ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୪୨ କେଜି ଗଞ୍ଜେଇ ଜବତ, ଜଣେ ଅଟକ

 ୪୨ କେଜି ଗଞ୍ଜେଇ ଜବତ, ଜଣେ ଅଟକ

ଦୀର୍ଘଦିନ ପରେ ଚୋରା ଗଞ୍ଜେଇ ଚାଲାଣ ବିରୋଧରେ କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗୁପ୍ତ ସୂଚନା ଆଧାରରେ କେସିଙ୍ଗା-କୁର୍ଲୁପଡ଼ା ନୂତନ ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ପୋଲିସ ପ୍ରାୟ ୪୨ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ଗୁପ୍ତ ସୂଚନା ଆଧାରରେ କେସିଙ୍ଗା ଥାନା ପୋଲିସ କୁର୍ଲୁପଡ଼ାସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପ୍ରାୟ ୪୨ କେଜି ଗଞ୍ଜେଇ ଜବତ କରାଯିବା ସହ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି।

ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଟକ ବ୍ୟକ୍ତିଙ୍କ ପରିଚୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ସେ ମଦନପୁର-ରାମପୁର ଅଞ୍ଚଳର ବୋଲି ସୂଚନା ମିଳିଛି।

ଜବତ ଗଞ୍ଜେଇ କଳାହାଣ୍ଡିରୁ ଅନ୍ୟ ରାଜ୍ୟକୁ ଚାଲାଣ ହେବାକୁ ଥିଲା ବୋଲି ପୋଲିସ ସନ୍ଦେହ କରୁଛି। ଏହି ଚୋରା ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ କେସିଙ୍ଗାର ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲଙ୍କ ସମେତ କେସିଙ୍ଗା ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଶଳା ଭାଉଜକୁ ମାଡ ମାରି ଜ୍ଵାଇଁ ଗିରଫ

Sunil Chandra Nayak

କୁଚେଇଯୋର ଠାରେ ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କଲେ ମାଓବାଦୀ

ନିରିହ ଲୋକଙ୍କୁ ହନୁମାନ ମୁଦ୍ରା ଓ ୨/୩ ବର୍ଷରେ ଟଙ୍କା ଦୁଇଗୁଣ ତିନିଗୁଣା ପ୍ରଲୋଭନ ଦେଖାଉଥିବା ୩ ଜଣ ଠକଙ୍କୁ କୋର୍ଟ ଚାଲାଣ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!