ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ପରିସରରେ ଅତ୍ୟାଧୁନିକ ଭିଡିଓ କନଫେରେନ୍ସ ହଲ ଉଦଘାଟିତ

ମୟୂରଭଞ୍ଜ – ୭/୭ ( ମସିହା) ରାଇରଙ୍ଗପୁର ସମିତି କାର୍ଯ୍ୟାଳୟ ପରିସରରେ ଆଜି ଏକ ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ଭିଡିଓକନଫେରେନ୍ସ ହଲ ବିଡ଼ିଓ ସାଗର‌ ମୁର୍ମୁଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି ।ଏକ ପୁରୁଣା ପରିତ୍ୟକ୍ତ ଗୃହକୁ ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ଉଦ୍ୟମ କରି ଗୃହର ନବ କଳେବର କରିଥିଲେ । ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ସବୁକିଛି ଡିଜିଟାଲ ଏବଂ ଭିଡିଓ କନଫରେନ୍ସ ମାଧ୍ଯମରେ ସରକାରୀ କାର୍ଯ୍ୟ ପରିଚାଳନା କରାଯାଉଛି ।ସେ ସବୁ ଦୃଷ୍ଟିକୁ ଆଖିରେ ରଖି ବ୍ଳକ ଅଧ୍ୟକ୍ଷ ଭିଡ଼ିଓ କନଫରେନ୍ସ ହଲ୍ ପୁନରୁଦ୍ଧାର କରିବା ସହ ନବ କଳେବର ରୂପ ଦେଇଥିଲେ ।

ନୂତନ ଭିଡିଓ କନଫରେନ୍ସ ହଲ ପାଇ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ , ଜନପ୍ରତିନିଧି ମାନେ ଖୁସି ହେବା ସହ ବ୍ଳକ ଅଧ୍ୟକ୍ଷ ଜ୍ଞାନ ବାବୁଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଶ୍ବ ହକି କପ୍ ଟ୍ରଫି କୁ କାମାକ୍ଷାନଗର ରେ ଭବ୍ୟ ସ୍ବାଗତ

Sunil Chandra Nayak

ଗୀତି କବିତା ସାହିତ୍ୟ ଜଗତର ମୂଳାଧାର  ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର 

masiha

ଲାଠିକଟା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!