ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଗାଁ ଗ୍ରା.ପ ରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

କେଗାଁ ଗ୍ରା.ପ ରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ଗୋଲାମୁଣ୍ଡା,୦୫|୦୫(ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଗ୍ରାମପଞ୍ଚାୟତଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ସହକାରି ଯନ୍ତ୍ରୀ ପର୍ଶୁରାମ ନାୟକ, ଏବିଇଓ ଲବଣି ନାଏକ, ରାଜସ୍ବ ନୀରିକ୍ଷକ ଶୋଭା କିଶୋର ମଲ୍ଳିକ,ସରପଞ୍ଚ ଆମୃତା ବଛା, ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ରିତାରାଣୀ କିଶାନ,କନିଷ୍ଠ କିରାଣୀ ନନ୍ଦିନୀ ଶବର , ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ନାଏକ, ଆଇସିଡ଼ିଏସ ମହିଳା ପରିଦର୍ଶିକା ଶାନ୍ତିଲତା ମଙ୍ଗରାଜ,ପିଇଓ ଶୁଭାଶିଷ ନାଏକ , ଜିଆରଏସ ଯୁଗେଶ୍ୱର ଚଣ୍ଡୀଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶିବିର ରେ ସମୁଦାୟ ୧୩୫ ଜଣ ନିଜ ନିଜ ଅଭିଯୋଗ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ୨୮ଜଣଙ୍କ ସମସ୍ୟା ର ସମାଧାନ ତୁରନ୍ତ ସମାଧାନ କରାଯାଇଥିଲା । ଅଭିଯୋଗ ମଧ୍ୟରୁ ୧୨ଜଣ କେବଳ ଆବାସ ଯୋଜନା,ମନରେଗା ୩୫,ପିଡିଏସ ବାବଦ କୁ ୨,ପେନସନ ୪୧,ତହସିଲ ସମ୍ବନ୍ଧୀୟ ୧୮,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସମ୍ବନ୍ଧୀୟ ୨ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ୨୫ ଗୋଟି ଅଭିଯୋଗ କରିଥିବା ଜଣାପଡ଼ିଛି । 

ଦାମୋଦର ଦାସ ଙ୍କ ରିପୋର୍ଟ୍ 

 

Related posts

ସଚେତନ ନାଗରିକ ମଞ୍ଚ ର ସଭାପତି ବିମଳ କୁମାର ବିଶିଙ୍କ ମାତୃ ବିୟୋଗ 

Sunil Chandra Nayak

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ , ନୂଆଁଖାଇ ଭେଟଘାଟଏକତାର ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥାଏ ଓ ଜୁହାର ନମ୍ରତା , ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ

masiha

ଶତାୟୁ ବି. ବି. ହାଇସ୍କୁଲ, ଢେଙ୍କାନାଳର ଚଳିତ ବର୍ଷ ଏ ୱାନ ଗ୍ରେଡ୍ ପ୍ରାପ୍ତ ଛାତ୍ରୀ ଛାତ୍ର ରୋଟାରୀ କ୍ଲବ୍ ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!