ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କେବେ ?

ଜୁନାଗଡ଼ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କେବେ ?

ଜୁନାଗଡ଼ ୨୭/୧୧ ( ମନୀସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଦିନକୁ ଦିନ ଜନଗହଳି ବଢ଼ିବାରେ ଲାଗିଛି ।ଜିଲ୍ଲାର ସର୍ବପୁରାତନ ଏହି ସହର ଦେଇ ଜାତୀୟ ଦୁଇ ଗୋଟି ଜାତୀୟ ରାଜପଥ ଯାଇଥିବାରୁ ଏହି ରାସ୍ତାରେ ସୁଦୂର ରାୟପୁର ,ବିଶାଖାପାଟଣା ଓ ଭୁବନେଶ୍ୱର କୁ ଦୈନିକ ଶହ ଶହ ଯାନବାହନ ଯାତାୟାତ କରିଥାଏ ।ସହର ମଧ୍ୟ ଦେଇ ଯାଇଥିବା ରାଜରାସ୍ତାରେ ଶହ ଶହ ଯାନବାହନ ଚଳାଚଳ କରୁଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସାଧାରଣ ଘଟଣା ହେଲାଣି । ସହରରେ ପରିବହନ ବିଭାଗ ଦ୍ଵାରା ନିର୍ମିତ ବସଷ୍ଟାଣ୍ଡ ଆବଶ୍ୟକତା ମେଂଟେଇବା ସହଜ ହେଉ ନାହିଁ । ପୁରୁଣା ବସଷ୍ଟାଣ୍ଡ ଅର୍ଥାତ ଥାନ। ଛକରେ ବସ ଅଟକିଲେ ଲୋକେ ବହୁ ହନ୍ତସନ୍ତ ହେଉଛନ୍ତି ।ଛାତ୍ରଛାତ୍ରୀ ଙ୍କ ସ୍କୁଲ ଯିବା ଓ ଆସିବା ସମୟରେ ପିକ ପିରିୟଡ଼ରେ ସମସ୍ୟା ଦ୍ୱିଗୁଣିତ ହେଉଛି ।ଏପଟେ ନିର୍ମାଣ ହୋଇ ଉଦଘାଟନ କୁ ଅନାଇ ବସିଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନିର୍ମିତ ନୂତନ ବସଷ୍ଟାଣ୍ଡ କେବେ କାର୍ଯ୍ୟରେ ଲାଗିବ ତାହାକୁ ନେଇ ଳୋକେ ଅସହଜ ହେଲେଣି ।ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ଯାତ୍ରୀମାନେ ସହଜ ଏବଂ ସୁବିଧା ହୋଇ ପାରନ୍ତା ମାତ୍ର ଏଯାଏଁ କାର୍ଯ୍ୟକ୍ଷମ ନ ହେବାରୁ ନିର୍ମାଣ ହୋଇ ପଡି ରହିଛି ।ଏହି ନୂତନ ବସଷ୍ଟାଣ୍ଡ କେବେ କାର୍ଯ୍ୟକ୍ଷମ ହେବ ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏଲେକ୍ଟ୍ରିଫିକେସନପାଇଁ ଏହା ଅଟକିଛି ଅତିଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସହଜ ଉତ୍ତର ରଖିଥିଲେ। ହେଲେ ଦିନପରେ ଦିନ ଗଡ଼ି ଯାଉଛି ହେଲେ ଏଲେକ୍ଟ୍ରିଫିକେସନ ହୋଇ ପାରୁନି ଯାହା ଫଳରେ ଏହା କେବେ କାର୍ଯ୍ୟକ୍ଷମହେବ ଏହା ସ୍ପଷ୍ଟ ହୋଇ ପାରୁନି ।ଏଥିନେଇ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି। 

ଜୁନାଗଡ଼ ରୁ  ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସୁନାମଧନ୍ୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ସ୍ବରୂପ ଚନ୍ଦ୍ର ନନ୍ଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

Sunil Chandra Nayak

ରାଇରଙ୍ଗପୁର ଡଃ ହରେକୃଷ୍ନ ମହତାଵ ଭବନ ପରିସରରେ ଜାତୀୟ ଇଞ୍ଜିନିୟରିଂ ଦିବସ ମହାସମାରୋହରେ ପାଳିତ; ଦେଶରେ ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଅବର୍ଣନନୀୟ

Sunil Chandra Nayak

World Population day was observed by the Institution of Engineers, India

Sunil Chandra Nayak

Leave a Comment

error: Content is protected !!