ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭ ଓ ପାର୍କ ର ଉନ୍ନତିକରଣ ନିମନ୍ତେ ବୈଠକ:ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବ 

ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭ ଓ ପାର୍କ ର ଉନ୍ନତିକରଣ ନିମନ୍ତେ ବୈଠକ:ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବ 

ନବରଙ୍ଗପୁର:( ତା ୫/୫/୨୦୨୫)(ରବି ନାରାୟଣ ମହାନ୍ତି) ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଠାରେ ଦେଶ ପାଇଁ ସହିଦ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହିଦ ସ୍ମୃତି ପାର୍କ ନିର୍ମାଣ ବାବଦକୁ ୬ କୋଟି ଟଙ୍କା ଅନୁମୋଦନ ହୋଇଯାଇଅଛି ।ଏହି ସହିଦ ସ୍ମୃତି ପାର୍କ ର ନିର୍ମାଣ ଓ ଉନ୍ନତିକରଣ ନିମନ୍ତେ କିଭଳି ରୂପରେଖ ତିଆରି ହେବ ଏବଂ ଏ ସମ୍ବନ୍ଧୀୟ ସର୍ବ ସମ୍ମତି କ୍ରମେ ପଦକ୍ଷେପ ପ୍ରସ୍ତାବ ଗ୍ରହଣ ପାଇଁ ଆଜି ପାପଡ଼ାହାଣ୍ଡି ପଂଚାୟତ ସମିତି ସମ୍ମିଳନୀ ଗୃହରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଡାବୁଗାଁ ମନୋହର ରାନ୍ଧାରୀ , ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ପୂର୍ବତନ ଲୋକସଭା ସଦସ୍ୟ ପର୍ଶୁରାମ ମାଝୀ, ପଂଚାୟତ ସମିତି ଅଧ୍ୟକ୍ଷା ହେମଲତା ମାଝୀ,ଆଦିବାସୀ ସହିଦ ସ୍ମୃତି କେନ୍ଦ୍ର ସଭାପତି ମୁନା ତ୍ରିପାଠୀ,ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିଲେ।ପ୍ରଥମେ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ସମସ୍ତଙ୍କୁ ସ୍ବାଗତ କରିବାସହ ସହିଦ ସ୍ମୃତି ପାର୍କ ନିର୍ମାଣ ରୂପରେଖ ରେ ସମସ୍ତଙ୍କ ମତାମତ ଲୋଡ଼ିବା ସହ ପି ପି ଟି ମାଧ୍ୟମରେ ସହିଦ ପାର୍କ ରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ରଖିବା ଉପରେ ବିଶେଷ ଧାରଣା ଦେଇଥିଲେ। ସର୍ବ ସମ୍ମତି କ୍ରମେ ସହିଦ ସ୍ମୃତି ପାର୍କ ପାଇଁ ନବରଙ୍ଗପୁର ଉମରକୋଟ ରାସ୍ତା ରେ ୫ ଏକର ଜାଗା ଚିହ୍ନଟ କରାଯିବ। ସହିଦ ସଂଗ୍ରାମୀ ଙ୍କ ନାମ ସ୍ମୃତି ସ୍ତମ୍ଭ ରେ ସ୍ଥାପନ କରାଯିବ।ଏକ କମିଟି ଗଠନ କରାଯାଇ ସେଥିରେ ସହିଦ ପରିବାରଙ୍କ ଦାୟଦ, ଜନ ପ୍ରତିନିଧି, ସହରର ବୁଦ୍ଧିଜୀବୀ ,ଏ ସମ୍ବନ୍ଧୀୟ ଗବେଷଣା ନିବନ୍ଧ ରେ ସଂପୃକ୍ତ ବ୍ୟକ୍ତିବିଶେଷ, ପ୍ରଶାସନିକ ଅଧିକାରୀଙ୍କୁ ସାମିଲ କରାଯିବ।ସହିଦ ସ୍ମୃତି ପାର୍କ ରେ ଏନ୍ଟ୍ରାନ୍ସ ଗେଟ,ଷ୍ଟେଚୁ ଏରିଆ, ୱାଟର ଫାଉନଟେନ୍ , ପାର୍କ,ଶିଶୁ ଉଦ୍ୟାନ,ପାଠାଗାର,ଶୌଚାଳୟ, ସିଟିଂ ଏରିଆ, ପାର୍ଥନା ସ୍ଥଳ,ସାଂସ୍କୃତିକ ଉତ୍ସବ ସ୍ଥଳ, ଭିଜୁଆଲ ଗ୍ୟାଲେରୀ ଓ ଅନ୍ୟାନ୍ୟ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ପ୍ରସ୍ତାବ ଗ୍ରହଣ କରାଗଲା। ବୈଠକରେ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ବକ୍ତବ୍ୟରେ ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ବ ନବରଙ୍ଗପୁର ଜିଲ୍ଲାର ଗୌରବର ଗାଥା ବହନ କରୁଥିବାରୁ ଏହାକୁ ଏକ ଭବ୍ୟ ଭାବରେ ନିର୍ମାଣ କରାଯାଇ ଦେଶର ଏକ ଐତିହାସିକ ସ୍ଥାନ ଭାବେ ପ୍ରତିଷ୍ଠା କରାଯିବାକୁ ଗୁରୁତ୍ଵାରୋପ ଏବଂ ଯଥାଶୀଘ୍ର ୫ ଏକର ଜାଗା ଚିହ୍ନଟ କରି କାମ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ।ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ ନିଜ ବକ୍ତବ୍ୟରେ ଏହି ସହିଦ ସ୍ମୃତି ପାର୍କ ନିର୍ମାଣ ହୋଇ ବିଶେଷ ପ୍ରଚାର ପ୍ରସାର ହେଲେ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି ହେବ ଏବଂ ଏ ମାଟିର ବୀରସନ୍ତାନ ଙ୍କ ବଳିଦାନକୁ ସମସ୍ତେ ଅବଗତ ହେବେ। ଟୁରି ନଦୀ କୂଳରେ ତିଳ ତର୍ପଣ ସ୍ଥାନର ବିଶେଷ ଉନ୍ନତି କରିବାକୁ ବିଧାୟକ ଶ୍ରୀ ମାଝୀ କହିଥିଲେ।ସଭାରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା,ବି ଡି ଓ ମନୋଜ କୁମାର ପାଣିଗ୍ରାହୀ,ସହିଦ ସ୍ମୃତି କମିଟି ସଭ୍ୟ ,ସ୍ଵାଧୀନତା ସଂଗ୍ରାମୀ ଦାୟଦ, ଉଦ୍ଧବ ପ୍ରଧାନୀ, ଟଙ୍କଧର ଗଉଡ, ସିରା ଜୁଧିଁନ୍ ଅହମଦ,ବିଶେଷ ଗବେଷକ ଡ ବିଜୟ ମିଶ୍ର, ସ୍ଵାଧୀନ ପଟ୍ଟନାୟକ, ଏସ ଇ ଆର୍ ଏଣ୍ଡ ବି କ୍ଷିରୋଧର କନ୍ଧପାଣ , ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଡି ସି ଓ ଘାଷିଆ ହରିଜନ ଙ୍କ ସମେତ ସହର ର ବିଶିଷ୍ଟ ବ୍ୟକ୍ତି, ପଂଚାୟତ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ମୁନା ତ୍ରିପାଠୀ ସମସ୍ତଙ୍କ ମିଳିତ ସହଯୋଗ କାମନା କରି ଧନ୍ୟବାଦ୍ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଦାମପାହାଡ ଥାନା ପକ୍ଷରୁ ଜଳ ଛତ୍ର ଆରମ୍ଭ

Sunil Chandra Nayak

ଭିନ୍ନକ୍ଷମ ଙ୍କ ଆଶ୍ରୟ ସ୍ଥଳୀ ଅପନା ଘରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

Sunil Chandra Nayak

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ବିଶିଷ୍ଟ ଶିଳ୍ପପତି ଙ୍କ ବିୟୋଗ

masiha

Leave a Comment

error: Content is protected !!