ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବସ୍‌ ଟର୍ମିନାଲରେ ଖଣ୍ଡା ଧରି ଆତଙ୍କ; ୨ ଯୁବକ ଗିରଫ

ବସ୍‌ ଟର୍ମିନାଲରେ ଖଣ୍ଡା ଧରି ଆତଙ୍କ; ୨ ଯୁବକ ଗିରଫ

ଖଣ୍ଡା ଓ ବାଇକ୍‌ ଜବତ, କୋର୍ଟ ଚାଲାଣ

ହିଞ୍ଜିଳିକାଟୁ, ୧୩/୮: ହାତରେ ଧାରୁଆ ଖଣ୍ଡା, ମୁହଁରେ ଅସଭ୍ୟ ଭାଷା ଓ ବସ୍‌ ଟର୍ମିନାଲ ପରିସରରେ ଦିନଦ୍ୱିପ୍ରହରରେ ଆତଙ୍କ। ଦୁଇ ଯୁବକଙ୍କ ଏଭଳି ଉତ୍ପାତରେ ବସ୍‌ ଟର୍ମିନାଲରେ ଉପସ୍ଥିତ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ହିଞ୍ଜିଳି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ କାବୁ କରିବା ସହ ଖଣ୍ଡା ଓ ବାଇକ୍‌ ଜବତ କରିଛି। ମଙ୍ଗଳବାର ହିଞ୍ଜିଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଦୁଇ ଯୁବକ ଏକ ବାଇକ୍‌ରେ ଧାରୁଆ ଅସ୍ତ୍ର ଧରି ହିଞ୍ଜିଳିକାଟୁ ବସ୍‌ ଟର୍ମିନାଲରେ ପହଞ୍ଚିଥିଲେ। ସେଠାରେ ସେମାନେ ଗାଳିଗୁଲଜ କରିବା ସହ ହାତରେ ଖଣ୍ଡା ଧରି ଟର୍ମିନାଲ ପରିସରରେ ଘୁରିବା ଆରମ୍ଭ କରିଥିଲେ। ଏହା ଦେଖି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୂଚନା ପାଇ ହିଞ୍ଜିଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ଏକ ଧାରୁଆ ଖଣ୍ଡା ଓ ବାଇକ୍‌ ଜବତ କରାଯାଇଛି। ଗିରଫ ଯୁବକ ଦ୍ୱୟ ହେଲେ ନରେନ୍ଦ୍ରପୁର ଗ୍ରାମର ବିଭୁ କିଶୋର ସ୍ୱାଇଁ (୧୯) ଓ ଜଗନ୍ନାଥ ନାୟକ (୧୯)। ଏନେଇ ହିଞ୍ଜିଳି ଥାନାରେ କେସ୍‌ ନଂ ୫୪୫/୨୬ରେ ମାମଲା ରୁଜୁ ହୋଇଥିବା ବେଳେ ବୁଧବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ହିଞ୍ଜିଳିକାଟୁ ବସ୍‌ ଟର୍ମିନାଲରେ ଅସାମାଜିକ ଯୁବକଙ୍କ ଉତ୍ପାତ ନୂଆ ନୁହେଁ। କିଛିଦିନ ପୂର୍ବେ ମଧ୍ୟ କେତେକ ରୋଡ୍‌ ରୋମିଓ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ପୁଲିସ ଦ୍ୱାରା କାବୁ ହୋଇଥିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବସ୍‌ ଟର୍ମିନାଲରେ ପୁଲିସ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।

Related posts

ସ୍ତ୍ରୀ ଗର୍ଭ ନଷ୍ଟ କରିଥିବାକୁ ନେଇ ସ୍ଵାମି ଥାନାରେ ଦେଲା ଏତେଲା

Sunil Chandra Nayak

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

masiha

ବେକରେ ଦୌଡି ଦେଇ ଜଣଙ୍କର ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!