ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଦିନର ସ୍ୱପ୍ନ ସାର୍ଥକ ହେଲା, ଜୁନାଗଡ ଠାରେ ଆମ୍ବେଦକର ଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୁନାଗଡ଼,୧୭/୭( ମ ନି ସ)ଜୁନାଗଡ ସହର ର ନୂଆ ବସ ଷ୍ଟାଣ୍ଡ ଠାରେ ବାବା ସାହେବ ଡାଃ ବି ଆର୍ ଆମ୍ବେଦକର ଙ୍କ ଭବ୍ୟ ପ୍ରତିମୂର୍ତ୍ତି ଜୁନାଗଡ ବିଧାୟକ୍ ଦିବ୍ୟ ଶଙ୍କର ମିଶ୍ର ଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି l ଜୁନାଗଡ ବହୁଜନ ସଂଗ୍ରାମ ସମିତି ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟ କ୍ରମ ରେ କଳାହାଣ୍ଡି କୋଣ ଅନୁକୋଣ ରୁ ହଜାର ହଜାର ଆମ୍ବେଦକର ପ୍ରେମୀ ଓ ଅନୁଗାମୀ ଏକତ୍ରିତ ହୋଇଥିଲେ l ପ୍ରଥମେ ହିଞ୍ଜିଳି ବାହଲି ଛକ ରୁ ଜିଲ୍ଲା ର ବିଭିନ୍ନ ସ୍ଥାନ ରୁ ଆସିଥିବା ଆମ୍ବେଦକର ପ୍ରେମୀ ଏକତ୍ରୀତ ହୋଇ ସେଠାରୁ ବିଭିନ୍ନ ପାରମ୍ପାରିକ ବାଜା ବଜନା ଓ ପାରମ୍ପରିକ ବେଶ ଭୂଷl ରେ ସଜ୍ଜିତ ହୋଇ ଜୟ ଭିମ ନରା ଦେଇ ବିଶାଲ ଶୋଭାଯାତ୍ରା ବାହାରିଥିଲା l ଏହି ଶୋଭାଯାତ୍ରା ସହର ର ଓରିଅନ୍ ଚକ ପୁରୁଣା ବସ ଷ୍ଟାଣ୍ଡ କଲମପୁର ଚକ ହୋଇ ନୂଆ ବସ ଷ୍ଟାଣ୍ଡ ଠାରେ ପହଂଚି ଥିଲା l ଏହି ଶୋଭାଯାତ୍ରାରେ ଜୁନାଗଡ ବିଧାୟକ୍ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସଙ୍ଘଟନ ର କର୍ମ କର୍ତ୍ତା ଓ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ବିଭିନ୍ନ ସଂଗଠନ ର କର୍ମ କର୍ତ୍ତା ସାମିଲ ହୋଇଥିଲେ l ପରେ ନୂଆ ବସ ଷ୍ଟାଣ୍ଡ ରେ ଥିବା ଭାରତ୍ ରତ୍ନ ଡାଃ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ମାନ୍ୟବର ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଦ୍ଵାରା ଉନ୍ମୋଚନ ହୋଇଥିଲା l ପରେ ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ ଜାଲ ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ୍ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ବକ୍ତା ଭାବେ ବରିଷ୍ଟ ପ୍ରାଶାସନିକ ଅଧିକାରୀ ଦୟାନିଧି ବାଗ ସମାନିତ ଅତିଥି ଭାବେ ସିଡୁଲ କାଷ୍ଟ ଫିଡେରାସନ ର ଜିଲ୍ଲା ସଭାପତି ଶ୍ରୀ ବତ୍ସ ତାଣ୍ଡି ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର୍ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଧର୍ମଗଡ଼ ଉପଖଣ୍ଡ ସିଡୁଲ କlଷ୍ଟ ସଭାପତି ବିରଞ୍ଚି ଜାଲ ପଣ୍ଡରା ମାଳି ଯୁବ ବାହିନୀ ସଭାପତି ଦୂର୍ଗା ନାୟକ ଜିଲ୍ଲା ସଂଗଠକ ଯୋଗେଶ୍ଵର ସାଗର କୁବେର ସାମାଜ ସଭାପତି ଉଧବ ସାହୁ ଆଦିବାସୀ ସଂଘ ସଭାପତି ମୋହନ ଲାଲ ଭୋଇ ଗଣ୍ଡ ସାମାଜ ସଭାପତି ଦୁର୍ଯ୍ୟୋଧନ ମାଝୀ, ମାରୱାଡି ସଂଘ ସଭାପତି ଚମ୍ପକ ଅଗ୍ରୱାଲ ପ୍ରମୂଖ ମଞ୍ଚାସୀନ ହୋଇ ବାବା ସାହେବ ଙ୍କ ସ୍ମୃତି ଚାରଣ କରିବା ସହ ଆଗାମୀ ଦିନ ରେ ସାମାଜିକ ସମାନ୍ତରାଳ ଆଣି କଳାହାଣ୍ଡି କୁ ଏକ ଭାଇ ଚାରା ଓ ବିକାଶ ଶୀଲ ଜିଲ୍ଲା ରେ ପରିଣତ କରିବା ପାଇଁ ଆହ୍ଵାନ କରିଥିଲେ l ଏହି କାର୍ଯ୍ୟ କ୍ରମ କୁ ଉଗ୍ରେସନ କନ୍ଦପାନ ଓ ସଂଗଠନ ର ସମ୍ପାଦକ ଚିତ୍ତରଞ୍ଜନ ନିଆଲ ସଭା ପରିଚାଳନା କରିଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ର ମୁଖ୍ୟ ଉପଦେଷ୍ଟା ନରେନ୍ଦ୍ର କ୍ଷିତି l ଏହି କାର୍ଯ୍ୟ କ୍ରମ ରେ ସଂଗଠନ ର ମୀନୁ କନ୍ଦପାନ, ନିଲୁ ମାଝୀ, ସୁସାନ୍ତ ନାଇକ୍, ଧରଣୀ ଭୋଇ, ଶରତ ଶବର, ଅଞ୍ଜନ କ୍ଷିତି, ରତନ ଧାଙ୍ଗଡାମାଝି, ରିଷି କ୍ଷିତି, ରବି ସୁନାନି ପ୍ରମୂଖ କର୍ମ କର୍ତ୍ତା ସକ୍ରିୟ ସହୋଯାଗ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମୋଟରସାଇକେଲ ଦୁର୍ଘଟଣା ୧ ମୃତ, ୨ ଆହତ 

Sunil Chandra Nayak

ଢେ଼ଙ୍କାନାଳରେ ପାଳିତ ହେଲା ବିଶ୍ୱନାଟ୍ୟ ଦିବସ ପଦଯାତ୍ରା 

Sunil Chandra Nayak

ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ ଅନୁଷ୍ଠିତ

masiha

Leave a Comment

error: Content is protected !!