ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷରୋପଣ କରି ଜନ୍ମଦିନ ପାଳିଲେ ସାମ୍ୱାଦିକ ଓ ସମାଜସେଵୀ ପ୍ରବୀଣ ନାଏକ 

ବୃକ୍ଷ ହିଁ ଜୀବନ,ବୃକ୍ଷ ଟିଏ ମଣିଷ ଟିଏ, ମଣିଷ ବଞ୍ଚିବାକୁ ହେଲେ ଗଛର ଆବଶ୍ୟକ ପଡ଼ିଥାଏ l ଏବେ ସବୁଠୁ ଚର୍ଚ୍ଚାରେ ଏମିତି ଏକ ବ୍ୟକ୍ତିତ୍ଵ, ଯେ କି ସମାଜସେବା କରିବାରେ ନିଜର ଜୀବନକୁ ସମର୍ପିତ କରିଛନ୍ତି। ଅସହାୟ ପରିବାରଙ୍କ ଦୁଃଖ ସୁଖ ଖବର ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆଣି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି। ଆଜ୍ଞା ହଁ ସେ କେହି ନୁହଁନ୍ତି ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁ ର ପ୍ରଭାକର ନାଏକଙ୍କ ପୁତ୍ର ପ୍ରବୀଣ ନାଏକ। ସେ ଜଣେ ସମାଜସେବୀ ଏବଂ ଫୋକସ ପ୍ଲସର ସାମ୍ବାଦିକ। ଆଜି ତାଙ୍କର ଜନ୍ମ ଦିନ ଉପଲକ୍ଷ ୧୦୦ ଟି ବୃକ୍ଷ ରୋପଣ କରିଛନ୍ତି। ତାଙ୍କ ସହିତ ତାଙ୍କ ବାପା, ମା,ଫରେଷ୍ଟ ଗାର୍ଡ ସୁନିଲ ନାୟକ, ସାମ୍ବାଦିକ ସଂଘ କଙ୍କଡ଼ାହାଡ଼ ର ସମସ୍ତ ସାମ୍ବାଦିକ ଏବଂ କୁସୁମୁଣ୍ଡିଆ ରୟାଲ ଗଣେଶ ପୂଜା କମିଟି ର ସମସ୍ତ ମେମ୍ବର ଆସି ତାଙ୍କୁ ସହଯୋଗ କରିବା ସହିତ ବୃକ୍ଷ ରୋପଣ କରିଥିଲେ। ଏମିତି ବୃକ୍ଷ ରୋପଣ କରି ଆଜି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏବଂ ତାଙ୍କ ବାପା ମା ଆଶୀର୍ବାଦ ପାଇଁ ଆଜି ଏମିତି କାର୍ଯ୍ୟ କରିଥିବା ଚର୍ଚ୍ଚାର ବିଷୟ। ତେବେ ବୃକ୍ଷ ରୋପଣ ନିଜେ କରିବା ସହିତ ଅନ୍ୟମାନଙ୍କୁ ବୃକ୍ଷ ରୋପଣ କରିବାକୁ ନିବେଦନ କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଗୋବର୍ଦ୍ଧନପୁର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

ବାଣପୁର ବଜାରରେ ବାଇକି କୁ ପିଟିଲା ବାଇକ: ଜଣେ ଗୁରୁତର !!!

Sunil Chandra Nayak

ଏଥର ଭବାନୀପାଟଣା ଠାରେ ସାଉଥ୍ ଇଣ୍ଡିଆର ଲୋକପ୍ରିୟ ଆଇସକ୍ରିମ “ଅରୁନ୍” !

Leave a Comment

error: Content is protected !!