ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳସମ୍ପଦ ବିଭାଗ ଭୁଲିଯାଇଛି ଇନ୍ଦ୍ରାବତୀ ରେ କିଛି କାର୍ଯ୍ୟାଳୟ ଅଛି ବୋଲି

ତେନ୍ତୁଳିଖୁଣ୍ଟି  // ଇଂଜିନିୟରିଂ କ୍ୟାଡ଼ର ପୁନର୍ଗଠନ କଣ ହେଲା ଯେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା କୁ ଶ୍ରୀ ହୀନ କରିଦେଲା। ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ସମେତ ଗୁଣ ମିୟନ୍ତ୍ରଣ କାର୍ଯ୍ୟାଳୟ ଇନ୍ଦ୍ରାବତୀ (ଖାତିଗୁଡା)ରୁ ଉଠିଗଲା। କ୍ୟାଡ଼ର ପୁନର୍ଗଠନ ରେ ଉଠିଯିବା ଟା ଯେଉଁ ଗତିରେ କାର୍ଯ୍ୟକାରୀ ହେଲା ବା କରିଲେ ସେହି ଗତି ରେ ଉକ୍ତ ପୁନର୍ଗଠନ ଆଧାର ରେ ନୂତନ କାର୍ଯ୍ୟାଳୟ ଖୋଲାଯାଇନି। ମୁଖ୍ୟଯନ୍ତ୍ରୀ ଗୁଣ ନିୟନ୍ତ୍ରଣ ଭୁବନେଶ୍ୱର ଙ୍କ ଅଧିନ ରେ ଥିବାଅଧିକ୍ଷଣ ଯନ୍ତ୍ରୀ ଜୟପୁର ରହିବ । ଅଧିକ୍ଷଣ ଯନ୍ତ୍ରୀ ଜୟପୁର ଅଧୀନ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ନବରଙ୍ଗପୁର ,ରାୟଗଡା ଓ ନବରଙ୍ଗପୁର ତଥା ମାଲକାନଗିରି ରେ ଡିଭିଜନ ଅଫିସ ରହିବ।ତାହା ଦୁଇ ବର୍ଷ ପରେ ବି କାର୍ଯ୍ୟକାରୀ ହୋଇନି। ନବରଙ୍ଗପୁର ଡିଭିଜନ ଅଫିସ ଖାତିଗୁଡା ରେ ଥିବା ନିର୍ବାହୀ ଯନ୍ତ୍ରୀ ଅଫିସ ରେ କରାଇ କୋଟି କୋଟି ଟଙ୍କା ର ସାମଗ୍ରୀ ର ସୁଵିନିଯୋଗ ହୋଇ ପାରିବ । 

 ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ର ସିଭିଲ ବିଙ୍ଗ ଜଳ ସଂପଦ ଅଧିନ କୁ ଆସି ଯାଇଛି ,କିନ୍ତୁ ଏହି କାର୍ଯ୍ୟାଳୟ ଅଧିକ ରେ ଥିବା ଅଫିସ ରେ ବୈଷୟିକ କର୍ମଚାରୀ ଘୋର ଅଭାବ ରହିଛି। ଏପରିକି ଡିଭିଜନ ଗୁଡିକରେ ସ୍ଥାୟୀ ନିର୍ବାହୀ ଯନ୍ତ୍ରୀ ନାହାନ୍ତି। ବର୍ତ୍ତମାନ ଜୁଲାଇ ମାସରୁ କଲୋନୀ ମରାମତି ଓ ଜଳ ଯୋଗାଣ ସେକ୍ସନ ବାମ ପାର୍ଶ୍ଵ କେନାଲ 1 କୁସୁମଖୁଣ୍ଟି ଅଧିନରୁ ପୋଡ଼ାଗଡ଼ ଡିଭିଜନ କୁ ଆସିଛି। ଏହି ବିଭାଗ ର ଦାୟିତ୍ୱ ଅଧିକ ଥିବା ବେଳେ ସ୍ଥାୟୀ ନିର୍ବାହୀ ଯନ୍ତ୍ରୀ ନଥିବା ବେଳେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ପୋଡ଼ାଗଡ଼ ଡିଭିଜନ ନିର୍ବାହୀ ଯନ୍ତ୍ରୀ ସହ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟାଳୟ ର ଏଷ୍ଟି ମେଟର ଦାୟିତ୍ୱରେ ରହିଛନ୍ତି । ପୋଡ଼ାଗଡ଼ ବନ୍ଧ ବିଭାଗ ଅଧୀନରେ ପ୍ରକଳ୍ପ ଡାକ୍ତରଖାନା ,ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ତଥା ପ୍ର।ଥମିକ ବିଦ୍ୟାଳୟ ପରିଚାଳନା ସହ ଦେଓପାଲି ବନ୍ଧ ଦାୟିତ୍ୱ ସହ ଏବେ ଅତିରିକ୍ତ ଦାୟିତ୍ୱ ଜଳଯୋଗାଣ ଓ କଲୋନୀ ମରାମତି ମିଶିଲା। ଏଭଳି କ୍ଷେତ୍ରରେ ଜଣେ ଏତେସବୁ ଦାୟିତ୍ୱ ସମ୍ଭାଳିଲେ କାର୍ଯ୍ୟାଳୟ ସୁପରିଚାଳିତ ହୋଇପାରିବକି ? ମୁରାନ ଡିଭିଜନ ରେ ମଧ୍ୟ ମୁଖୀଗୁଡା ର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ମେକାନିକଲ ଡିଭିଜନ ରେ ମଧ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ ନିର୍ବାହୀଯନ୍ତ୍ରୀ ଦାୟିତ୍ୱ ରେ ଅଛନ୍ତି। ଖାଲି ଏତିକି ରେ ସୀମିତ ନୁହେଁ ପୁନର୍ବାସ ଥଇଥାନ ବିଭାଗ ନିଜ ପରିଚୟ ପାଇଁ ସଂଘର୍ଷ କରୁଛି କାରଣ ପୁନର୍ଗଠନ ବେଳେ ଏହି ବିଭାଗ କାହା ଅଧୀନରେ ରହିବ ଉଲ୍ଲେଖ ନ ଥିଲା। ଏଣୁ ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟ କର୍ମଚାରୀ ଙ୍କ ବେତନ ମାର୍ଚ୍ଚ ମାସରୁ ମିଳୁ ନଥିଲା, ଅନ୍ୟ ଆଦେଶ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟ କର୍ମଚାରୀଙ୍କ ଦରମା ଓଡିଶା ଜଳ ବିଦ୍ୟୁତ ନିଗମ ରୁ ଦିଆଯାଉ ବୋଲି ଜଳ ସମ୍ପଦ ବିଭାଗ ରୁ ନିର୍ଦେଶ ଆସିବା ପରେ ନିଗମ ଅର୍ଥ ଦେବାକୁ ରାଜି ଥିବା ସତ୍ତ୍ୱେ ଜନୈକ ଅଧିକାରୀ ଙ୍କ ଟାଳଟୁଳ ନୀତି ଯୋଗୁଁ ଚାରି ମାସ ର ଦରମା ପାଇ ନଥିଲେ। ଦୁଇ ମାସର ଦରମା ମିଳିଥିବା ସୂତ୍ରରୁ ପ୍ରକାଶ। ସମସ୍ତ ଡିଭିଜନ ରେ ଚାରି ରୁ ପାଞ୍ଚ ଅମଲା ଶ୍ରେଣୀୟ ପଦବୀ ଖାଲି ରହିଛି। ଏଥିପାଇଁ ବିଦ୍ୟାଳୟ ଓ ମେଡ଼ିକାଲ ପରିଚାଳନା ଯଥାକ୍ରମେ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ ନ କରି ଝୁଲିରହିଛି। ସତରେ ଭୁଲି ଯାଇଛି ଇନ୍ଦ୍ରାବତୀ ରେ କିଛି କାର୍ଯ୍ୟାଳୟ ଅଛି ସେଠାରେ ଅଧିକାରୀ ଓ କର୍ମଚାରୀ ଆବଶ୍ୟକ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସେକ୍ଟର ୧୯ ଥାନାରେ ଶାନ୍ତି ବୈଠକ ଅନୁଷ୍ଠିତ 

masiha

କଥା ଦେଇଥିଲେ କଥା ରଖିଲେ ୫ ଟି ସଚିବ ଭି କେ ପାଣ୍ଡିଆନ! ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟାକୁ ସରକାରଙ୍କ ସ୍ଵିକୃତି

Sunil Chandra Nayak

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

Sunil Chandra Nayak

Leave a Comment

error: Content is protected !!