ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ଅଦ୍ୟ ତା-୧୭.୦୭.୨୦୨୩ ରିଖ ସୋମବାର ସକାଳ ଘ.୧୧.୦୦ ମି ରେ ସ୍ଥାନୀୟ ମହର୍ଷି ବିଦ୍ୟା ମନ୍ଦିର, ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ “J.J.(CPC) Act & Right to Compulsory Act ” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ J.J.(CPC) Act & Right to Compulsory Education Act ଉପରେ ଆଲୋଚନା ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ଅତିରିକ୍ତ ଜିଲ୍ଳା ଶିକ୍ଷI ଅଧିକାରୀ ଶ୍ରୀ ଭଜନଲାଲ ମାଝି, ଜେ.ଜେ.ବି ବୋଡ ର ସଦସ୍ୟ ଶ୍ରୀମତି ପ୍ରଣତି ପାତ୍ର, ଶିଶୁ ମଙ୍ଗଳ କମିଟି ର ସଦସ୍ୟ ଶ୍ରୀମତି ଜ୍ୟୋସ୍ନାମୟୀ ପାଢି, ଶ୍ରୀ ଗଗାରିନ ସବର, ରାୟଗଡା ବାର ଆସୋସିଏସନ ର ଆଇନଜୀବି ସୀତାରାମ ପଣ୍ଡା, ପ୍ରଣ୍ଟ ଅଫିସ ରିଟେନର ତଥା ରିମାଣ୍ଡ ଆଡଭୋକେଟ ଶ୍ରୀ ରାମକ୍ରୀଷ୍ନା ପଲ୍ଳୀ, ମହର୍ଷି ବିଦ୍ୟା ମନ୍ଦିର ର ପ୍ରିନ୍ସପାଲ ଶ୍ରୀ ରଞ୍ଜନ କୁମାର ସାହୁ ଙ୍କ ସମେତ ମହର୍ଷି ବିଦ୍ୟା ମନ୍ଦିର ର ଶିକ୍ଷକ, ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ J.J.(CPC) Act ଓ Right to Compulsory Education Act ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ମହର୍ଷି ବିଦ୍ୟା ମନ୍ଦିର ର ଶିକ୍ଷକ, ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉଚ୍ଚତମ ନ୍ୟାୟାଳୟଙ୍କ ଆରକ୍ଷଣ ବିରୋଧୀ ଆଦେଶ ବିରୁଦ୍ଧରେ ଭାରତ ବନ୍ଦ ଜୁନାଗଡ଼ ରେ ସମ୍ପୂର୍ଣ ସଫଳ

masiha

ଏନ୍ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୦ରେ …. 

masiha

ବାବାସାହେବଙ୍କ ୬୮ ତମ ମହାପରିନିର୍ବାଣ ଦିବସ ପାଳିତ

masiha

Leave a Comment

error: Content is protected !!