ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

ଡାବୁଗାଁ, ୧୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓ ଙ୍କ କାର୍ଯ୍ୟ|ଳୟ ପ୍ରକୋଷ୍ଠରେ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ପିଏମଇଜିପି ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଜନସୁରକ୍ଷା ଯୋଜନା, ମୋଘର, ପିଏମ କିଶାନ, ଆକାଉଣ୍ଟରେ ଆଧାର ଲିଙ୍କ କରିବା, ଭିନ୍ନକ୍ଷମ ଋଣ, ବଳରାମ ଯୋଜନାରେ ଋଣ, ପ୍ରଦାନସ୍ଵୟଂ ସହାୟକ ଗୋଷ୍ଠୀ ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନସନ ଯୋଜନା ଉପରେ ଆଲୋଚନା ହୋଇଥିଲା | ଏହି ବୈଠକରେ ଏଲଡିଏମ ସୁନୀଲ କୁମାର ଜାମୁଡା, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସଂଜୀବ କୁମାର ସେଠୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ମିସନଶକ୍ତି ବିପିଏ ନବୀନ ଭତ୍ରା, ଲ୍ୟାମ୍ପ୍ସ କର୍ମଚାରୀ ବାପି ପଟ୍ଟନାୟକ ଓ ସମସ୍ତ ଗ୍ରାହକ ସେବା କେନ୍ଦ୍ରର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଉକ୍ତ ବୈଠକକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଗନ୍ନାଥ ମନ୍ଦିର ରେ ପାନୀୟ ଜଳ ପ୍ରକଳ୍ପ ରେ ମହାଦୁର୍ନୀତି କଲେ ଠିକାଦାର, ସରପଞ୍ଚ ଙ୍କ ପ୍ରତିନିଧି       

The Pride & Glory of Kendrapada District – Shri Deepak Choudhury Declared as Disaster Ambassador.

Sunil Chandra Nayak

ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲାର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!