ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ବିରଜା ପୀଠରେ ୧୨ ପର୍ଯ୍ଯାୟ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

ମା’ ବିରଜା ପୀଠରେ ୧୨ ପର୍ଯ୍ଯାୟ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

ବାଲେଶ୍ଵର,୧୪/୧୨/୨୪ – ସମାଜସେବା ଲକ୍ଷ୍ୟ ନେଇ ଆଗେଇ ଚାଲିଛି ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢ଼ି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ । ସାହିତ୍ୟ, ସମ୍ବାଦ ଓ ସମାଜସେବା ଉକ୍ତ ଅନୁଷ୍ଠାନର ମୂଳ ଲକ୍ଷ୍ୟ । ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ପ୍ରତିଷ୍ଠାତା ନରେନ୍ଦ୍ର ପ୍ରସାଦ ବେହେରାଙ୍କର ଗୋଟିଏ ଲକ୍ଷ୍ୟ ସମାଜସେବା । ଏହି ସେବା ମାଧ୍ୟମରେ ଗରିବ, ଅସହାୟ, ନିରାଶ୍ରୟ, ବାର୍ଦ୍ଧକ୍ୟ, ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ମାନଙ୍କ ନିକଟରେ ପହଞ୍ଚିବା ଏବଂ ନିଜର ତଥା ଅନୁଷ୍ଠାନର ସକ୍ଷମ ଅନୁସାରେ କିଛି ସାହାଯ୍ୟ ସହଯୋଗ କରିବା । ପ୍ରତ୍ୟେକ ବର୍ଷ ଅକ୍ଟୋବର ଠାରୁ ଅନୁଷ୍ଠାନ ଗରିବ, ଅସହାୟ, ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ, ଏଡସ୍, କୁଷ୍ଠରୋଗୀ ମାନଙ୍କୁ ଶୀତ ବସ୍ତ୍ର ଅର୍ଥାତ କମ୍ବଳ ପ୍ରଦାନ କରିଥାଏ । ଏ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନ ଓ ଦେବାଦେବୀ ପୀଠରେ କମ୍ବଳ ବଣ୍ଟନ ଜାରି ରଖିଛି ମୋ ଅନୁଷ୍ଠାନ । ଆଜି ଅର୍ଥାତ ତା ୧୪/୧୨/୨୦୨୪ ରିଖ ଥିଲା ଅନୁଷ୍ଠାନର ୧୨ ପର୍ଯ୍ଯାୟ କମ୍ବଳ ବଣ୍ଟନ ଯାହା ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ପୀଠରେ ବଣ୍ଟନ କରିଛି ମୋ ଅନୁଷ୍ଠାନ । ମା’ ଙ୍କ ସିଂହ ଦ୍ବାର ସମ୍ମୁଖରେ ବସି ଭିକ୍ଷା ବୃତ୍ତି କରୁଥିବା ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ସହଯୋଗ କରିଥିଲେ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାଶ । ସ୍ଥାନୀୟ ସାମ୍ବାଦିକ ବିଜୟ ସାହୁ ଓ ହିମାଂଶୁ ପାଢ଼ୀ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ଆଗାମୀ ଦିନରେ ଯାଜପୁର ଜିଲ୍ଲାର ଆହୁରି କେତେକ ଧାର୍ମିକ ପୀଠରେ କମ୍ବଳ ବଣ୍ଟନ ହେବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

5 ଟି ସଚିବଙ୍କ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବଜାର ବ୍ରାଞ୍ଚ ପୋଷ୍ଟ ଅଫିସ୍ ଉଦଘାଟନ କଲେ ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ

Leave a Comment

error: Content is protected !!