ୍ଗପୁର ଲିଙ୍କ୍ ରୋଡରେ ନୂତନ ଘରୋଇ ସିଵିଏସଇ ଇଂଲିଶ ମିଡିୟମ ସ୍କୁଲ( ଫ୍ୟୁଚର ଓଡ଼ିଶା ପବ୍ଲିକ ସ୍କୁଲ ) ଖୋଲିଛନ୍ତି ।ଆଜି ର ଏହି ପବିତ୍ର ଦିବସରେ ଏହି ନୂତନ ବିଦ୍ୟାଳୟକୁ ମୁଖ୍ୟ ଅତିଥି ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ପ୍ରାକ୍ତନ ବିଜେପି ରାଜ୍ୟ ସଂପାଦକ ନବିନ ରାମ, ସାଂସଦ ପ୍ରତିନିଧି ମନୋଜ ଦାସ( ବାପି),ଗୌରବ ଅଗ୍ରଓ୍ବାଲ, ମଳୟ ଦାସ,ମୁଖ୍ୟ ପରିଚାଳକ ସଂଜୟ ନାୟକ,ଅଧ୍ୟକ୍ଷା ବନିଜା ରାମ ପ୍ରମୁଖ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।ରାଇରଙ୍ଗପୁର ସହରର ଜନସଂଖ୍ୟା ହୁ ହୁ ବୃଦ୍ଧି ସହ ରାଇରଙ୍ଗପୁର ପୋଲିସ ଜିଲ୍ଲା କାର୍ଯ୍ୟକାରିଣୀ, ‌ଆଗକୁ ନବୋଦୟ ବିଦ୍ୟାଳୟ, କୃଷି ବିଦ୍ୟାଳୟ, ସ୍ପୋର୍ଟସ ସ୍କୁଲ, ଟ୍ରାଇବାଲ ରିସର୍ଚ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି ।ତଦସହ ରାଇରଙ୍ଗପୁର ଭଳି ଆଦିବାସୀ ପଛୁଆ ଅଂଚଳରେ ଆଦିବାସୀ ପିଲାମାନଙ୍କୁ ଯୁଗ ସହ ତାଳ ସହ ପ୍ରତିଯୋଗିତାମୂଳକ ଦୁନିଆଁରେ ସମକକ୍ଷ ଦେବାପାଇଁ ସିବିଏସଇ ପାର୍ଟନର ଇଂଲିଶ ମିଡିୟମର ଆବଶ୍ୟକତା ଦେଖି ଏଠାରେ ଏହି ବିଦ୍ୟାଳୟ ଖୋଲିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରତିଷ୍ଠାତା ହରପ୍ରସାଦ ସର୍ଦାର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି ବିଦ୍ୟାଳୟରେ ଶୀତତାପ ନିୟନ୍ତ୍ରିତ ଶ୍ରେଣୀ ଗୃହ, ସ୍ମାର୍ଟ କଂପ୍ୟୁଟର ରୁମ, କୁନି କୁନି ପିଲାମାନଙ୍କୁ ଖେଳନା, ନୃତ୍ୟ, ଧ୍ୟାନ, କଳା, ଡ୍ରଇଂ ,ଇତ୍ୟାଦି ଅଭିଜ୍ଞ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଦ୍ଵାରା ଶିକ୍ଷା ଦିଆଯିବ କହିଥିଲେ । ପିଲାମାନଙ୍କ ପାଇଁ ତଦସହ ଆବାସିକ ଗୃହ ବ୍ୟବସ୍ଥା କରାଯାଇଛି । ପ୍ରଥମରୁ ଅଷ୍ଟମ ପର୍ଯ୍ଯନ୍ତ ନିଃଶୁଳ୍କ ଏଡିମିସନ ବ୍ୟବସ୍ଥା କରାଯାଇଛି ।ପଛୁଆ ଅଂଚଳରେ ଏକ ମଣିଷ ତିଆରି କାରଖାନା ପ୍ରତିଷ୍ଠା ପାଇଁ ଫ୍ୟୁଚର ଓଡ଼ିଶା ପବ୍ଳିକ ସ୍କୁଲର ପ୍ରତିଷ୍ଠାତା ଯୁବ ସମାଜସେବୀ ହରପ୍ରସାଦ ଶଵର , ସଂଞ୍ଜୟ ନାୟକଙ୍କ ଉଦ୍ୟମକୁ ସାଂସଦ ନବ ଚରଣ ମାଝୀ ଭୁରି ଭୁରି ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷକ,ଶିକ୍ଷୟତ୍ରୀ,ଅଭିଭାବକ ମାନେ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସୁଚନା ଓ ଲୋକ ସମ୍ପର୍କ ବିଭାଗ ଗ୍ରୁପ୍ ବି ପଦବୀ ପରୀକ୍ଷାରେ ଯାମଦା ବ୍ଳକର ଶିଶିର ମୁନ୍ଦୁୟା ୩୬ ନମ୍ବର ରେଙ୍କ ରଖି ସଫଳତା

Sunil Chandra Nayak

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ କଳାହାଣ୍ଡି ଗସ୍ତ ରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

Sunil Chandra Nayak

ଅବ୍ୟବସ୍ଥା ରେ ସରିଲା ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା 

masiha

Leave a Comment

error: Content is protected !!