ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ପୋଲିସର ବଡ଼ ଧରଣର ସଫଳତା।  ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

କଳାହାଣ୍ଡି ପୋଲିସର ବଡ଼ ଧରଣର ସଫଳତା

 ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ପୋଲିସ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୧୬୦ଟି ଜରି (ପଲିଥିନ) ପ୍ୟାକେଟ୍ ଗଞ୍ଜେଇ ଜବତ କରିଥିଲା। ଯାହାର ମୋଟ ଓଜନ ପ୍ରାୟ ୨୦.୮୦ କୁଇଣ୍ଟାଲ ବୋଲି ଜଣାପଡିଛି। ମିଳିଛି। ଏହି ଘଟଣାରେ ସଂପୃକ୍ତ ଥିବା ଜାମୁଲି ଗ୍ରାମର ଗଲନା ମାଝୀ (୩୫), କିଜୁ ମାଝୀ (୬୨), ଡେଡ୍‌ସୁଲି ଗ୍ରାମର ନାଇବ ହରିଜନ (୨୮) ଓ ଜିମେନ୍ଦ୍ର ହରିଜନ (୫୭)ଙ୍କୁ ପୋଲିସ ଗିରଫ କରିଛି। ଏ ନେଇଁ ମଦନପୁର ରାମପୁର ଥାନାରେ ଏକ ମାମଲା ନଂ( ୨୨୧/୨୦୨୬) ରୁଜୁ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

Sunil Chandra Nayak

FOREST WING OF ODISHA VIGILANCE SEIZES TWO LEOPARD (PANTHERA PARDUS) SKINS. 

masiha

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ 

Leave a Comment

error: Content is protected !!