ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଗା ଜଳ ଯୋଗାଣ ପ୍ରକଳ୍ପ :ପାଣି ଯୋଗାଇବ କେବେ ଠିକଣା ନାହିଁ ଏପଟେ ପାଇପ ବିଛାଇବା ରେ ରାସ୍ତାଘାଟ ବେହାଲ କରି ଛାଡି ଦେଉଛି

ଇନ୍ଦ୍ରାବତୀ ନବରଙ୍ଗପୁର ମୁଖ୍ୟରାସ୍ତା ଠୁଁ ଆରମ୍ଭକରି କଂଗ୍ରା  କଣ୍ଟାଗାଁ ରାସ୍ତା ସବୁ ବେହାଲ  

ତେନ୍ତୁଳିଖୁଣ୍ଟି _ ୧୧/୦୭/୨୩ //  ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକବାସୀ ଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାମ ଆଜକୁ ତିନିବର୍ଷ ରୁ ଉର୍ଦ୍ଧ୍ବ ହେଲାଣି ଚାଲିଛି । କାମ ନେଇଥିବା କମ୍ପାନୀ ର ଦାଦାଗିରି ଏପରି ଯେ ବାରମ୍ବାର ଅଭିଯୋଗ ସତ୍ୱେ ପାଇପ ବିଛାଇବା ବେଳେ ଅନେକ ରାସ୍ତା ଖୋଳି ନଷ୍ଟ କରୁଛି ଅଥଚ ଯାତାୟତ ଉପଯୋଗୀ ନକରି ରାସ୍ତା ଛାଡି ଦେଉଛି। ବର୍ତ୍ତମାନ ବର୍ଷା ଋତୁ ଆସିଥିବାରୁ ଯାତାୟାତ ସମୟରେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ମେଗା ଜଳ ଯୋଗାଣ ପ୍ରକଳ୍ପ ଯୋଗୁଁ ତେନ୍ତୁଳିଖୁଣ୍ଟି ବ୍ଲକ ର ପୂର୍ତ୍ତ ବିଭାଗ ରାସ୍ତା,ଗ୍ରାମ୍ୟ ଉନ୍ନୟନ ରାସ୍ତା,ପଂଚାୟତ ଏବଂ ବ୍ଲକ ରାସ୍ତା ଗୁଡାକ ର ଅବସ୍ଥା ଯାତାୟତକଷ୍ଟଦାୟକ ହୋଇପଡିଛି । ତେବେ ମେଗା ଜଳ ଯୋଗାଣ ପ୍ରକଳ୍ପ ଯୋଗୁଁ ଦିଗିସଲପା ଠାରୁ ପଠାଣଗୁଡା ପର୍ଯ୍ୟନ୍ତ ଲମ୍ବିଥିବା ତିନି କିଲୋମିଟର ରାସ୍ତା ଖୋଳି ଦେଇଥିବା ଯୋଗୁଁ ଯାତାୟାତ ଠପ ହୋଇଯାଇଥିବା ବେଳେ ପୂଜାରିଗୁଡା ରୁ କଣ୍ଟାଗାଁ ରାସ୍ତା ରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ପାର୍ଶ୍ଵ ପାଇପ ବିଛାଇ ମାଟି ଠିକ ରୂପେ ପ୍ୟାକିଂ ନଥିବାରୁ ରାସ୍ତା କାମରେ ଲାଗିଥିବା ହାଇବା ଗାଡି ଓ ଜେସିବି ଉକ୍ତ ଗାଡି କୁ ଉଦ୍ଧାର ବେଳେ ଫସିଥିବା ଦେଖିବାକୁ ମିଳିଛି। 

ପାଇପ ବିଛାଇବା ନିମନ୍ତେ ସମ୍ପୃକ୍ତ କମ୍ପାନୀ ରାସ୍ତା ଖୋଳି ନଷ୍ଟ କରୁଛି , ଯଦି ବା ଅଭିଯୋଗ ପରେ ମରାମତି ହେଉଛି ତାହା ନିମ୍ନ ବି ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନ ମଧ୍ୟରେ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗିସଲପା ଛକ ଠାରୁ ପଠାଣଗୁଡା ମୁଖ୍ୟ ଛକ ପର୍ଯ୍ୟନ୍ତ ତିନି କିଲୋମିଟର ପର୍ଯ୍ୟନ୍ତ ଲମ୍ବୀଥୁବା ରାସ୍ତାରେ ଗତ କିଛିଦିନ ପୂର୍ବରୁ ସମ୍ପୃକ୍ତ କମ୍ପାନୀ ମୁଖ୍ୟ ରାସ୍ତା ଖୋଳି ପାଇପ ବିଛେଇଥିଲା । ଖୋଳିଥିବା ଗର୍ତ୍ତ ରେ କଞ୍ଚା ମାଟି ଭର୍ତି କରି ତାହାରି ଉପରେ କଂକ୍ରିଟ କରାଯାଇଥିଲା , ତେବେ ବର୍ଷା ଯୋଗୁଁ ଭିତରେ ପକାଯାଇଥୁବା ମାଟି ଦବିଯିବା ଯୋଗୁଁ ଉପର କଂକ୍ରିଟ ମଧ୍ୟ ନଷ୍ଟ ହୋଇଯାଇଛି । ବର୍ତ୍ତମାନ ଏହି ରାସ୍ତାରେ ଯାତାୟାତ ଠପ ହୋଇପଡିଛି ! ବଡ଼ ଗାଡି ଏହି ରାସ୍ତାରେ ଆଦୌ ଯାଇପାରୁନି ! ଏମିତି କି ମଟର ସାଇକେଲ ଆରୋହୀ ମାନେ ମଧ୍ୟ ବହୁ କଷ୍ଟରେ ଜମି ମଧ୍ୟ ଦେଇ ଯିବାକୁ ପଡୁଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରି ନବରଙ୍ଗପୁର ସହର ତଥା ଅନ୍ୟାନ୍ୟ ସ୍ଥାନକୁ ଯାତାୟାତ କରୁଥିବା ଦିଗିସଲପା ଓ ବରାଗାଁ ଗ୍ରାମର ହଜାର ହଜାର ଜନସାଧାରଣ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।  

ଏଭଳି ଅବସ୍ଥା ଆଜି ପୂଜାରିଗୁଡା କଣ୍ଟାଗାଁ ରେ ଘଟିଛି। ସମ୍ପୃକ୍ତ କମ୍ପାନୀ ବିରୋଧ ରେ ଆସନ୍ତା ଏତଲା ଦିଆ ଯିବା ଉଚିତ ବୋଲି ମତ ପ୍ରକାଶ ପାଉଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେଭଳି ନିଜ ଆଡୁ ହେଉକି ଉଚ୍ଚ ନ୍ୟାୟାଳୟ ନିର୍ଦେଶରେ ପଦକ୍ଷେପ ନେଇଥିଲେ ସେଭଳି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିଜ ଆଡୁ ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ ଆଇନ ଗତ ପଦକ୍ଷେପ ନେବା ଉଚିତ। 

ରାସ୍ତା ଖୋଳିବା ପୂର୍ବରୁ କୌଣସି ବିଭାଗ ର ଅନୁମତି ନ ନେଇ ମନ ଇଛା ରାସ୍ତା ଖୋଳି ପାଇପବିଛାଇ ସାମାନ୍ୟ ମାଟି ପକାଇ ଛାଡି ଦେଉଛି ଏଣୁ କେତେବେଳେ ଟ୍ରାକ୍ଟର ,ତ ଯେତେବେଳେ ପି ଡିଏସ ବୋଝେଇ ଟ୍ରକ କେତେବେଳେ ହାଇବା ଓ ଜେସିବି ଫସୁଛି। ଏଣୁ ଯୁଦ୍ଧକାଳୀନ ଭିତିରେ ରାସ୍ତା ମରାମତି କରିବାକୁ ଦାବୀ ହୋଇଛି । ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ ବାରିକ ଙ୍କୁ ପଚାରିବାରୁ ଆମ ତରଫରୁ କମ୍ପାନୀକୁ ରାସ୍ତା ଖୋଳିଲେ ତୁରନ୍ତ ପ୍ୟାକିଂ ଓ କଂକ୍ରିଟ କରିବାକୁ କହୁଛୁ କିନ୍ତୁ କମ୍ପାନୀ ଅବହେଳା କରୁଛି ଆମେ ଉପରିସ୍ତ କର୍ତ୍ତୃପକ୍ଷ ଙ୍କୁ ଜଣାଇବା ବ୍ୟତୀତ କିଛି କରି ପାରିବୁନି। ଆଜିର ଘଟଣା ସମ୍ପର୍କରେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ନେବି ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

Sunil Chandra Nayak

୭୫ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

masiha

Leave a Comment

error: Content is protected !!