ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୬ ତମ ବାର୍ଷିକ ଉତ୍ସବ ପାଳିତ 

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୬ ତମ ବାର୍ଷିକ ଉତ୍ସବ ପାଳିତ 

ଜୁନାଗଡ଼, ୨୫/୧୨ (ମ ନି ସ) ଜୁନାଗଡ଼ ସରସ୍ବତୀ ଶିଶୁ ବିଦ୍ୟlମନ୍ଦିର ର ୩୬ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି l ମୁଖ୍ୟଅତିଥି ଭାବେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ କର କମଳ ରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା l ଏହି ଉତ୍ସବ ରେ ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପୂଝରୀ, ଉପ ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ ମୁଣ୍ଡ, ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ କୁମାର ମୁଣ୍ଡ ସହ ସମ୍ପାଦକ ଶ୍ରୀଯୁକ୍ତ ମନୋଜ ନାୟକ ଓ ସାହିତ୍ୟିକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମୁଣ୍ଡ ,ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ରବଣ କୁମାର ସାହୁ ଅଧକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବ ରେ ପ୍ରାୟ ୨୭୮ଜଣ ଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଥିବା ବେଳେ ହଜାର ହଜାର ଦର୍ଶକ ଓ ଅଭିଭାବକ ଉପସ୍ଥିତ ଥିଲେ l ଘୋଡାନାଚ, ବଜାଶାଲ, ଲୋକନୃତ୍ୟ ଓ ଯୋଗାସନ ଏହି ଏହି ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା l ହେମନ୍ତ କୁମାର ପ୍ରଧାନୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଉଦିତ କୁମାର ବେହେରା ଅତିଥି ଙ୍କ ପରିଚୟ ଓ ଉମାକାନ୍ତ ଗୁରୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ୫୯୮ ଜଣ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ପରିଚାଳନା କମିଟି କୋଷାଧକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସିଂ ଧନ୍ୟବାଦ ଅର୍ପଣ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଆଂବେଦକରବାଦ ଏକ ଉଚ୍ଚତମ ଆଦର୍ଶ: ବିକାଶ ଓ ପୂଜ୍ୟ ପୂଜା ସମିତି ସମ୍ବିଧାନର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ଵାନ 

Sunil Chandra Nayak

ଜ୍ଞାନାଲୋକ ଟ୍ରଷ୍ଟର ବାର୍ଷିକ ବୈଠକ ଏବଂ ପୁରସ୍କାର ବିତରଣ ସମାରୋହ 2025 ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ 

masiha

Leave a Comment

error: Content is protected !!