ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା କାମ ସରିଲା, ହେଲେ ରାସ୍ତା ମଝିରୁ ବାହାରୁଛି ପାଣି ପିଏଚ୍‌ଡି ବିଭାଗର ଅଧିକାରୀଙ୍କ ନଜରରେ ପଡୁନି କି ଏଭଳି ଦୃଶ୍ୟ?

ରାସ୍ତା କାମ ସରିଲା, ହେଲେ ରାସ୍ତା ମଝିରୁ ବାହାରୁଛି ପାଣି

ପିଏଚ୍‌ଡି ବିଭାଗର ଅଧିକାରୀଙ୍କ ନଜରରେ ପଡୁନି କି ଏଭଳି ଦୃଶ୍ୟ?

ନବରଙ୍ଗପୁର:( ୦୪/୦୯/୨୬)(ରବି ନାରାୟଣ ମହାନ୍ତି): ଉମରକୋଟ ସହରରେ ରାସ୍ତା ନିର୍ମାଣ କାମ ସରିଥିଲେ ମଧ୍ୟ ସମସ୍ୟା ପିଛା ଛାଡୁନାହିଁ। ସହରର ମେଡିକାଲ ରୋଡ୍‌ରେ ରାସ୍ତା ମଝିରୁ ପାଣି ବାହାରି ରାସ୍ତା ଉପରେ ଜମି ରହୁଥିବା ଦୃଶ୍ୟ ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ରାସ୍ତା ନିର୍ମାଣ ଆରମ୍ଭରୁ ହିଁ ଏଠାରେ ପାଣି ବାହାରିବା ସମସ୍ୟା ରହିଥିବା ବେଳେ କାମ ସରିବା ପରେ ମଧ୍ୟ ଏହାର ସମାଧାନ ହୋଇନଥିବା ଅଭିଯୋଗ ହେଉଛି।ରାସ୍ତା ମଝିରୁ ପାଣି ବାହାରିବା ଯୋଗୁଁ ନୂଆ ରାସ୍ତାର ଗୁଣବତ୍ତା ଓ ସ୍ଥାୟୀତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦୀର୍ଘଦିନ ଧରି ଏଭଳି ପାଣି ଜମି ରହିଲେ ରାସ୍ତା ନଷ୍ଟ ହେବା ସହ ଯାତାୟାତରେ ମଧ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।କେବଳ ମେଡିକାଲ ରୋଡ୍‌ ନୁହେଁ, ଉମରକୋଟ ପୌର ପରିଷଦର ପ୍ରାୟ ସମସ୍ତ ୱାର୍ଡରେ ରାସ୍ତା ଓ ଜଳ ନିଷ୍କାସନ ସମସ୍ୟା ଦେଖାଦେଉଥିବା ଅଭିଯୋଗ ରହିଛି। କୁସୁମଗୁଡ଼ା ଅଞ୍ଚଳରେ ମଧ୍ୟ ଏଭଳି ଦୃଶ୍ୟ ନଜରକୁ ଆସିଛି। ନିର୍ମାଣ କାମରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ କାମର ଗୁଣବତ୍ତା ଓ ପାଣି ନିଷ୍କାସନ ବ୍ୟବସ୍ଥା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉଛି କି ନାହିଁ, ତାହାକୁ ନେଇ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ରାସ୍ତା ମଝିରୁ ପାଣି ବାହାରୁଥିବା ଏଭଳି ଦୃଶ୍ୟ ପିଏଚ୍‌ଡି ବିଭାଗର ଅଧିକାରୀଙ୍କ ଆଖିରେ ପଡୁନି କି? ନା ଦେଖି ମଧ୍ୟ ନଦେଖିବା ଭଳି ରହୁଛନ୍ତି? ଏଭଳି ପ୍ରଶ୍ନ ଉଠାଇଛନ୍ତି ସହରବାସୀ। ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ପାଣି ବାହାରିବାର ପ୍ରକୃତ କାରଣ ଚିହ୍ନଟ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ନାଗରିକମାନେ ପିଏଚ୍‌ଡି ବିଭାଗ ଓ ପୌର ପ୍ରଶାସନ ନିକଟରେ ଦାବୀ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜି ସି ଡି ହାଇସ୍କୁଲରେ ଭୋଟର ସାକ୍ଷରତା ଅଭିଯାନ

Sunil Chandra Nayak

ବୈଦ ସାହୁ ଙ୍କ ପରଲୋକ 

Sunil Chandra Nayak

ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ପୂରିଲା ଗୋନା ହାଟପଦାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!