ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାୟଗଡା ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ,୧୫୦ ଲିଟର ମଦ ଜବତ 

ବିଷମକଟକ :ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ ଓ ରାୟଗଡା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମ ବିଷମକଟକ ଅବକାରୀ ଅଞ୍ଚଳ ଯଥା:କୁମାରଢାମୁଣି ,ବେଥିଆପଡା,ବାଣପୁର,ଚାଟିକଣା,ଗୋତିଗୁଡା ଅଞ୍ଚଳରେ ରାୟଗଡା ଜିଲ୍ଲା ମୋବାଇଲ,ଗୁଣପୁର ଅବକାରୀ ନୀରିକ୍ଷକ ଓ ବିଷମକଟକ ଅବକାରୀ ଷ୍ଟାଫ୍ ଙ୍କ ମିଳିତ ଚଢ଼ାଉ ଓ ଧରପଗଡ଼ କରି ଚାରିଗୋଟି କେସ୍‌ ରୁଜୁକରି କରି ଦୁଇ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ସୁଷମା କୁଶଲିଆ କୁ ବେଥିଆପଡା ରୁ ଓ ଅନ୍ୟଜଣେ ଦାମଦର କୁମ୍ଭାରଢାମୁଣି ରୁ ଗିରଫ ହୋଇଛନ୍ତି ,ଏହିଚଢ଼ାଉ ରେ ପ୍ରାୟ ୨୭୦୦ ଲିଟର ଚୋରା ମଦ ରନ୍ଧା ପାଇଁ ବ୍ୟବହୃତ ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି ,ଏହି ମିଳିତ ଚଢ଼ାଉ ରେ ରାୟଗଡା ଜିଲ୍ଲା ମୋବାଇଲ ନୀରିକ୍ଷକ ହିତାଂଶୁ ଶେଖର ମଲ୍ଲିକ,ଗୁଣୁପୁର ଅବକାରୀ ନୀରିକ୍ଷକ ପ୍ରୀତି ନାୟକ ,ବିଷମକଟକ ଅବକାରୀ ଥାନା ଅଧିକାରୀ ପଙ୍କଜ ନାୟକ ,ଏ.ଏସ.ଆଇ ରମଜାନ ଖାନ ଏ.ଏସ.ଏଇ ସନ୍ତୋଷ କୁମାର ସେଠି ଙ୍କ ସହ ବହୁ ଅବକାରୀ କନେଷ୍ଟେବୁଲ ସାମିଲ ଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ

masiha

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ 

masiha

କଳାହାଣ୍ଡିରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟର , ଜୁଲାଇ ୨୮ ରୁ ଅଗଷ୍ଟ ୩ ଯାଏଁ ଶହୀଦ ସପ୍ତାହ ପାଳନ ପାଇଁ ଆହ୍ଵାନ

Sunil Chandra Nayak

Leave a Comment

error: Content is protected !!