ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୦ ବର୍ଷୀୟ ବୃଦ୍ଧଙ୍କୁ ଆଧାର କାର୍ଡ ସାଜିଛି ବାଧକ,ଭତ୍ତା ରୁ ବଂଚିତ

୮୦ ବର୍ଷୀୟ ବୃଦ୍ଧଙ୍କୁ ଆଧାର କାର୍ଡ ସାଜିଛି ବାଧକ,ଭତ୍ତା ରୁ ବଂଚିତ

ବୟସର ସାୟହ୍ନରେ ବି ପୁଅ ପଚାରୁନି; ଏଠି ସେଠି ମାଗି ଚଳିବା ହିଁ ଏକମାତ୍ର ଭରଷା

ରାଇରଙ୍ଗପୁର – ୭/୦୮ ବୟସର ସାୟହ୍ନରେ ପରିବାରର ସ୍ନେହ, ସହଯୋଗ ଓ ସରକାରୀ ଯୋଜନାରୁ ଵଂଚିତ ହୋଇ ରାସ୍ତାରେ ସାଜିଛନ୍ତି ଭିକାରୀ । ଭାରତ ୮୦ ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ ପିଡିତାଙ୍କ ବୟସ ୮୦ ।ସୂଚନାଯୋଗ୍ଯ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତର ଲକ୍ଷ୍ମୀପୋଷି ଗ୍ରାମର ପ୍ରାୟ ୮୦ ବର୍ଷୀୟ ବିନ୍ଦୁ ନାଏକଙ୍କ ଜୀବନ ସଂଘର୍ଷର ଏକ କରୁଣ ଚିତ୍ର ହୃଦୟ ବିଦାରକ ଦେଖିବାକୁ ମିଳି ଛି। ପେଟର ଭୋକ ମେଣ୍ଟାଇବା ପାଇଁ ସେ ଆଜି ବି ରାସ୍ତା କଡ଼ରେ ବସି ଓଳିଆ,ଜରି,ପ୍ଲାଷ୍ଟିକ ବୋତଲ,ବର୍ଯ୍ଯଵସ୍ତୁ ଗୋଟାଇ ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି।

ସୂଚନା ଅନୁଯାୟୀ, ବିନ୍ଦୁ ନାଏକଙ୍କ ପାଖରେ ରେସନ କାର୍ଡ ଥିବାରୁ ସେ ପ୍ରତିମାସ ସରକାରଙ୍କ ପକ୍ଷରୁ ୫ କିଲୋ ଚାଉଳ ପାଉଛନ୍ତି। ସରକାରୀ ଆବାସ ଯୋଜନାରେ ଏକ ଘର ମିଳିଥିଲେ ମଧ୍ୟ ବର୍ତ୍ତମାନ ତାହା ଅତ୍ୟନ୍ତ ଜର୍ଜର ଓ ବାସଯୋଗ୍ୟ ଅବସ୍ଥାରେ ନାହିଁ।

ସବୁଠାରୁ ଦୁଃଖଦ ବିଷୟ ହେଉଛି, ତାଙ୍କ ପାଖରେ ପରିଚୟପତ୍ର ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଧାର କାର୍ଡ ହୋଇପାରିନାହିଁ। ଫଳରେ ସେ ସରକାରୀ ବାର୍ଦ୍ଧକ୍ୟ ଭତ୍ତା ତଥା ୮୦ ବର୍ଷ ହେଲେ ୩୫୦୦ ଟଙ୍କା ଭତ୍ତା ସମେତ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାର ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। କେବଳ ଆଧାର କାର୍ଡର ଅଭାବ ତାଙ୍କ ଜୀବନକୁ ଆହୁରି କଷ୍ଟଦାୟକ କରିଦେଇଛି।ଅନ୍ୟପକ୍ଷରେ, ବୃଦ୍ଧଙ୍କର ଦୁଇଜଣ ପୁଅ ଥିବା ସତ୍ତ୍ୱେ ତାଙ୍କର ଯତ୍ନ ନେଉନଥିବା ଅଭିଯୋଗ ସାମ୍ନାକୁ ଆସିଛି। ପରିବାରର ସହଯୋଗ ନମିଳିବାରୁ ବୟସର ଏହି ଅବସ୍ଥାରେ ମଧ୍ୟ ସେ କଠିନ ପରିଶ୍ରମ କରି ଜୀବନ ନିର୍ବାହ କରିବାକୁ ବାଧ୍ୟ ହୋଇଛନ୍ତି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ପ୍ରଶାସନ ପକ୍ଷରୁ ବିନ୍ଦୁ ନାଏକଙ୍କ ଆଧାର କାର୍ଡ ଶୀଘ୍ର ପ୍ରସ୍ତୁତ କରାଯିବା ସହ ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ସେହିପରି ପରିବାର ପକ୍ଷରୁ ମଧ୍ୟ ବୃଦ୍ଧଙ୍କ ପ୍ରତି ଆବଶ୍ୟକୀୟ ଦାୟିତ୍ୱ ପାଳନ କରିବାକୁ ସାଧାରଣରେ ଆହ୍ୱାନ ହେଉଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଶ୍ରୀ ଶ୍ରୀ ଶଙ୍କରଚାର୍ଯ୍ୟ 2533 ତମ ଜୟନ୍ତୀ ପାଳିତ 

Sunil Chandra Nayak

ଡୁମୁରିକୁଦର ଗାଁ ରେ ସାରହୁଲ ପର୍ବ ପାଳିତ 

masiha

ନୂଆପଡା ଜିଲ୍ଲାରେ ନୂତନ ଏସପି ହେଲେ ରାଘବେନ୍ଦ୍ର ଗୁଣ୍ଡଲା ରେଡି 

Sunil Chandra Nayak

Leave a Comment

error: Content is protected !!