ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ପାଳିତ

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ପାଳିତ

ରାୟଗଡ ୨୨.୪.୨୫ // ରାୟଗଡ: ସ୍ଥାନୀୟ ବାଲୁଙ୍କେଶ୍ୱର ଶିବ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଶ୍ରୀ ଦୟାନନ୍ଦ ଖାଡଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥିଭାବେ ରାୟଗଡ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ମହେଶ ପଟ୍ଟନାୟକ ଯୋଗଦେଇଥିବା ବେଳେ ପୌର ପରିଷଦର କାଉନସିଲର ଶ୍ରୀ ସନ୍ତୋଷ ଦଳାଇ, ଗୋପୀ ଗଉଡ଼ ଓ ସୁକାନ୍ତ ପରିଡା ପ୍ରମୁଖ ଯୋଗଦେଇ ରାୟଗଡ ସଦର ମହକୁମାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପ୍ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତୃତୀୟ ବର୍ଷ ପୂର୍ତ୍ତି ମଧ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଆସୁଛି ସେଥିରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଓ ଏହାର ଉନ୍ନତି ପାଇଁ ବିଭିନ୍ନ ସମୟରେ ରାୟଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି, ଖାତା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ସଚେତନ କରିବା ପାଇଁ ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ସଙ୍ଘର ସମସ୍ତ ସଦସ୍ୟ l ଏହାସହ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ରାୟଗଡ ବ୍ଲକ ସ୍ଥିତ ହାଲୁଆ ଗ୍ରାମରେ ବସବାସ କରୁଥିବା ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଛି l ବର୍ତ୍ତମାନ ସମାଜରେ ଅପରାଧିକ ଓ ଅସାମାଜିକ କାର୍ଯ୍ୟକ୍ରମର ମୂଖ୍ୟ ସମସ୍ୟା ହେଉଚି ନିଶା ସେବନ ଏହାକୁ ଦୃଷ୍ଟିରେ ରଖି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ରାୟଗଡ ବ୍ଲକ ଅଧୀନରେ ଥିବା ହାଲୁଆ ଗ୍ରାମପଂଚାୟତର ସମସ୍ତ ଗ୍ରାମରେ ନିଶା ନିବାରଣ ସ୍ଲୋଗାନରେ ଏକ ସଚେତନତା ରଥ ମାଧ୍ୟ୍ୟମରେ ନିଶା ସେବନରୁ ଦୁରେଇ ରହିବା ପାଇଁ ବାର୍ତ୍ତା ପହଞ୍ଚେଇବା ସହ ଉକ୍ତ ଗ୍ରାମ ମାନଙ୍କରେ ସଭା କରି ନିଜକୁ ନିଶା ସେବନରୁ ଦୁରେଇ ରହି ଏକ ନିଶାମୁକ୍ତ ସମାଜ ଗଠନ କରିବା ନେଇ ସଚେତନତା ସୃଷ୍ଟି କରିଛି l ପରିବେଶର ସୁରକ୍ଷା ଓ ସନ୍ତୁଳିତ ରଖିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ସଦର ମହକୁମା ତଥା ଏହାର ନିକଟ ବର୍ତ୍ତୀ ଅଞ୍ଚଳ ମାନଙ୍କରେ ବୃକ୍ଷଚାରା ରୋପଣ କରିବା ସହ ଏହାର ଯତ୍ନ ନେଇଛନ୍ତି ସଙ୍ଘର ସମସ୍ତ ସଦସ୍ୟ ଓ “ପରିବେଶର ସୁରକ୍ଷା ଏବଂ ପ୍ଲାଷ୍ଟିକ ବର୍ଜନ” ଶୀର୍ଷକରେ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରି କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି l ଏହାସହ ଜିଲ୍ଲା ତଥା ରାଜ୍ୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମୌଳିକ ସମସ୍ୟା ଓ ସାମ୍ବାଦିକଙ୍କ ସୁରକ୍ଷା ଏବଂ ଅନେକ ଦାବୀ ନେଇ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରୁଚି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ l ଉକ୍ତ ପ୍ରତିଷ୍ଠା ଦିବସରେ ନିମନ୍ତ୍ରିତ ସମସ୍ତ ଅତିଥି କରାଯାଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଉତ୍ତରତର କାମନା କରିଛନ୍ତ l ଏହାସହ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ବିଦ୍ୟୁତ କୋଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ୍ୟରେ ପରିବେଶର ସୁରକ୍ଷା ନିମନ୍ତେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇଥିବା ବେଳେ ଏଥିରେ ସୁଜିତା ୱାଡାକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନନ୍ଦ ବିଡ଼ିକା ଦ୍ୱିତୀୟ, ପ୍ରତ୍ୟୁଷା ରାଉଳ ଓ ଈପସିବା ବେନିଆ ମିଳିତ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଉକ୍ତ ପ୍ରତିଯୋଗିତା କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା l ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶ ସୁଆଳସିଙ୍ଗ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ସ୍ଥାନୀୟ ବାଲୁଙ୍କେଶ୍ୱର ଶିବ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ ଓ ପ୍ରସାଦ ସେବନର ଆୟୋଜନ କରାଯାଇଥିବା ବେଳେ ଏଥିରେ ସମସ୍ତ ନିମନ୍ତ୍ରିତ ଅତିଥି ଯୋଗଦେଇ ପ୍ରସାଦ ସେବନ କରିଥିଲେ l ଏହିଅବସରରେ ସଙ୍ଘର ଆଇନ ପରାମର୍ଶଦାତା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଅତିଥୀ ଭାବେ ଜଗନ୍ନାଥ ପ୍ରସାଦ ରାୟଗୁରୁ ଏବଂ ସଙ୍ଘର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀ ସନ୍ତୋଷ ଲମତା, ମଣ୍ଟୁ ଦଣ୍ଡସେନା, ହରି ନାରାୟଣ ଦାଶ, କେ. କ୍ରିଷ୍ଣାମୂର୍ତ୍ତି, ଦୀପକ ପଣ୍ଡା ,ଶ୍ରବଣ କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶୁଣ୍ଢି ସମାଜ ର କୁଳପତି ହେଲେ ପୂର୍ବ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା

masiha

କଳାହାଣ୍ଡି ଲୋକମହୋତ୍ସବ ଘୁମୁରା ର ମୂଲ୍ୟ ବୋଧ ହଜିଯାଉଥିବାର ସାମାଜିକ ଗଣମାଧ୍ୟମ ରେ ଚର୍ଚା 

Sunil Chandra Nayak

A Blood Donor Hero Social Worker Er.Bipra Ranjan

masiha

Leave a Comment

error: Content is protected !!